Advertisment

ରାଜଧାନୀର ୪୧ ଦୋକାନରେ ପଡ଼ିଲା ତାଲା, ୨୮୩୩ ଜଣ ଗଣିଲେ ତଣ୍ଡ

ଭୁବନେଶ୍ୱରର(ଓଡ଼ିଶା ରିପୋର୍ଟର):  କୋଭିଡ୍ ଗାଇଡଲାଇନ୍ ଉଲ୍ଲଙ୍ଘନକାରୀଙ୍କ ବିରୋଧରେ  ଦୃଢ କାର୍ଯ୍ୟାନୁଷ୍ଠାନ ନେଉଛି  କମିଶନରେଟ ପୁଲିସ୍‌। ଟ୍ୱିନ ସିଟିରେ କୋଭିଡ ପରିଚାଳନରେ କିଛି ଦିନ  ପୂର୍ବେ ମୁଖ୍ୟମନ୍ତ୍ରୀ ଅସନ୍ତୋଷ ପ୍ରକାଶ କରିବା ପରେ ତତ୍ପର ହୋଇଉଠିଛି କମିଶନରେଟ ପୁଲିସ୍‌। ଏଥିସହ କୋଭିଡ ନିୟମ ପାଳନ କରୁ ନ ଥିବା ଓ ସାମାଜିକ ଦୂରତା ମାନୁ ନ ଥିବା ଗ୍ରାହକ ଓ ଦୋକାନୀଙ୍କୁ ତାଗିଦ କରିବା ସହ ଫାଇନ୍ ଆଦାୟ କରାଯାଉଛି  । ନିୟମ ଉଲ୍ଲଙ୍ଘନ ଅଭିଯୋଗରେ ଗତ ୨୪ […]

author-image
Niharika Rout
ଅଦ୍ୟତନ ହୋଇଛି
ରାଜଧାନୀର ୪୧ ଦୋକାନରେ ପଡ଼ିଲା ତାଲା, ୨୮୩୩ ଜଣ ଗଣିଲେ ତଣ୍ଡ

police-111

ଭୁବନେଶ୍ୱରର(ଓଡ଼ିଶା ରିପୋର୍ଟର):  କୋଭିଡ୍ ଗାଇଡଲାଇନ୍ ଉଲ୍ଲଙ୍ଘନକାରୀଙ୍କ ବିରୋଧରେ  ଦୃଢ କାର୍ଯ୍ୟାନୁଷ୍ଠାନ ନେଉଛି  କମିଶନରେଟ ପୁଲିସ୍‌। ଟ୍ୱିନ ସିଟିରେ କୋଭିଡ ପରିଚାଳନରେ କିଛି ଦିନ  ପୂର୍ବେ ମୁଖ୍ୟମନ୍ତ୍ରୀ ଅସନ୍ତୋଷ ପ୍ରକାଶ କରିବା ପରେ ତତ୍ପର ହୋଇଉଠିଛି କମିଶନରେଟ ପୁଲିସ୍‌।

Advertisment

ଏଥିସହ କୋଭିଡ ନିୟମ ପାଳନ କରୁ ନ ଥିବା ଓ ସାମାଜିକ ଦୂରତା ମାନୁ ନ ଥିବା ଗ୍ରାହକ ଓ ଦୋକାନୀଙ୍କୁ ତାଗିଦ କରିବା ସହ ଫାଇନ୍ ଆଦାୟ କରାଯାଉଛି  । ନିୟମ ଉଲ୍ଲଙ୍ଘନ ଅଭିଯୋଗରେ ଗତ ୨୪ ଘଣ୍ଟାରେ ୨୮୩୩ ଜଣଙ୍କ ନିକଟରୁ ଆଦାୟ ହୋଇଛି ଜରିମାନା।  ରାଜଧାନୀର ୪୧ଟି ଦୋକାନକୁ ତାଲା ପକାଇ ଦେଇଛି କମିଶନରେଟ ପୋଲିସ। ଏନେଇ ଟ୍ୱିଟ ଯୋଗେ ସୂଚନା ଦେଇଛନ୍ତି ଭୁବନେଶ୍ୱର ଡିସିପି ଉମାଶଙ୍କର ଦାଶ।

Advertisment

ସୂଚନାଯୋଗ୍ୟ,  ରାଜ୍ୟରେ ଏବେ ଦୈନିକ ୪ ହଜାରରୁ ଅଧିକ  ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ ଆଗରେ ରହିଛି ଖୋର୍ଦ୍ଧା ଜିଲ୍ଲା। ଏପରି ସ୍ଥିତିରେ ରାଜଧାନୀ ଭୁବନେଶ୍ୱରରେ ବି ସଂକ୍ରମଣ ଗ୍ରାଫ୍‌ ଉପରମୁହାଁ ହୋଇ ରହିଛି।

Police