Advertisment

ଅଗଷ୍ଟରେ ୪୬.୯% ବେଶୀ ବର୍ଷା: ୪୪ଟି ବ୍ଲକରେ ନିଅଣ୍ଟିଆ ବର୍ଷା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଚଳିତ ଅଗଷ୍ଟ ମାସରେ ଶତକଡ଼ା ୪୬.୯% ଅଧିକ ବର୍ଷା ହୋଇଛି। ତେବେ ଜୁନ୍ ପହିଲାରୁ ଅଗଷ୍ଟ ୩୧ତାରିଖ ମଧ୍ୟରେ ରାଜ୍ୟର ୩୧୪ଟି ବ୍ଲକ୍ ମଧ୍ୟରୁ ମାତ୍ର ୮୫ଟି ବ୍ଲକରେ ସ୍ୱାଭାବିକ ବୃଷ୍ଟିପାତ ରେକର୍ଡ କରାଯାଇଥିବାବେଳେ ୪୪ଟି ବ୍ଲକରେ ନିଅଣ୍ଟିଆ ବର୍ଷା ରେକର୍ଡ କରାଯାଇଛି। ସ୍ୱତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁସାରେ ଜୁନ୍ ପହିଲାରୁ ଆଜିପର୍ଯ୍ୟନ୍ତ ରାଜ୍ୟର ସ୍ୱାଭାବିକ ବର୍ଷାର ପରିମାଣ ୯୧୨.୪ମିମି ସ୍ଥିରୀକୃତ ହୋଇଥିବାବେଳେ ଏହାର ୭.୫% ଅଧିକ ବର୍ଷା(୯୮୦.୦୯ମିମି) […]

ଅଗଷ୍ଟରେ ୪୬.୯% ବେଶୀ ବର୍ଷା: ୪୪ଟି ବ୍ଲକରେ ନିଅଣ୍ଟିଆ ବର୍ଷା

rain

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଚଳିତ ଅଗଷ୍ଟ ମାସରେ ଶତକଡ଼ା ୪୬.୯% ଅଧିକ ବର୍ଷା ହୋଇଛି। ତେବେ ଜୁନ୍ ପହିଲାରୁ ଅଗଷ୍ଟ ୩୧ତାରିଖ ମଧ୍ୟରେ ରାଜ୍ୟର ୩୧୪ଟି ବ୍ଲକ୍ ମଧ୍ୟରୁ ମାତ୍ର ୮୫ଟି ବ୍ଲକରେ ସ୍ୱାଭାବିକ ବୃଷ୍ଟିପାତ ରେକର୍ଡ କରାଯାଇଥିବାବେଳେ ୪୪ଟି ବ୍ଲକରେ ନିଅଣ୍ଟିଆ ବର୍ଷା ରେକର୍ଡ କରାଯାଇଛି।

Advertisment

ସ୍ୱତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁସାରେ ଜୁନ୍ ପହିଲାରୁ ଆଜିପର୍ଯ୍ୟନ୍ତ ରାଜ୍ୟର ସ୍ୱାଭାବିକ ବର୍ଷାର ପରିମାଣ ୯୧୨.୪ମିମି ସ୍ଥିରୀକୃତ ହୋଇଥିବାବେଳେ ଏହାର ୭.୫% ଅଧିକ ବର୍ଷା(୯୮୦.୦୯ମିମି) ରେକର୍ଡ କରାଯାଇଛି। ଚଳିତ ଅଗଷ୍ଟ ମାସରେ ସର୍ବାଧିକ ବର୍ଷା ମାଲକାନଗିରି ଜିଲ୍ଲାରେ ଓ ସର୍ବନିମ୍ନ ବର୍ଷା ଗଞ୍ଜାମ ଜିଲ୍ଲାରେ ରେକର୍ଡ କରାଯାଇଛି।

ଚଳିତବର୍ଷ ଜୁନ ୧ରୁ ଅଗଷ୍ଟ ୩୧ତାରିଖ ମଧ୍ୟରେ ୫ଟି ଜିଲ୍ଲାରେ ସ୍ମାଭାବିକଠୁ ୧୯% ଅଧିକ ବର୍ଷା ହୋଇଥିବାବେଳେ ୨୫ଟି ଜିଲ୍ଲାରେ ଏହାଠୁ କମ୍ ବର୍ଷା ରେକର୍ଡ ହୋଇଛି। ରାଜ୍ୟର ୩୧୪ଟି ବ୍ଲକ ମଧ୍ୟରୁ ୮୫ଟି ବ୍ଲକରେ ସ୍ମାଭାବିକ ପରିମାଣଠୁ ଅଧିକ ବର୍ଷା ରେକର୍ଡ ହୋଇଥିବାବେଳେ ୧୮୫ଟି ବ୍ଲକରେ ସ୍ୱାଭାବିକ ବର୍ଷା ଓ ୪୪ଟି ବ୍ଲକରେ କମ୍ ବର୍ଷା ରେକର୍ଡ ହୋଇଛି। ଗଞ୍ଜାମ ଜିଲ୍ଲାର ରଙ୍ଗେଇଲୁଣ୍ଡା ବ୍ଲକରେ ହାରାହାରି ବର୍ଷା ତୁଳନାରେ ୬୬.୯ ପ୍ରତିଶତ କମ୍ ବର୍ଷା ରେକର୍ଡ ହୋଇଛି। ସେହିପରି ଅନୁଗୋଳ ଜିଲ୍ଲାର ତାଳଚେର ବ୍ଲକରେ ହାରାହାରି ବର୍ଷା ତୁଳନାରେ ୬୧.୪% ସର୍ବାଧିକ ବର୍ଷା ରେକର୍ଡ ହୋଇଛି।
ରାଜ୍ୟରେ ଲଘୁଚାପଜନିତ ବର୍ଷା ଯୋଗୁ ଏବେ ପ୍ରାୟ ୨୦ଟି ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe