/odisha-reporter/media/post_attachments/uploads/2022/10/football.jpg)
football
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଫୁଟବଲ ଖେଳର ବିକାଶ ଓ ପ୍ରସାର ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଫୁଟବଲ ଫର ଅଲ୍ ବା ସମସ୍ତଙ୍କ ପାଇଁ ଫୁଟବଲ ଯୋଜନାର ଶୁଭାରମ୍ଭ କରିଛନ୍ତି। ସ୍କୁଲ ପିଲାଙ୍କୁ ଫୁଟବଲ ପ୍ରତି ଆଗ୍ରହୀ କରାଇବା ଉଦ୍ଦେଶ୍ୟରେ ଫିଫା ସହାୟତାରେ ଏହି ଯୋଜନା ଆରମ୍ଭ କରାଯାଇଛି। ଆଜି ସେ ଏହି ଯୋଜନାକୁ ଭର୍ଚୁଆଲ ମାଧ୍ୟମରେ ଉଦଘାଟନ କରିଥିଲେ।
ଏହି ଯୋଜନାରେ ରାଜ୍ୟର ୨ ହଜାର ସ୍କୁଲରେ ଫୁଟବଲ ବଣ୍ଟାଯିବ। ସ୍କୁଲ ପିଲାଙ୍କୁ ପ୍ରାୟ ୪୩ ହଜାର ଫୁଟବଲ ବାଣ୍ଟିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। ଫୁଟବଲ ଖେଳ ସଂସ୍କୃତିକୁ ତ୍ରୁଣମୂଳ ସ୍ତରରେ ପହଞ୍ଚାଇବାକୁ ରାଜ୍ୟ ସରକାର ଏହି ଯୋଜନା ଆରମ୍ଭ କରିଛନ୍ତି। ବିଶ୍ୱବାସୀଙ୍କୁ ଫୁଟବଲ ଭଳି ଲୋକପ୍ରିୟ ଖେଳ ଏକାଠି କରିପାରିବ ବୋଲି ମୁଖ୍ୟମନ୍ତ୍ରୀ ଏହି ଅବସରରେ ମତ ଦେଇଥିଲେ।
ତେବେ ରାଜ୍ୟର ଅଧିକାଂଶ ପ୍ରାଥମିକ, ଉଚ୍ଚ ମାଧ୍ୟମିକ ତଥା ହାଇସ୍କୁଲ ସ୍ତରରେ ଖେଳ ପଡ଼ିଆ ନ ଥିବା ବେଳେ ସରକାର ଫୁଟବଲ ଦେଲେ ଏହା କିପରି କାମରେ ଆସିବ ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏହାଛଡ଼ା ଫୁଲବଲ୍ ଖେଳ ତାଲିମ ଦେବା ନିମନ୍ତେ ଆବଶ୍ୟକ କ୍ରୀଡ଼ା ଶିକ୍ଷକ ମଧ୍ୟ ସ୍କୁଲସ୍ତରରେ ନିଯୁକ୍ତ ନାହାନ୍ତି। ତେଣୁ ସରକାରଙ୍କ ଏହି ଯୋଜନା ଫେଲ ମାରିବା ବୋଲି ବୁଦ୍ଧିଜୀବୀ ମହଲରେ ଆଶଙ୍କା ପ୍ରକାଶ ପାଇଛି।
https://twitter.com/CMO_Odisha/status/1579432126357045249?s=20&t=B1CchPyTYZg8yQEOjpXMSw
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
