Advertisment

ଧାନ ରୋଇବାକୁ ଯିବା ବେଳେ ଓଲଟି ପଡ଼ିଲା ଭ୍ୟାନ୍‌, ୪୦ ଶ୍ରମିକ ଆହତ

ଧର୍ମଗଡ଼(ଓଡ଼ିଶା ରିପୋର୍ଟର): କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ର ବିଜୁ ଏକ୍ସପ୍ରେସ ୱେର ପିପଲା ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଭ୍ୟାନ ଓଲଟି ୪୦ରୁ ଊର୍ଦ୍ଧ୍ୱ ଶ୍ରମିକ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ୫ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସମସ୍ତଙ୍କୁ ଧର୍ମଗଡ଼ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଆହତଙ୍କ ମଧ୍ୟରେ ଅଧିକାଂଶ ମହିଳା ଶ୍ରମିକ ଥିବା ଜଣାଯାଇଛି। ଆଜି ସକାଳେ ବେହେରା ଅଞ୍ଚଳର ପଳସପାଣି ଗାଁରୁ ପ୍ରାୟ ୪୦ ଜଣ ଶ୍ରମିକ ଧାନ ରୋଇବାକୁ ଧର୍ମଗଡ଼ ଆସୁଥିଲେ। ଏହି […]

author-image
Tapaswini Nayak
ଅଦ୍ୟତନ ହୋଇଛି
ଧାନ ରୋଇବାକୁ ଯିବା ବେଳେ ଓଲଟି ପଡ଼ିଲା ଭ୍ୟାନ୍‌, ୪୦ ଶ୍ରମିକ ଆହତ

accident

ଧର୍ମଗଡ଼(ଓଡ଼ିଶା ରିପୋର୍ଟର): କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ର ବିଜୁ ଏକ୍ସପ୍ରେସ ୱେର ପିପଲା ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଭ୍ୟାନ ଓଲଟି ୪୦ରୁ ଊର୍ଦ୍ଧ୍ୱ ଶ୍ରମିକ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ୫ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସମସ୍ତଙ୍କୁ ଧର୍ମଗଡ଼ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଆହତଙ୍କ ମଧ୍ୟରେ ଅଧିକାଂଶ ମହିଳା ଶ୍ରମିକ ଥିବା ଜଣାଯାଇଛି।

Advertisment

ଆଜି ସକାଳେ ବେହେରା ଅଞ୍ଚଳର ପଳସପାଣି ଗାଁରୁ ପ୍ରାୟ ୪୦ ଜଣ ଶ୍ରମିକ ଧାନ ରୋଇବାକୁ ଧର୍ମଗଡ଼ ଆସୁଥିଲେ। ଏହି ସମୟରେ ବିଜୁ ଏକ୍ସପ୍ରେସ ୱେର ପିପଲା ନିକଟରେ ଭ୍ୟାନଟି ଭାରସାମ୍ୟ ହରାଇ  ରାସ୍ତାକଡ଼କୁ ଓଲଟି ପଡ଼ିଥିଲା।  ଦୁଘର୍ଟଣାରେ ୪୦ ଜଣ ଶ୍ରମିକ ଆହତ ହୋଇଥିଲେ। ପୁଲିସ ଓ ସ୍ଥାନୀୟ ଲୋକ ସମସ୍ତଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।

ଦୁର୍ଘଟଣା ପରେ ଗାଡ଼ି ଛାଡ଼ି ଡ୍ରାଇଭର ଫେରାର ହୋଇଯାଇଥିଲା।  ପୁଲିସ ଗାଡ଼ିକୁ ଜବତ କରି ଘଟଣାର ତଦନ୍ତ କରୁଛି

Advertisment