'ବାତ୍ୟା ଓ ବନ୍ୟାରେ ୪୬ଲକ୍ଷ ଲୋକ କ୍ଷତିଗ୍ରସ୍ତ'

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) : ସାମୁଦ୍ରିକ ଝଡ଼ ‘ତିତଲି’ ଓ ତା ପରବର୍ତ୍ତୀ ଲଗାଣ ବର୍ଷାଜନିତ ବନ୍ୟାରେ ୧୧ଟି ଜିଲ୍ଲାର ୪୫.୮୪ଲକ୍ଷ ଲୋକ କ୍ଷତିଗ୍ରସ୍ତ ହୋଇଛନ୍ତି ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ମୁଖ୍ୟ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ କାର୍ଯ୍ୟାଳୟରୁ ଜାରି ପ୍ରେସ୍ ରିଲିଜ୍ ଅନୁସାରେ ବାତ୍ୟା ଓ ବନ୍ୟାରେ ଗଜପତି, ଗଞ୍ଜାମ, ରାୟଗଡ଼ା, ପୁରୀ, କନ୍ଧମାଳ, କେନ୍ଦ୍ରାପଡ଼ା, କେନ୍ଦୁଝର, କଟକ, ଢେଙ୍କାନାଳ, ଖୋର୍ଦ୍ଧା ଓ ଜଗତସିଂହପୁର ଜିଲ୍ଲାର ୭୬ଟି ବ୍ଲକ୍ ଅନ୍ତର୍ଗତ ୬୩୪୧ଟି ଗାଁର […]

paradeep

paradeep

Sampad Mahapatra
  • Published: Saturday, 13 October 2018
  • Updated: 13 October 2018, 04:32 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) : ସାମୁଦ୍ରିକ ଝଡ଼ ‘ତିତଲି’ ଓ ତା ପରବର୍ତ୍ତୀ ଲଗାଣ ବର୍ଷାଜନିତ ବନ୍ୟାରେ ୧୧ଟି ଜିଲ୍ଲାର ୪୫.୮୪ଲକ୍ଷ ଲୋକ କ୍ଷତିଗ୍ରସ୍ତ ହୋଇଛନ୍ତି ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି।

ମୁଖ୍ୟ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ କାର୍ଯ୍ୟାଳୟରୁ ଜାରି ପ୍ରେସ୍ ରିଲିଜ୍ ଅନୁସାରେ ବାତ୍ୟା ଓ ବନ୍ୟାରେ ଗଜପତି, ଗଞ୍ଜାମ, ରାୟଗଡ଼ା, ପୁରୀ, କନ୍ଧମାଳ, କେନ୍ଦ୍ରାପଡ଼ା, କେନ୍ଦୁଝର, କଟକ, ଢେଙ୍କାନାଳ, ଖୋର୍ଦ୍ଧା ଓ ଜଗତସିଂହପୁର ଜିଲ୍ଲାର ୭୬ଟି ବ୍ଲକ୍ ଅନ୍ତର୍ଗତ ୬୩୪୧ଟି ଗାଁର ପ୍ରାୟ ୪୫.୮୪ଲକ୍ଷ ଲୋକ କ୍ଷତିଗ୍ରସ୍ତ ହୋଇଛନ୍ତି।

ବାତ୍ୟା ସମୟରେ ୩ ଲକ୍ଷ ୪୨ହଜାର ୬୨୧ଜଣ ଲୋକଙ୍କୁ ୧୨୬୮ଟି ନିରାପଦ ଆଶ୍ରୟସ୍ଥଳକୁ ନିଆଯାଇଥିଲା। ଆଜି ସୁଦ୍ଧା ବାତ୍ୟା ଓ ବନ୍ୟା ପ୍ରଭାବିତ ୧.୨୮ଲକ୍ଷରୁ ଅଧିକ ଲୋକଙ୍କୁ ୧୦୫୩ଟି ରିଲିଫ୍ କେନ୍ଦ୍ରରେ ରନ୍ଧା ଖାଦ୍ୟ ଓ ଅନ୍ୟାନ୍ୟ ମୌଳିକ ସେବା ଯୋଗାଇ ଦିଆଯାଉଛି ବୋଲି ଏଥିରେ କୁହାଯାଇଛି।

ଏହାବ୍ୟତୀତ ଗଜପତି ଜିଲ୍ଲାରେ ପାହାଡ଼ ଧସି ୧୨ଜଣଙ୍କ ମୃତ୍ୟୁ ଘଟିଥିବା ଘଟଣାକୁ ଆଜି ରାଜ୍ୟ ସରକାର ମଧ୍ୟ ସ୍ୱୀକାର କରିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos