Advertisment

ଜେଲ୍‌ରେ କରୋନା ବିସ୍ଫୋରଣ; ଏକାଥରେ ୪୮ ଅନ୍ତେବାସୀ ପଜିଟିଭ

ବ୍ରହ୍ମପୁର(ଜଗନ୍ନାଥ ସାହୁ): ବ୍ରହ୍ମପୁର ଜେଲ୍‌ରେ ବେକାବୁ ହେଲାଣି କରୋନା।  ଜେଲ୍‌ର ୪୮ ଅନ୍ତବାସୀ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଯାହାକୁ ନେଇ ବଢିଛି ଚିନ୍ତା । ଜେଲ୍‌ରେ ଜଣେ ଆଜୀବନ କଏଦୀ କରୋନା ପଜିଟିଭ ଚିହ୍ନଟ ହେବା ପରେ ତାଙ୍କୁ ଚିକିତ୍ସା କରାଯାଇଥିଲା । ପରେ ତାଙ୍କୁ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ଏମକେସିଜିରେ ଭର୍ତ୍ତି କରାଯାଇଛି । ତେବେ ବ୍ରହ୍ମପୁର ଜେଲରେ ୯ ଶହ ୨୭ ଜଣ ଅନ୍ତବାସୀ ମଧ୍ୟରୁ ୮୪  ଜଣଙ୍କ  ଟେଷ୍ଟ କରାଯାଇଥିଲା । […]

ଅଦ୍ୟତନ ହୋଇଛି
ନାବାଳିକା ଦୁଷ୍କର୍ମକାରୀକୁ ଜେଲ୍‌ ଓ ଜରିମାନା

jail

Advertisment

ବ୍ରହ୍ମପୁର(ଜଗନ୍ନାଥ ସାହୁ): ବ୍ରହ୍ମପୁର ଜେଲ୍‌ରେ ବେକାବୁ ହେଲାଣି କରୋନା।  ଜେଲ୍‌ର ୪୮ ଅନ୍ତବାସୀ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଯାହାକୁ ନେଇ ବଢିଛି ଚିନ୍ତା । ଜେଲ୍‌ରେ ଜଣେ ଆଜୀବନ କଏଦୀ କରୋନା ପଜିଟିଭ ଚିହ୍ନଟ ହେବା ପରେ ତାଙ୍କୁ ଚିକିତ୍ସା କରାଯାଇଥିଲା । ପରେ ତାଙ୍କୁ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ଏମକେସିଜିରେ ଭର୍ତ୍ତି କରାଯାଇଛି ।

Advertisment

ତେବେ ବ୍ରହ୍ମପୁରଜେଲରେ ୯ ଶହ ୨୭ ଜଣ ଅନ୍ତବାସୀ ମଧ୍ୟରୁ ୮୪  ଜଣଙ୍କ  ଟେଷ୍ଟ କରାଯାଇଥିଲା । ସେମାନଙ୍କ ମଧ୍ୟରୁ ୪୮ କଏଦୀଙ୍କ ରିପୋର୍ଟ ପଜିଟିଭ  ଆସିଛି। ସେମାନଙ୍କୁ ଜେଲ୍‌ ଭିତରେ ନୂତନ ଭାବେ ଖୋଲାଯାଇଥିବା ଶହେ ଶଯ୍ୟା ବିଶିଷ୍ଟ ଡେଡିକେଟେଡ୍ କୋଭିଡ୍ କେୟାର ସେଣ୍ଟରରେ ଚିକିତ୍ସା କରାଯାଉଛି । ଜେଲ୍‌ ମଧ୍ୟରେ ଏତେ ସଂଖ୍ୟାରେ ପଜିଟିଭ ବାହାରିବା ପରେ କର୍ତ୍ତୃପକ୍ଷ ଏବେ ଚିନ୍ତାରେ । ଅନ୍ୟ ଅନ୍ତେବାସୀ କେମିତି ସୁରକ୍ଷିତ ରହିବେ ସେ ଦିଗରେ ଧ୍ୟାନ ଦିଆଯାଉଥିବା ଜେଲ୍ କର୍ତ୍ତୃପକ୍ଷ କହିଛନ୍ତି ।

ସୂଚନାଯୋଗ୍ୟ, ରାଜ୍ୟରେ ଏବେ ଉପରମୁହାଁ ଥିବା ମହାମାରୀ ସବୁଦିନ ନୂଆ ରେକର୍ଡ କରୁଛି। ଆଜି ରାଜ୍ୟରେ ସର୍ବାଧିକ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ବି ସବୁଠୁ ଅଧିକ ରହିଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ସର୍ବାଧିକ ୧୨,୩୯୦ ଆକ୍ରାନ୍ତ ଚିହ୍ନଟ  ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ୨୨ ଛୁଇଁଛି।

Advertisment

ଗଞ୍ଜାମଜିଲ୍ଲାରେ ଆଜି ୩୮୭ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଗତକାଲି ଏହି ସଂଖ୍ୟା ୨୪୫ ଥିଲା।

Berhampur
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe