Advertisment

ରାଜ୍ୟରେ ପ୍ରତି ୧୦୦ ଦୁର୍ଘଟଣାରେ ମରୁଛନ୍ତି ୪୮, ଜାତୀୟ ହାରରୁ ଅଧିକ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ଘଟୁଥିବା ପ୍ରତି ଶହେଟି ଦୁର୍ଘଟଣାରେ ୪୮ ଜଣଙ୍କ ମୃତ୍ୟୁ ହେଉଛି। ଜାତୀୟ ସ୍ତରରେ ଏହି ସଂଖ୍ୟା ୩୬ ରହିଛି। ରାଜ୍ୟସ୍ତରୀୟ ସଡକ ସୁରକ୍ଷା ପରିଷଦ ବୈଠକରେ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଏହି ସୂଚନା ଦେଇଛନ୍ତି। ବିଶ୍ୱର ଅନ୍ୟ ଦେଶ ତୁଳନାରେ ଆମେ ଦେଶରେ ସର୍ବାଧିକ ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁ ଘଟୁଥିବା ମନ୍ତ୍ରୀ କହିଛନ୍ତି। ସେ କହିଛନ୍ତି, ଓଡ଼ିଶାରେ ୨୦୨୦ରେ ମୋଟ ୪ ହଜାର ୭୩୮ ଜଣ ସଡକ ଦୁର୍ଘଟଣାରେ ପ୍ରାଣ […]

ରାଜ୍ୟରେ ପ୍ରତି ୧୦୦ ଦୁର୍ଘଟଣାରେ ମରୁଛନ୍ତି ୪୮, ଜାତୀୟ ହାରରୁ ଅଧିକ

road-accident

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ଘଟୁଥିବା ପ୍ରତି ଶହେଟି ଦୁର୍ଘଟଣାରେ ୪୮ ଜଣଙ୍କ ମୃତ୍ୟୁ ହେଉଛି। ଜାତୀୟ ସ୍ତରରେ ଏହି ସଂଖ୍ୟା ୩୬ ରହିଛି। ରାଜ୍ୟସ୍ତରୀୟ ସଡକ ସୁରକ୍ଷା ପରିଷଦ ବୈଠକରେ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଏହି ସୂଚନା ଦେଇଛନ୍ତି। ବିଶ୍ୱର ଅନ୍ୟ ଦେଶ ତୁଳନାରେ ଆମେ ଦେଶରେ ସର୍ବାଧିକ ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁ ଘଟୁଥିବା ମନ୍ତ୍ରୀ କହିଛନ୍ତି।

Advertisment

ସେ କହିଛନ୍ତି, ଓଡ଼ିଶାରେ ୨୦୨୦ରେ ମୋଟ ୪ ହଜାର ୭୩୮ ଜଣ ସଡକ ଦୁର୍ଘଟଣାରେ ପ୍ରାଣ ହରାଇଥିବା ବେଳେ ପ୍ରାୟ ୫ ହଜାର ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ତେବେ କୋଭିଡ୍ ମହାମାରୀ ପାଇଁ ଲକଡାଉନ୍ ଓ ସଟଡାଉନ୍ ଲାଗୁ ହେବାରୁ ୨୦୧୯ ତୁଳନାରେ ୨୦୨୦ରେ ମୃତ୍ୟୁହାର ପ୍ରାୟ ୧୧ ପ୍ରତିଶତ ହ୍ରାସ ପାଇଛି।

ରାଜ୍ୟରେ ମୁଖ୍ୟତଃ ଯାଜପୁର, ମୟୂରଭଂଜ, ସୁନ୍ଦରଗଡ, କେନ୍ଦୁଝର, ଅନୁଗୋଳ, ଢେଙ୍କାନାଳ, ବାଲେଶ୍ୱର, ଗଂଜାମ, କଟକ ଓ ଖୋର୍ଦ୍ଧାରେ ଅଧିକ ସଂଖ୍ୟକ ଲୋକ ସ଼ଡକ ଦୁର୍ଘଟଣାରେ ପ୍ରାଣ ହରାଉଛନ୍ତି। ମୋଟର ସାଇକେଲ୍ ଚାଳକଙ୍କ ସଂଖ୍ୟା ସମୁଦାୟ ସଡକ ଦୁର୍ଘଟଣାଜନିତ ମୃତ୍ୟୁର ୫୩ ପ୍ରତିଶତ ଓ ଦୁର୍ଘଟଣାରେ ପ୍ରାଣ ହରାଉଥିବା ବ୍ୟକ୍ତିମାନଙ୍କ ମଧ୍ୟରୁ ୮୦ ପ୍ରତିଶତ ବ୍ୟକ୍ତିଙ୍କ ମୃତ୍ୟୁ ହେଲମେଟ୍ ପିନ୍ଧିନଥିବାରୁ ହୋଇଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି।

Advertisment

ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁ ସଂଖ୍ୟା କମାଇବା ପାଇଁ ରାଜ୍ୟ ପରିବହନ ବିଭାଗ ପକ୍ଷରୁ ଅନେକ ପଦକ୍ଷେପ ଗ୍ରହଣ କରାଯାଇଛି। ସଡ଼କ ଦୁର୍ଘଟଣା ପୀଡ଼ିତଙ୍କୁ ସହାୟତା କରିବା ପାଇଁ ଏକ ସ୍ୱେଚ୍ଛାସେବୀ ଗୋଷ୍ଠୀ ପ୍ରସ୍ତୁତ କରାଯାଇଛି। ଏମାନଙ୍କୁ ଫାର୍ଷ୍ଟ ରେନପଣ୍ଡର ଟ୍ରେନିଂ ଦିଆଯାଇଛି। ବ୍ଲାକ୍ ସ୍ପଟଗୁଡ଼ିକୁ ସେଭ୍ ଲାଇଫ୍ ଫାଉଣ୍ଡେସନ୍ ଦ୍ୱାରା ସର୍ଭେ କରାଯାଇ ତ୍ରୁଟି ସୁଧାରିବା ପାଇଁ ପଦକ୍ଷେପ ଗ୍ରହଣ କରାଯାଉଥିବା ଶ୍ରୀ ବେହେରା କହିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe