Advertisment

ମାନିଲେନି ଶଟ୍ ଡାଉନ୍‌ କଟକଣା: ୪୫ ଜଣଙ୍କୁ କ୍ୱାରେଣ୍ଟାଇନ୍ ସେଣ୍ଟରକୁ ପଠାଇଲା ପୁଲିସ୍‌, ୬୪ ଅଟକ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱରରେ ୪୮ ଘଣ୍ଟିଆ ଶଟ୍‌ ଡାଉନ୍‌ ଜାରି ରହିଛି। ଏହା ଆସନ୍ତାକାଲି ରାତି ୮ଟା ପର୍ଯ୍ୟନ୍ତ ଚାଲିବ। ତେବେ କିଛି ଲୋକ କଟକଣାକୁ ମାନୁ ନଥିବା ଦେଖିବାକୁ ମିଳିଛି। ଶେଷ ଖବର ମିଳିବା ସୁଦ୍ଧା ଶଟ୍ ଡାଉନ୍ କଟକଣା ଭାଙ୍ଗିବା ଅଭିଯୋଗରେ କମିଶନରେଟ୍ ପୁଲିସ୍ ଭୁବନେଶ୍ୱରରୁ ୪୫ ଜଣଙ୍କୁ ବାଧ୍ୟତାମୂଳକ ଭାବେ ସରକାରୀ କ୍ୱାରେଣ୍ଟାଇନ୍ ସେଣ୍ଟରକୁ ପଠାଇ ସାରିଛି। ସେହିପରି ନିୟମ ଭାଙ୍ଗିବା ଅଭିଯୋଗରେ ଆହୁରି ୬୪ ଜଣଙ୍କୁ ଅଟକ ରଖିଛି। […]

ଅଦ୍ୟତନ ହୋଇଛି
ମାନିଲେନି ଶଟ୍ ଡାଉନ୍‌ କଟକଣା: ୪୫ ଜଣଙ୍କୁ କ୍ୱାରେଣ୍ଟାଇନ୍ ସେଣ୍ଟରକୁ ପଠାଇଲା ପୁଲିସ୍‌, ୬୪ ଅଟକ

traffic

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱରରେ ୪୮ ଘଣ୍ଟିଆ ଶଟ୍‌ ଡାଉନ୍‌ ଜାରି ରହିଛି। ଏହା ଆସନ୍ତାକାଲି ରାତି ୮ଟା ପର୍ଯ୍ୟନ୍ତ ଚାଲିବ। ତେବେ କିଛି ଲୋକ କଟକଣାକୁ ମାନୁ ନଥିବା ଦେଖିବାକୁ ମିଳିଛି। ଶେଷ ଖବର ମିଳିବା ସୁଦ୍ଧା ଶଟ୍ ଡାଉନ୍ କଟକଣା ଭାଙ୍ଗିବା ଅଭିଯୋଗରେ କମିଶନରେଟ୍ ପୁଲିସ୍ ଭୁବନେଶ୍ୱରରୁ ୪୫ ଜଣଙ୍କୁ ବାଧ୍ୟତାମୂଳକ ଭାବେ ସରକାରୀ କ୍ୱାରେଣ୍ଟାଇନ୍ ସେଣ୍ଟରକୁ ପଠାଇ ସାରିଛି। ସେହିପରି ନିୟମ ଭାଙ୍ଗିବା ଅଭିଯୋଗରେ ଆହୁରି ୬୪ ଜଣଙ୍କୁ ଅଟକ ରଖିଛି। ଭୁବନେଶ୍ୱର ଡିସିପି ଏହି ସୂଚନା ଦେଇଛି।

Advertisment

ଡିସିପି କହିଛନ୍ତି, ରାଜଧାନୀର ମୁଖ୍ୟ ରାସ୍ତା ସହ, ସମସ୍ତ ଗଳି ରାସ୍ତା ଓ ବସ୍ତି ପାଇଁ ମଧ୍ୟ କଟକଣା ଲାଗୁ ହୋଇଛି। ତେଣୁ ଘରୁ ବାହାରିଲେ ବାଧ୍ୟତାମୂଳକ ଭାବେ କ୍ୱାରେଣ୍ଟାଇନ କେନ୍ଦ୍ରକୁ ପଠାଇ ଦିଆଯିବ।

