ବ୍ରହ୍ମପୁର (ଜଗନ୍ନାଥ ସାହୁ): ବ୍ରହ୍ମପୁର ସହର ସ୍ଥିତ ଗୋଳନ୍ଥରା ଥାନା ଅନ୍ତର୍ଗତ ମେଲପତୁରୁ ନିକଟରେ ଏକ ଯାତ୍ରୀବାହୀ ବସ୍ରେ ୧୧ କେଭିର ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସିବାରୁ ୪୦ ଜଣ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି। କିଛି ଯାତ୍ରୀ ପୋଡ଼ି ଯାଇଛନ୍ତି ବୋଲି ସୂଚନା ଆସିଛି।
ଅଗ୍ନିଶମ ବିଭାଗ କର୍ମଚାରୀ ଓ ସ୍ଥାନୀୟ ପୁଲିସ୍ ଯାତ୍ରୀମାନଙ୍କୁ ଉଦ୍ଧାର କରି ମେଡିକାଲକୁ ପଠାଉଛନ୍ତି। ଘଟଣାସ୍ଥଳରେ ୫ଟି ଆମ୍ୱୁଲାନ୍ସ ପହଞ୍ଚିବା ଜଣାପଡ଼ିଛି।
ସୂଚନାଯୋଗ୍ୟ, ଆଜି ସକାଳେ ବାଲେଶ୍ୱର ଜିଲ୍ଲା ବାଲିଆପାଳ ଗୋମଟି ଛକ ନିକଟରେ ଏକ ବସ୍ ୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଥିଲା। ତେବେ ୭୦ରୁ ଅଧିକ ଯାତ୍ରୀ ଅଳ୍ପକେ ବର୍ତ୍ତି ଯାଇଥିଲେ। କେବଳ ଜଣେ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Culture & Literature
ମନୋଜ ମିଶ୍ର କ୍ଷମା ମାଗନ୍ତୁ, ନହେଲେ କୋର୍ଟକୁ ଯିବୁ
ଜଣେ ଜନପ୍ରତିନିଧି, ଜଣେ ଲେଖକ ଓ ଫକୀରମୋହନ ସେନାପତିଙ୍କର ଜଣେ ପାଠକ ଭାବରେ ମୁଁ ମନୋଜ ମିଶ୍ରଙ୍କ ମନ୍ତବ୍ୟକୁ ତୀବ୍ର ନିନ୍ଦା କରୁଛି ବୋଲି ଶ୍ରୀ ଦାସ କହିଛନ୍ତି।
Miscellaneous
ପାଟପୁର ଥାନା ଦେଶର ଶ୍ରେଷ୍ଠ ଥାନା, ପୁରସ୍କୃତ କରିବେ ଗୃହମନ୍ତ୍ରୀ
ଦେଶର ତିନୋଟି ଶ୍ରେଷ୍ଠ ଥାନା ଭିତରେ ମନୋନୀତ ହୋଇଛି ଗଞ୍ଜାମ ଜିଲ୍ଲାର ପାଟପୁର ଥାନା। ପୁଲିସ ମହାନିର୍ଦ୍ଦେଶକ ସମ୍ମିଳନୀରେ ଯୋଗ ଦେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ପାଟପୁର ଥାନାଧିକାରୀଙ୍କୁ ଦେବେ ଟ୍ରଫି।
Crime
ହଣାହଣି ହେଲେ ସରପଞ୍ଚଙ୍କ ସ୍ୱାମୀ ଓ ସମିତି ସଭ୍ୟ; ଉଭୟ ମେଡ଼ିକାଲ୍ରେ
ଇଟାମାଟି ଥାନା ଶରଧାପୁର ପଞ୍ଚାୟତର ବିଜେଡି ସମର୍ଥିତ ସରପଞ୍ଚଙ୍କ ସ୍ୱାମୀ ହେଉଛନ୍ତି ସନ୍ତୋଷ କୁମାର ମୁଦୁଲି। ସେହି ପଞ୍ଚାୟତର ସମିତି ସଭ୍ୟ ସୁଜିତ କୁମାର ପ୍ରଧାନ ହେଉଛନ୍ତି ବିଜେପି ସମର୍ଥିତ। ଉଭୟଙ୍କ ଘର ପାଖାପାଖି।
Accident
ବାଇକ୍କୁ ଧକ୍କା ଦେଲା କାର୍: ଶାଶୁ ମୃତ, ଜ୍ୱାଇଁ ଗୁରୁତର
କୌଣସି ଏକ କାମରେ ରଞ୍ଜ ବିଶ୍ୱାଳ ତାଙ୍କ ଜ୍ୱାଇଁ ସହିତ ମୁକ୍ତାପଶି ଆସିଥିବା ବେଳେ ଘଟିଥିଲା ଦୁର୍ଘଟଣା।