/odisha-reporter/media/post_attachments/uploads/2019/01/Odisha-governme38572.jpg)
puri
ପୁରୀ (ଓଡ଼ିଶା ରିପୋର୍ଟର): ଶାନ୍ତି ଶୃଙ୍ଖଳା ସହ ୨୦୧୮ ରଥଯାତ୍ରା ସରିବା ନେଇ ଦଇତାପତି ନିଯୋଗକୁ ରାଜ୍ୟ ସରକାର ପୁରସ୍କାର ରାଶି ପ୍ରଦାନ କରିଚନ୍ତି। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଦିଆଯାଇଥିବା ଚିଠିକୁ ନେଇ ରାଜ୍ୟ ସରକାରଙ୍କ ବିଧିବିଭାଗ ପକ୍ଷରୁ ଦଇତାପତି ନିଯୋଗକୁ ୪୨ଲକ୍ଷ ୭୫ ହଜାର ୯୯୮ ଟଙ୍କା ମଞ୍ଜୁର କରାଯାଇଛି। ବିଧିବିଭାଗ ତରଫରୁ ଏକ ଚିଠି ମାଧ୍ୟମରେ ଏହା ଦର୍ଶାଯାଇଛି।
Advertisment
ସେପଟେ ପୁରସ୍କାର ରାଶିକୁ ନେଇ ଦଇତାପତି ନିଯୋଗ ସମ୍ପାଦକ ପ୍ରେମାନନ୍ଦ ଦାସ ମହାପାତ୍ର କ୍ଷୋଭ ପ୍ରକାଶ କରିଛନ୍ତି। ମହାପ୍ରଭୁଙ୍କ ପ୍ରତ୍ୟେକ ନୀତି ଶୃଙ୍ଖଳିତ ଭାବେ କରାଯାଇଥାଏ। ତେବେ ଦଇତାପତି ସେବକଙ୍କୁ ଦିଆଯାଉଥିବା ପ୍ରତିଶ୍ରୁତି ପାଳନ ହୋଇନଥାଏ ବୋଲି ସେ କହିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
