Advertisment

ଭୋଟ୍‌ ବେଳେ ହିଂସା; ଯାଜପୁର ଜିଲ୍ଲାରୁ ୪୨ ଗିରଫ

ଯାଜପୁର(ସଞ୍ଜୀବ): ଗତକାଲି ସରିଛି ତୃତୀୟ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ। ତେବେ ଗତ ତିନି ପର୍ଯ୍ୟାୟ ମତଦାନ ବେଳେ ଯାଜପୁରର ବିଭିନ୍ନ ସ୍ଥାନରେ ହୋଇଥିବା ହିଂସା, ରିଗିଂ ଓ ବୁଥ୍ ଜବରଦଖଲ ଘଟଣାରେ ପୁଲିସ ଏଯାଏ ମୋଟ୍ ୪୨ ଜଣଙ୍କୁ ଗିରଫ କରିଛି। ପୂର୍ବରୁ ୨୮ ଜଣ ଗିରଫ ହୋଇଥିଲେ ପରେ ଆଉ ୩ ଜଣଙ୍କୁ ଗିରଫ କରାଯାଇଥିଛି। ସେପଟେ ହିଂସାକୁ ଦୃଷ୍ଟିରେ ରଖି ଆଗାମୀ ଚତୁର୍ଥ ଓ ପଞ୍ଚମ ପର୍ଯ୍ୟାୟ ନିର୍ବାଚନ ଲାଗି ବ୍ୟାପକ ଫୋର୍ସ ମୃତୟନ […]

author-image
Madhupriya Mistry
ଅଦ୍ୟତନ ହୋଇଛି
ଭୋଟ୍‌ ବେଳେ ହିଂସା; ଯାଜପୁର ଜିଲ୍ଲାରୁ ୪୨ ଗିରଫ

Jajpur journalist attack

ଯାଜପୁର(ସଞ୍ଜୀବ): ଗତକାଲି ସରିଛି ତୃତୀୟ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ। ତେବେ ଗତ ତିନି ପର୍ଯ୍ୟାୟ ମତଦାନ ବେଳେ ଯାଜପୁରର ବିଭିନ୍ନ ସ୍ଥାନରେ ହୋଇଥିବା ହିଂସା, ରିଗିଂ ଓ ବୁଥ୍ ଜବରଦଖଲ ଘଟଣାରେ ପୁଲିସ ଏଯାଏ ମୋଟ୍ ୪୨ ଜଣଙ୍କୁ ଗିରଫ କରିଛି। ପୂର୍ବରୁ ୨୮ ଜଣ ଗିରଫ ହୋଇଥିଲେ ପରେ ଆଉ ୩ ଜଣଙ୍କୁ ଗିରଫ କରାଯାଇଥିଛି। ସେପଟେ ହିଂସାକୁ ଦୃଷ୍ଟିରେ ରଖି ଆଗାମୀ ଚତୁର୍ଥ ଓ ପଞ୍ଚମ ପର୍ଯ୍ୟାୟ ନିର୍ବାଚନ ଲାଗି ବ୍ୟାପକ ଫୋର୍ସ ମୃତୟନ କରାଯିବ ବୋଲି ଯାଜପୁର ଏସପି ରାହୁଲ ପିଆର କହିଛନ୍ତି।

Advertisment

ସେପଟେ ଯାଜପୁର ବିଞ୍ଝାରପୁର ବାଛୋଳରେ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାରେ ପୁଲିସ ଏଯାଏଁ ୧୧ ଜଣଙ୍କୁ ଗିରଫ କରିଛି। ଗିରଫମାନଙ୍କ ମଧ୍ୟରେ ୫ ଜଣ ପୁରୁଷ ଓ ୬ ଜଣ ମହିଳା ଅଛନ୍ତି। ଏହି ଘଟଣାରେ ସଂପୃକ୍ତ ଥିବା ଅନ୍ୟମାନଙ୍କୁ ଖୁବଶୀଘ୍ର ଗିରଫ କରାଯିବ ଏନେଇ ପୁଲିସର ଛାନଭିନ୍‌ ଚାଲିଛି ବୋଲି ଯାଜପୁର ଏସ୍ପି ରାହୁଲ୍ ପି. ଆର କହିଛନ୍ତି। ଏହି ଗିରଫଦାରୀକୁ ମିଶାଇ ଜିଲ୍ଲାରେ ରାଜନୈତିକ ହିଂସା ଘଟଣାରେ ପୁଲିସ ମୋଟ୍ ୪୨ ଜଣଙ୍କୁ ଗିରଫ କରିଥିବା ସୂଚନା ଦେଇଛି।

ଯାଜପୁର ବିଞ୍ଝାରପୁର ବାଛୋଳରେ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାରେ ଗତକାଲି ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା। ଏହାସହ ତା'ର ୧୦ ଜଣ ସହଯୋଗୀଙ୍କୁ ନେଇ ଅଟକ ରଖିଥିଲା ବିଞ୍ଝାରପୁର ପୁଲିସ। ତେବେ ଆଜି ମୁଖ୍ୟ ଅଭିଯୁକ୍ତ ସମେତ ୧୦ସହଯୋଗୀଙ୍କୁ ଗିରଫ କରି ପୁଲିସ କୋର୍ଟ ଫରୱାର୍ଡ କରିଛି।

Advertisment

ବାଛୋଳ ପଞ୍ଚାୟତରେ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାରେ ଗତକାଲି ପୁଲିସ ସନ୍ଦିଗ୍ଧଙ୍କୁ ଉଠାଇ ନେଇଥିଲା। ପରେ ବାଛୋଳ ପଞ୍ଚାୟତରେ ପୁଲିସ୍ ଫ୍ଲାଗ ମାର୍ଚ୍ଚ କରିଥିଲା। ଗତକାଲି ତୃତୀୟ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ବେଳେ ବାଛୋଳ ପଞ୍ଚାୟତରେ ବୁଥ୍ ରିଗିଂ ଉଦ୍ୟମ ବେଳର ଖବର ସଂଗ୍ରହ କରୁଥିବା ବିଭିନ୍ନ ଟିଭି ମିଡିଆର ୩ ଜଣ ସାମ୍ବାଦିକଙ୍କ ଉପରେ ଆକ୍ରମଣ ହୋଇଥିଲା

ସାମ୍ବାଦିକଙ୍କୁ ବିଚ୍ ରାସ୍ତାରେ ଗୋଡ଼ାଇ ଗୋଡ଼ାଇ ପିଟିବା ସହ ସାମ୍ବାଦିକ ମାନଙ୍କ ଗାଡ଼ି ମଧ୍ୟ ଭାଙ୍ଗି ଦେଇଥିଲେ। ଏହି ଘଟଣାକୁ ନିନ୍ଦା କରିବା ସହ ଦୋଷୀଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନର ପ୍ରତିଶ୍ରୁତି ଦେଇଥିଲେ ରାଜ୍ୟ ନିର୍ବାଚନ ଆୟୋଗ।

Odisha Panchayat Election 2022 Panchayat Election Violence