Advertisment

ମ୍ୟାଟ୍ରିକ୍‌ ପରୀକ୍ଷା ଦେବାକୁ ଡଙ୍ଗାରେ ଗଲେ ୪୦ ଛାତ୍ରଛାତ୍ରୀ

କୋଣାର୍କ(ସଞ୍ଜୟ ପତି): ମ୍ୟାଟ୍ରିକ୍‌ ପରୀକ୍ଷା ଦେବାକୁ ବିପଦ ସଙ୍କୁଳ ଅବସ୍ଥାରେ ଡଙ୍ଗାରେ ଯାଇଛନ୍ତି ୪୦ ଛାତ୍ରଛାତ୍ରୀ। ଏହି ଦୃଶ୍ୟ ଦେଖିବାକୁ ମିଳିଛି ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଳକ୍‌ ତାଳଦା ଦ୍ୱୀପାଞ୍ଚଳରେ। ଏଡବାଂଶ ଗାଁ ପଢିଆରୀ ବିଦ୍ୟାପୀଠର ୪୦ଜଣ ଛାତ୍ରଛାତ୍ରୀ ଡଙ୍ଗାରେ ନଦୀ ପାର ହୋଇ ମ୍ୟାଟ୍ରିକ୍ ପରୀକ୍ଷା ଦେବାକୁ ଯାଇଛନ୍ତି। ସେମାନଙ୍କ ସେଣ୍ଟର ଅସ୍ତରଙ୍ଗ ସୁନ୍ଦର ଗାଁରେ ଥିବା ଏସ୍.ଏନ୍. ବିଦ୍ୟାପୀଠରେ ପଡିଛି।  ଗାଁଠାରୁ ସୁନ୍ଦର ଗାଁ ୧୦ କିଲୋମିଟର ଦୂର ହୋଇଥିବାବେଳେ ରାସ୍ତା ନଥିବାରୁ ଛାତ୍ରଛାତ୍ରୀଙ୍କୁ […]

ମ୍ୟାଟ୍ରିକ୍‌ ପରୀକ୍ଷା ଦେବାକୁ ଡଙ୍ଗାରେ ଗଲେ ୪୦ ଛାତ୍ରଛାତ୍ରୀ

matric

Advertisment

କୋଣାର୍କ(ସଞ୍ଜୟ ପତି): ମ୍ୟାଟ୍ରିକ୍‌ ପରୀକ୍ଷା ଦେବାକୁ ବିପଦ ସଙ୍କୁଳ ଅବସ୍ଥାରେ ଡଙ୍ଗାରେ ଯାଇଛନ୍ତି ୪୦ ଛାତ୍ରଛାତ୍ରୀ। ଏହି ଦୃଶ୍ୟ ଦେଖିବାକୁ ମିଳିଛି ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଳକ୍‌ ତାଳଦା ଦ୍ୱୀପାଞ୍ଚଳରେ। ଏଡବାଂଶ ଗାଁ ପଢିଆରୀ ବିଦ୍ୟାପୀଠର ୪୦ଜଣ ଛାତ୍ରଛାତ୍ରୀ ଡଙ୍ଗାରେ ନଦୀ ପାର ହୋଇ ମ୍ୟାଟ୍ରିକ୍ ପରୀକ୍ଷା ଦେବାକୁ ଯାଇଛନ୍ତି।

Advertisment

ସେମାନଙ୍କ ସେଣ୍ଟର ଅସ୍ତରଙ୍ଗ ସୁନ୍ଦର ଗାଁରେ ଥିବା ଏସ୍.ଏନ୍. ବିଦ୍ୟାପୀଠରେ ପଡିଛି।  ଗାଁଠାରୁ ସୁନ୍ଦର ଗାଁ ୧୦ କିଲୋମିଟର ଦୂର ହୋଇଥିବାବେଳେ ରାସ୍ତା ନଥିବାରୁ ଛାତ୍ରଛାତ୍ରୀଙ୍କୁ ଡଙ୍ଗାରେ ଦେବୀ ନଦୀରେ ପାର ଯିବାକୁ ପଡୁଥିବା ଅଭିଯୋଗ ହୋଇଛି।

ଗତ ୨୦୧୪ ମସିହାରେ ଏହି ନଦୀ ଉପରେ ଏକ ସେତୁ ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀ ଶିଳାନ୍ୟାସ କରିଥିଲେ। ତେବେ ବର୍ତ୍ତମାନ ସୁଦ୍ଧା ବ୍ରିଜ୍ ନିର୍ମାଣ କାମ ସରି ନଥିବାରୁ ଛାତ୍ରଛାତ୍ରୀ ବିପଦ ସଙ୍କୁଳ ଅବସ୍ଥାରେ ପରୀକ୍ଷା ଦେବା ପାଇଁ ଡଙ୍ଗାରେ ଯାତାୟତ କରୁଥିବା ଦେଖିବାକୁ ମିଳିଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe