Advertisment

ରାଜ୍ୟରେ ୪ ହଜାର ପାର୍‌ କଲା ମୃତକଙ୍କ ସଂଖ୍ୟା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ରାଜ୍ୟରେ ସଂକ୍ରମଣ ଦିନକୁ ଦିନ ତଳମୁହାଁ ହେଉଥିବା ବେଳେ ମୃତ୍ୟୁରେ କିନ୍ତୁ ଲାଗୁନି ବ୍ରେକ୍‌। ଗତ ୨୪ ଘଣ୍ଟାରେ ରାଜ୍ୟରେ ସର୍ବାଧିକ ୪୮ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଫଳରେ ରାଜ୍ୟରେ ସମୁଦାୟ କରୋନାଜନିତ ମୃତ୍ୟୁ ସଂଖ୍ୟା ୪ ହଜାର ଟପିଛି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।  ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା  ୪୦୧୮ରେ ପହଞ୍ଚିଛି। ଖୋର୍ଦ୍ଧାରୁ ସର୍ବାଧିକ ୭ ଆକ୍ରାନ୍ତ ଆଖି ବୁଜିଥିବା […]

author-image
Niharika Rout
ଅଦ୍ୟତନ ହୋଇଛି
ରାଜ୍ୟରେ ଚିହ୍ନଟ ହେଲେ ୧୧୨୯ ପଜିଟିଭ, ୬୯ ମୃତକଙ୍କ ସୂଚନା ମିଳିଲା

Corona

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ରାଜ୍ୟରେ ସଂକ୍ରମଣ ଦିନକୁ ଦିନ ତଳମୁହାଁ ହେଉଥିବା ବେଳେ ମୃତ୍ୟୁରେ କିନ୍ତୁ ଲାଗୁନି ବ୍ରେକ୍‌। ଗତ ୨୪ ଘଣ୍ଟାରେ ରାଜ୍ୟରେ ସର୍ବାଧିକ ୪୮ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଫଳରେ ରାଜ୍ୟରେ ସମୁଦାୟ କରୋନାଜନିତ ମୃତ୍ୟୁ ସଂଖ୍ୟା ୪ ହଜାର ଟପିଛି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।  ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା  ୪୦୧୮ରେ ପହଞ୍ଚିଛି।

Advertisment

ଖୋର୍ଦ୍ଧାରୁ ସର୍ବାଧିକ ୭ ଆକ୍ରାନ୍ତ ଆଖି ବୁଜିଥିବା ବେଳେ କଟକରୁ ୫, ନୟାଗଡ଼ରୁ ୫, ଗଞ୍ଜାମ, ସୁନ୍ଦରଗଡ଼ ଜିଲ୍ଲାରୁ ୪ ଲେଖାଏ କରୋନା ସଂକ୍ରମିତ ଆଖି ବୁଜିଛନ୍ତି।

ଏହାବାଦ ଢେଙ୍କାନାଳ, ବୌଦ୍ଧ, ବରଗଡ଼ରୁ ୩ ଲେଖାଏ, ଅନୁଗୋଳ, ବାଲେଶ୍ୱରରୁ ୨ ଲେଖାଏ, ଭଦ୍ରକ,ଝାରସୁଗୁଡ଼ା ରୁ ୨ ଜଣ ଲେଖାଏ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି।  ଜଗତସିଂହପୁର,  କଳାହାଣ୍ଡି, କନ୍ଧମାଳ,  କୋରାପୁଟ, ପୁରୀ  ଓ ସମ୍ବଲପୁରରୁ ଜଣେ ଲେଖାଏ କରୋନା ପଜିଟିଭଙ୍କ ମୃତ୍ୟୁ ହୋଇଛି।

Advertisment

ଖୋର୍ଦ୍ଧା ଜିଲ୍ଲାରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୬୪୭  , ନୟାଗଡ଼ରେ୯୪ , ଗଞ୍ଜାମରେ ୩୩୭ , ସୁନ୍ଦରଗଡ଼ ଜିଲ୍ଲାରେ ୩୫୩ କୁ  ବୃଦ୍ଧି ପାଇଛି।

ଏହାବାଦ ଢେଙ୍କାନାଳରେ ୬୪  , ବୌଦ୍ଧରେ ୮୩  , ବରଗଡ଼ରେ ୧୩୮ ,  ଅନୁଗୋଳରେ୧୭୫  , ବାଲେଶ୍ୱରରେ ୧୩୧ , ଭଦ୍ରକରେ ୫୦ ,ଝାରସୁଗୁଡ଼ାରେ ୧୨୨ରେ ପହଞ୍ଚିଛି ମୃତକଙ୍କ ସଂଖ୍ୟା । ସେହିପରି  ଜଗତସିଂହପୁରରେ ୭୪ ,  କଳାହାଣ୍ଡିରେ ୧୭୧  , କନ୍ଧମାଳରେ ୪୮ ,  କୋରାପୁଟରେ ୫୮  , ପୁରୀରେ ୨୨୯  ଓ ସମ୍ବଲପୁରରେ ୧୧୯ ଜଣଙ୍କର କରୋନାଜନିତ ମୃତ୍ୟୁ ହୋଇଥିବା ଜଣାଯାଇଛି।

Corona Death In Odisha