Advertisment

୪୧ ବର୍ଷ ପରେ ପର୍ଶୁରାମଙ୍କ ହତ୍ୟାକାରୀ ପାଇଲେ ସଜା

ଭୁବନେଶ୍ୱର: ବଲାଙ୍ଗୀରର ବହୁଚର୍ଚ୍ଚିତ ପର୍ଶୁରାମ ଶତପଥୀ ହତ୍ୟାକାଣ୍ଡର ୪୧ ବର୍ଷ ପରେ ସୋମବାର ଆସିଛି ହାଇକୋର୍ଟଙ୍କ ରାୟ। ଏହି ହତ୍ୟାକାଣ୍ଡର ସମସ୍ତ ଅଭିଯୁକ୍ତଙ୍କୁ ଦୋଷୀ ସୋବ୍ୟସ୍ତ କରି କୋର୍ଟ ଆଜୀବନ କରାଦାଣ୍ଡାଦେଶ ଶୁଣାଇଛନ୍ତି। ଏଥିରେ ସମସ୍ତ ୯ ଜଣ ଅଭିଯୁକ୍ତ ଦୋଷୀ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ଆଉ ତିନି ଜଣ ଜୀବିତ ଅଛନ୍ତି। ସେମାନେ ହେଲେ କଣ୍ଟାପଡ଼ାର ପୂର୍ବତନ ବିଧାୟକ ପ୍ରସନ୍ନ ପାଲ, ଆର୍ତ୍ତତ୍ରାଣ ସିଂଦେଓ ଓ ଧୋବେଇ ପୋଢ଼। ହାଇକୋର୍ଟଙ୍କ ଏହି ରାୟକୁ ସ୍ୱାଗତ […]

author-image
Rakesh Mallick
ଅଦ୍ୟତନ ହୋଇଛି
୪୧ ବର୍ଷ ପରେ ପର୍ଶୁରାମଙ୍କ ହତ୍ୟାକାରୀ ପାଇଲେ ସଜା

parsuramsathpathy

ଭୁବନେଶ୍ୱର: ବଲାଙ୍ଗୀରର ବହୁଚର୍ଚ୍ଚିତ ପର୍ଶୁରାମ ଶତପଥୀ ହତ୍ୟାକାଣ୍ଡର ୪୧ ବର୍ଷ ପରେ ସୋମବାର ଆସିଛି ହାଇକୋର୍ଟଙ୍କ ରାୟ। ଏହି ହତ୍ୟାକାଣ୍ଡର ସମସ୍ତ ଅଭିଯୁକ୍ତଙ୍କୁ ଦୋଷୀ ସୋବ୍ୟସ୍ତ କରି କୋର୍ଟ ଆଜୀବନ କରାଦାଣ୍ଡାଦେଶ ଶୁଣାଇଛନ୍ତି। ଏଥିରେ ସମସ୍ତ ୯ ଜଣ ଅଭିଯୁକ୍ତ ଦୋଷୀ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ଆଉ ତିନି ଜଣ ଜୀବିତ ଅଛନ୍ତି। ସେମାନେ ହେଲେ କଣ୍ଟାପଡ଼ାର ପୂର୍ବତନ ବିଧାୟକ ପ୍ରସନ୍ନ ପାଲ, ଆର୍ତ୍ତତ୍ରାଣ ସିଂଦେଓ ଓ ଧୋବେଇ ପୋଢ଼। ହାଇକୋର୍ଟଙ୍କ ଏହି ରାୟକୁ ସ୍ୱାଗତ କରିଛନ୍ତି ପର୍ଶୁରାମ ଶତପଥୀଙ୍କ ପରିବାର ଲୋକେ।

Advertisment

୧୯୭୪ ନଭେମ୍ବର ୨୯ ତାରିଖରେ ଘଟିଥିଲା ଏହି ହତ୍ୟାକାଣ୍ଡ। ସେତେବେଳେର ଉଦୀୟମାନ ରାଜନେତା ପର୍ଶୁରାମ ଶତପଥୀଙ୍କୁ ଆକ୍ରମଣ କରି ଜିପ୍ ମଡ଼ାଇ ହତ୍ୟା କରାଯାଇଥିବା ନେଇ ଅଭିଯୋଗ ହୋଇଥିଲା। ପରେ ୯ ଜଣଙ୍କ ନାଁରେ ମାମଲା ରୁଜୁ ହୋଇଥିଲା। ପ୍ରଥମେ ବଲାଙ୍ଗୀରର ଏକ କୋର୍ଟ ଓ ପରେ ହାଇକୋର୍ଟ ଅଭିଯୁକ୍ତମାନଙ୍କୁ ନିର୍ଦୋଷରେ ଖଲାସ କରିଥିଲେ। ପରେ ସୁପ୍ରିମକୋର୍ଟଙ୍କ ନିର୍ଦେଶରେ ହାଇକୋର୍ଟରେ ମାମଲାର ପୁନଃ ଶୁଣାଣି ହୋଇଥିଲା। ଆଉ ଗତକାଲି ହାଇକୋର୍ଟ ସମସ୍ତ ଅଭିଯୁକ୍ତଙ୍କୁ ସାବ୍ୟସ୍ତ କରିଥିଲେ।