କରୋନା ମୁକାବିଲା ପାଇଁ ଗତକାଲ ରାତିଠୁ ଟ୍ୱିନ୍‌ ସିଟି ଭୁବନେଶ୍ୱର ଓ କଟକ ସହିତ ଭଦ୍ରକରେ ୪୮ ଘଣ୍ଟିଆ ଶଟ୍‌ ଡାଉନ୍‌ ଲାଗୁ ହୋଇଛି। ଶଟ୍‌ ଡାଉନ୍‌କୁ କଡ଼ାକଡ଼ି ଭାବେ ପାଳନ କରିବାକୁ ସମସ୍ତଙ୍କୁ କୁହାଯାଇଛି। ଏଥିପାଇଁ ରାଜଧାନୀର ବିଭିନ୍ନ ଛକ, ରାସ୍ତା ଓ ଗଳିରେ ଫୋର୍ସ ମୁତୟନ ହୋଇଛନ୍ତି।

Advertisment

ଭୁବନେଶ୍ୱର ମହାନଗର ସହ ଏହାର ପାର୍ଶ୍ୱବର୍ତ୍ତୀ ଅନେକ ଅଞ୍ଚଳକୁ ମଧ୍ୟ ଶଟ୍‌ ଡାଉନ୍‌ରେ ସାମିଲ କରାଯାଇଛି। ଭୁବନେଶ୍ୱରର ବାସୁଆଘାଇ, ଶିଶୁପାଳ, ଲିଙ୍ଗିପୁର, ରଣସିଂହପୁର, ମଳିପଡ଼ା, ଅନ୍ଧାରୁଆ, ଯାଁଳା, କଳାରାହାଙ୍ଗ, ରଘୁନାଥପୁର, ବରିମୁଣ୍ଡ, ଦାରୁଠେଙ୍ଗ, ଚନ୍ଦକା, ଧଉଳି, ତମାଣ୍ଡୋ, ସିଜୁଆ, ବାଳକାଟୀ, ପ୍ରତାପଶାସନ, ବାଲିଅନ୍ତା, ଜଗନ୍ନାଥପୁର ଓ ଜଟଣୀ ପ୍ରଧାନସାହି ଅଞ୍ଚଳକୁ ଶଟ୍‌ ଡାଉନ୍‌ରେ ସାମିଲ କରାଯାଇଛି।

ଅନ୍ୟପକ୍ଷରେ ଭଦ୍ରକରେ ମଧ୍ୟ ୯ ଜଣଙ୍କୁ ପୁଲିସ୍ ଉଠାଇ ନେଇ କ୍ୱାରେଣ୍ଟାଇନ୍ ସେଣ୍ଟରେ ଭର୍ତ୍ତି କରିଛି।

ଗତକାଲି ଡିଜିପି ଅଭୟ ଶଟ୍‌ ଡାଉନ୍ କଟକଣା ବିଷୟରେ ସୂଚନା ଦେବା ବେଳେ ସ୍ପଷ୍ଟ ଭାବେ କହିଥିଲେ ଯେ ଏହି ସମୟରେ ଯିଏ ଘର ବାହାରେ ବୁଲିବ ପୁଲିସ୍ ଉଠାଇ ନେବ। ସେମାନଙ୍କୁ ଉଠାଇ ନେଇ ୧୪ ଦିନ କ୍ୱାରେଣ୍ଟାଇନ୍‌ରେ ରଖାଯିବ। ଏହା ସହିତ ମାମଲା ରୁଜୁ କରାଯିବ ଓ ଜୋରିମାନା ମଧ୍ୟ ଆଦାୟ କରାଯିବ।

କେବଳ ଶଟ୍ ଡାଉନ୍‌ ନୁହେଁ, ଲକ୍‌ଡାଉନ୍ ଓ କ୍ୱାରେଣ୍ଟାଇନ୍ ନିୟମ ଉଲ୍ଲଂଘନ କରି ରାଜ୍ୟର ବିଭିନ୍ନ ସ୍ଥାନରେ ୨୪୫ ମାମଲା ରୁଜୁ ହୋଇଛି। ୩ ତାରିଖ ସକାଳ ଠାରୁ ୪ ତାରିଖ ମଧ୍ୟରେ ଏହି ସମସ୍ତ ମାମଲା ରୁଜୁ ହୋଇଛି। କ୍ୱାରେଣ୍ଟାଇନ୍ ଉଲ୍ଲଂଘନ ଅଭିଯୋଗରେ ୩ଟି ମାମଲା ରୁଜୁ ହୋଇଛି। ଲକ୍‌ଡାଉନ୍ ଭାଙ୍ଗିବା ଯୋଗୁ ୨୩୦ ଏବଂ ଅନ୍ୟାନ୍ୟ ଅଭିଯୋଗରେ ୧୨ଟି ମାମଲା ରୁଜୁ ହୋଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe