Advertisment

୫ ବର୍ଷରେ ରାଜ୍ୟରେ ଗଲାଣି ୪୦୬ ହାତୀଙ୍କ ଜୀବନ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ଗତ ୫ ବର୍ଷରେ ୪୦୬ ହାତୀଙ୍କର ମୃତ୍ୟୁ ହୋଇଛି। ଏହା ଭିତରୁ କେବଳ ଦୁର୍ଘଟଣାରେ ୧୬୨ଟି ହାତୀ ପ୍ରାଣ ହରାଇଛନ୍ତି। ଟ୍ରେନ ଧକ୍କାରେ ୧୪ଟି ହାତୀଙ୍କ ଜୀବନ ଯାଇଥିବା ବେଳେ ବିଦ୍ୟୁତ୍ ଆଘାତରେ ୫୪ ହାତୀ ମରିଛନ୍ତି। ତାସହ ଅନ୍ୟାନ୍ୟ କାରଣରୁ ଯାଇଛି ୯୦ ହାତୀଙ୍କର ଜୀବନ ଜଙ୍ଗଲ। ପରିବେଶମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଆଜି ବିଧାନସଭାରେ ଏହି ତଥ୍ୟ ରଖିଛନ୍ତି। ମନ୍ତ୍ରୀ କହିଛନ୍ତି, ରାଜ୍ୟରେ ଶିକାରୀମାନେ ଏହି ୫ ବର୍ଷରେ […]

ଅଦ୍ୟତନ ହୋଇଛି
ଶିମିଳିପାଳରେ ମିଳିଲା ମାଈ ହାତୀର ମୃତଦେହ

elephant

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ଗତ ୫ ବର୍ଷରେ ୪୦୬ ହାତୀଙ୍କର ମୃତ୍ୟୁ ହୋଇଛି। ଏହା ଭିତରୁ କେବଳ ଦୁର୍ଘଟଣାରେ ୧୬୨ଟି ହାତୀ ପ୍ରାଣ ହରାଇଛନ୍ତି। ଟ୍ରେନ ଧକ୍କାରେ ୧୪ଟି ହାତୀଙ୍କ ଜୀବନ ଯାଇଥିବା ବେଳେ ବିଦ୍ୟୁତ୍ ଆଘାତରେ ୫୪ ହାତୀ ମରିଛନ୍ତି। ତାସହ ଅନ୍ୟାନ୍ୟ କାରଣରୁ ଯାଇଛି ୯୦ ହାତୀଙ୍କର ଜୀବନ ଜଙ୍ଗଲ। ପରିବେଶମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଆଜି ବିଧାନସଭାରେ ଏହି ତଥ୍ୟ ରଖିଛନ୍ତି।

Advertisment

ମନ୍ତ୍ରୀ କହିଛନ୍ତି, ରାଜ୍ୟରେ ଶିକାରୀମାନେ ଏହି ୫ ବର୍ଷରେ ୧୧ଟି ଶିକାର କରିଛନ୍ତି। କଂଗ୍ରେସ ବିଧାୟକ ସୁରେଶ ରାଉତରାୟଙ୍କ ହାତୀ ମୃତ୍ୟୁ ସଂପର୍କିତ ପ୍ରଶ୍ନରେ ତଥ୍ୟ ରଖିଛନ୍ତି ଜଙ୍ଗଲ ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ଗତ ୫ ବର୍ଷରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ୩୫୫ ଜୀବଜନ୍ତୁଙ୍କ ମୃତ୍ୟୁ ଘଟିଛି। ରାଜ୍ୟରେ ହାତୀ ମୃତ୍ୟୁର ଏଭଳି ତଥ୍ୟ ଉପରେ ଉଦବେଗ ପ୍ରକାଶ କରିଛନ୍ତି ବନ୍ୟପ୍ରାଣୀ ବିଶେଷଜ୍ଞ।

ବିଶେଷଜ୍ଞ କହିଛନ୍ତି, ୪୦୬ ହାତୀ ମରିବା ନେଇ ସମସ୍ତେ ଚିନ୍ତିତ। ହାତୀ ଓ ମଣିଷ ସଂଘର୍ଷକୁ କିପରି ପ୍ରତିହତ କରାଯାଇପାରିବ, ତା’ ଉପରେ ସମସ୍ତେ ଧ୍ୟାନ ଦେବା ଦରକାର। ତେଣୁ ଏଥିପାଇଁ ଯେତିକି ଗାଇଡଲାଇନ୍ ଅଛି, ତାକୁ ଯଦି ଆମେ ସଠିକ୍ ଭାବେ ପାଳନ କରିବା ତାହେଲେ ହାତୀ ମୃତ୍ୟକୁ ରୋକାଯାଇ ପାରିବ ବୋଲି ବିଶେଷଜ୍ଞ କହିଛନ୍ତି।

Advertisment

ସୂଚନାଯୋଗ୍ୟ, ୨୦୧୮-୧୯ ମସିହାରେ ୯୩ଟି, ୨୦୧୯-୨୦ରେ ୮୨ଟି, ୨୦୨୦-୨୧ରେ ୭୭ଟି ପ୍ରାଣ ହରାଇଥିବା ବିଧାନସଭାର ମୌସୁମୀ ଅଧିବେଶନରେ ରାଜ୍ୟ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ କହିଥିଲେ। ସେହିପରି ୨୦୧୮-୧୯ରେ ୨ଟି ମହାବଳ ବାଘ ଓ ୪ଟି ଚିତାବାଘ ପ୍ରାଣ ହରାଇଥିବାବେଳେ ୨୦୧୯-୨୦ରେ ୩ଟି ଚିତାବାଘ, ୨୦୨୦-୨୧ରେ ୬ଟି ଚିତାବାଘ ପ୍ରାଣ ହରାଇଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe