Corona
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ରାଜ୍ୟରେ ସଂକ୍ରମଣ ଦିନକୁ ଦିନ ତଳମୁହାଁ ହେଉଥିବା ବେଳେ ମୃତ୍ୟୁରେ କିନ୍ତୁ ଲାଗୁନି ବ୍ରେକ୍। ଗତ ୨୪ ଘଣ୍ଟାରେ ରାଜ୍ୟରେ ସର୍ବାଧିକ ୪୮ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଫଳରେ ରାଜ୍ୟରେ ସମୁଦାୟ କରୋନାଜନିତ ମୃତ୍ୟୁ ସଂଖ୍ୟା ୪ ହଜାର ଟପିଛି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୪୦୧୮ରେ ପହଞ୍ଚିଛି।
ଖୋର୍ଦ୍ଧାରୁ ସର୍ବାଧିକ ୭ ଆକ୍ରାନ୍ତ ଆଖି ବୁଜିଥିବା ବେଳେ କଟକରୁ ୫, ନୟାଗଡ଼ରୁ ୫, ଗଞ୍ଜାମ, ସୁନ୍ଦରଗଡ଼ ଜିଲ୍ଲାରୁ ୪ ଲେଖାଏ କରୋନା ସଂକ୍ରମିତ ଆଖି ବୁଜିଛନ୍ତି।
ଏହାବାଦ ଢେଙ୍କାନାଳ, ବୌଦ୍ଧ, ବରଗଡ଼ରୁ ୩ ଲେଖାଏ, ଅନୁଗୋଳ, ବାଲେଶ୍ୱରରୁ ୨ ଲେଖାଏ, ଭଦ୍ରକ,ଝାରସୁଗୁଡ଼ା ରୁ ୨ ଜଣ ଲେଖାଏ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଜଗତସିଂହପୁର, କଳାହାଣ୍ଡି, କନ୍ଧମାଳ, କୋରାପୁଟ, ପୁରୀ ଓ ସମ୍ବଲପୁରରୁ ଜଣେ ଲେଖାଏ କରୋନା ପଜିଟିଭଙ୍କ ମୃତ୍ୟୁ ହୋଇଛି।
ଖୋର୍ଦ୍ଧା ଜିଲ୍ଲାରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୬୪୭ , ନୟାଗଡ଼ରେ୯୪ , ଗଞ୍ଜାମରେ ୩୩୭ , ସୁନ୍ଦରଗଡ଼ ଜିଲ୍ଲାରେ ୩୫୩ କୁ ବୃଦ୍ଧି ପାଇଛି।
ଏହାବାଦ ଢେଙ୍କାନାଳରେ ୬୪ , ବୌଦ୍ଧରେ ୮୩ , ବରଗଡ଼ରେ ୧୩୮ , ଅନୁଗୋଳରେ୧୭୫ , ବାଲେଶ୍ୱରରେ ୧୩୧ , ଭଦ୍ରକରେ ୫୦ ,ଝାରସୁଗୁଡ଼ାରେ ୧୨୨ରେ ପହଞ୍ଚିଛି ମୃତକଙ୍କ ସଂଖ୍ୟା । ସେହିପରି ଜଗତସିଂହପୁରରେ ୭୪ , କଳାହାଣ୍ଡିରେ ୧୭୧ , କନ୍ଧମାଳରେ ୪୮ , କୋରାପୁଟରେ ୫୮ , ପୁରୀରେ ୨୨୯ ଓ ସମ୍ବଲପୁରରେ ୧୧୯ ଜଣଙ୍କର କରୋନାଜନିତ ମୃତ୍ୟୁ ହୋଇଥିବା ଜଣାଯାଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2021/06/Corona-3.jpg)