/odisha-reporter/media/post_attachments/uploads/2021/09/Corona-13.jpg)
Corona-13
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କରୋନା ଗ୍ରାଫ୍ ତଳମୁହାଁ ହୋଇଥିଲେ ବି ବେଶ୍ କିଛି ଦିନ ଧରି ୫ ଶହ ଉପରେ ରହୁଥିଲା ଆକ୍ରାନ୍ତଙ୍କ ସଂଖ୍ୟା। ହେଲେ ଗତ ୨ ଦିନ ହେଲା ଏଥିରେ ଲାଗିଛି ସାମାନ୍ୟ ବ୍ରେକ । ଗତ ୨୪ ଘଣ୍ଟାରେ ରାଜ୍ୟରେ ୪୨୮ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି।
ଚିହ୍ନଟ ୪୨୮ ଆକ୍ରାନ୍ତଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ବର୍ଗର କେବଳ ୫୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୪୨୮ ସଂକ୍ରମିତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ୍ରୁ ୨୫୨ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଲୋକାଲ କେସ୍ ହେଉଛି ୧୭୬ । ଖୋର୍ଦ୍ଧାରୁ ସର୍ବାଧିକ ୧୭୯ ପଜିଟିଭ ଚିହ୍ନଟ ହୋଇଛନ୍ତି।
ଏହାବାଦ ଅନୁଗୋଳରୁ ୫ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ୱରରୁ୧୮, ବରଗଡ଼ରୁ ୩ ଭଦ୍ରକରୁ୧୦, କଟକରୁ ୪୬, ଦେବଗଡ଼ରୁ ୪, ଢେଙ୍କାନାଳରୁ ୩, ଗଜପତିରୁ ଜଣେ ଲେଖାଏଁ, ଗଂଜାମରୁ ୪, ଝାରସୁଗୁଡ଼ା ୨୦, ଯାଜପୁରରୁ ୨୧, କନ୍ଧମାଳ-୩, କେନ୍ଦ୍ରାପଡ଼ାରୁ୬, କେନ୍ଦୁଝରରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି।
ସେହିପରି ମାଲକାନଗିରିରୁ ଜଶେ, ମୟୂରଭଂଜରୁ୧୮, ନୟାଗଡ଼ରୁ ୮, ନୂଆପଡ଼ାରୁ ୪, ପୁରୀରୁ ୧୫, ରାୟଗଡ଼ାରୁ ୪, ସମ୍ବଲପୁରରୁ ୯, ସୁନ୍ଦରଗଡ଼ରୁ ୬ ଓ ଷ୍ଟେଟ୍ପୁଲ୍ରୁ ୪୨ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦,୧୭,୨୬୧ବୃଦ୍ଧି ପାଇଛି। ସେଥିମଧ୍ୟରୁ୧୦,୦୨,୮୧୦ ଜଣ ସୁସ୍ଥ ହୋଇ ସାରିଥିବା ବେଳେ ଆକ୍ଟିଭ କେସ୍ ହେଉଛି ୬୨୯୦ ।
ସ୍ୱାସ୍ଥ୍ୟ ବିଭାଗ ତରଫରୁ ମିଳିଥିବା ସୂଚନା ଅନୁଯାୟୀ, ରାଜ୍ୟରେ ଆଉ ୪ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ୪ ମୃତକଙ୍କ ମଧ୍ୟରୁ ୨ ଜଣ ଖୋର୍ଦ୍ଧା ଜିଲ୍ଲାର ହୋଇଥିବା ବେଳେ କଟକ ଓ ପୁରୀରୁ ଜଣେ ଲେଖାଏଁ ଆକ୍ରାନ୍ତ ଆଖି ବୁଜିଛନ୍ତି। ଏହାକୁ ମିଶାଇ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୮,୧୦୮ କୁ ବୃଦ୍ଧି ପାଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
