Advertisment

ମେଶିନ୍‌ ଧରିଲା ୪୨୬ ମଦୁଆ, ଆଗରେ ରହିଛି ଗଞ୍ଜାମ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନୂଆ ମୋଟର ଯାନ ଆଇନ୍‌ ଲାଗୁ ହେବା ପରେ ରାଜ୍ୟରେ ଗିରଫ ହେଲେଣି ୪୨୬ ମଦୁଆ ଚାଳକ। ବିଭିନ୍ନ ସମୟରେ ମଦ ପିଇ ଗାଡ଼ି ଚଳାଉଥିବା ବେଳେ ଏମାନଙ୍କୁ ଗିରଫ କରିଛି ପୁଲିସ। ଏ ସମ୍ପର୍କରେ ପୁଲିସ ଡିଜିଙ୍କ କାର୍ଯ୍ୟାଳୟରୁ ସୂଚନା ମିଳିଛି। ଗତକାଲି ରାଜ୍ୟର ବିଭିନ୍ନ ସ୍ଥାନରୁ ମଦ ପିଇ ଗାଡ଼ି ଚଳାଉଥିବା ଅବସ୍ଥାରେ ୧୪୧ ଜଣ ଗିରଫ ହୋଇଛନ୍ତି। ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୨୬, ଯାଜପୁରରେ ୨୦ ଓ ସମ୍ବଲପୁରରୁ ୧୮ […]

ମେଶିନ୍‌ ଧରିଲା ୪୨୬ ମଦୁଆ, ଆଗରେ ରହିଛି ଗଞ୍ଜାମ

rdankard-drive

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନୂଆ ମୋଟର ଯାନ ଆଇନ୍‌ ଲାଗୁ ହେବା ପରେ ରାଜ୍ୟରେ ଗିରଫ ହେଲେଣି ୪୨୬ ମଦୁଆ ଚାଳକ। ବିଭିନ୍ନ ସମୟରେ ମଦ ପିଇ ଗାଡ଼ି ଚଳାଉଥିବା ବେଳେ ଏମାନଙ୍କୁ ଗିରଫ କରିଛି ପୁଲିସ। ଏ ସମ୍ପର୍କରେ ପୁଲିସ ଡିଜିଙ୍କ କାର୍ଯ୍ୟାଳୟରୁ ସୂଚନା ମିଳିଛି।

Advertisment

ଗତକାଲି ରାଜ୍ୟର ବିଭିନ୍ନ ସ୍ଥାନରୁ ମଦ ପିଇ ଗାଡ଼ି ଚଳାଉଥିବା ଅବସ୍ଥାରେ ୧୪୧ ଜଣ ଗିରଫ ହୋଇଛନ୍ତି। ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୨୬, ଯାଜପୁରରେ ୨୦ ଓ ସମ୍ବଲପୁରରୁ ୧୮ ଜଣ ଧରା ପଡ଼ିଛନ୍ତି।

ସେପ୍ଟମ୍ବର ପହିଲାରୁ ନୂଆ ମୋଟର ଯାଇ ଆଇନ କଡ଼ାକଡ଼ି ଲାଗୁ ହେବା ପରେ ଏହାକୁ ନେଇ ଲୋକଙ୍କ ମଧ୍ୟରେ କୋକୁଆ ଭୟ ପରେ ଓଡ଼ିଶାରେ କଟକଣାକୁ କୋହଳ କରାଯାଇଥିଲା। ତେବେ ମଦ ପିଇ ଗାଡ଼ି ଚଳାଉଥିବା ଚାଳକଙ୍କୁ ଆଦୌ ବରଦାସ୍ତ କରାଯିବନି ବୋଲି ନିଷ୍ପତ୍ତି ନିଆଯାଇଥିଲା। ଏଥିପାଇଁ ରାଜ୍ୟର ୧୪ଟି ଟୋଲଗେଟ୍‌ ସମେତ ଅନ୍ୟ ସ୍ଥାନରେ ଚେକିଂ କଡ଼ାକଡ଼ି କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe