Advertisment

ରାଜ୍ୟରେ ଆଉ ୪୮୨୯ କରୋନା ଆକ୍ରାନ୍ତ ଚିହ୍ନଟ, ୪୪୮ ଜଣ ୧୮ ବର୍ଷରୁ କମ୍ ବର୍ଗର

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ଗତ ୨୪ ଘଣ୍ଟାରେ ୪୮୨୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବର୍ଗର ୪୪୮ ଜଣ ଅଛନ୍ତି। ସେହିପରି ୨୮୨୩ ଜଣ କ୍ୱାରେଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବା ବେଳେ ୨୦୦୬ଟି ହେଉଛି ଲୋକାଲ୍ କେସ୍‌। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୯୩୩ ଜଣ ଚିହ୍ନଟ ହୋଇଥିବା ବେଳେ ସୁନ୍ଦରଗଡ଼ରୁ ୮୬୯, ସମ୍ବଲପୁରରୁ ୬୪୪, କଟକରୁ ୪୦୧ ଓ ବାଲେଶ୍ୱରରୁ ୨୧୦ ଜଣ ପଜିଟି ଚିହ୍ନଟ ହୋଇଛନ୍ତି। ସେହିପରି […]

ଅଦ୍ୟତନ ହୋଇଛି
ଜାନୁଆରୀରେ ଆସିପାରେ କରୋନାର ତୃତୀୟ ଲହର, ଦୈନିକ କେସ୍‌ ୧.୫ ଲକ୍ଷ ହେବ

corona

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ଗତ ୨୪ ଘଣ୍ଟାରେ ୪୮୨୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବର୍ଗର ୪୪୮ ଜଣ ଅଛନ୍ତି। ସେହିପରି ୨୮୨୩ ଜଣ କ୍ୱାରେଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବା ବେଳେ ୨୦୦୬ଟି ହେଉଛି ଲୋକାଲ୍ କେସ୍‌।

Advertisment

ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୯୩୩ ଜଣ ଚିହ୍ନଟ ହୋଇଥିବା ବେଳେ ସୁନ୍ଦରଗଡ଼ରୁ ୮୬୯, ସମ୍ବଲପୁରରୁ ୬୪୪, କଟକରୁ ୪୦୧ ଓ ବାଲେଶ୍ୱରରୁ ୨୧୦ ଜଣ ପଜିଟି ଚିହ୍ନଟ ହୋଇଛନ୍ତି।

ସେହିପରି ଅନୁଗୋଳ ଜିଲ୍ଲାରୁ ୬୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବରଗଡ଼ରୁ ୮୪, ଭଦ୍ରକରୁ ୬୯, ବଲାଙ୍ଗିରରୁ ୧୦୪, ବୌଦ୍ଧରୁ ୬, ଦେବଗଡ଼ରୁ ୧୯, ଢେଙ୍କାନାଳରୁ ୨୩, ଗଜପତିରୁ ୩୨, ଗଞ୍ଜାମରୁ ୪୯, ଜଗତସିଂହପୁରରୁ ୪୬, ଯାଜପୁରରୁ ୬୬, ଝାରସୁଗୁଡ଼ାରୁ ୧୮୯, କଳାହାଣ୍ଡିରୁ ୪୮, କନ୍ଧମାଳରୁ ୮, କେନ୍ଦ୍ରାପଡ଼ାରୁ ୨୪, କେନ୍ଦୁଝରରୁ ୬୩, କୋରାପୁଟରୁ ୭୭, ମାଲକାନଗିରିରୁ ୧୧, ମୟୂରଭଞ୍ଜରୁ ୧୬୨, ନବରଙ୍ଗପୁରରୁ ୮୫, ନୟାଗଡ଼ରୁ ୨୪, ନୂଆପଡ଼ାରୁ ୫୧, ପୁରୀରୁ ୧୩୦, ରାୟଗଡ଼ାରୁ ୮୨ ଓ ସୋନପୁରରୁ ୩୨ ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ଷ୍ଟେଟ୍‌ ପୁଲ୍‌ରୁ ୨୧୯ ଜଣ ଚିହ୍ନଟ ହୋଇଛନ୍ତି।

Advertisment

ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୭୫ ହଜାର ୬୯୮କୁ ବୃଦ୍ଧି ପାଇଥିବା ବେଳେ ୧୦ ଲକ୍ଷ ୪୬ ହଜାର ୬୧୭ ଜଣ ସୁସ୍ଥ ହୋଇସାରିଛନ୍ତି। ଏବେ ୨୦ ହଜାର ୫୬୦ ଜଣ ଚିକିତ୍ସାଧୀନ ଅଛନ୍ତି। ସେହିପରି ଏଯାବତ ରାଜ୍ୟରେ ୮୪୬୮ ଜଣଙ୍କର କରୋନାରେ ମୃତ୍ୟୁ ଘଟିଛି।

ଅନ୍ୟପକ୍ଷରେ ଦେଶରେ ଗତ ୨୪ ଘଣ୍ଟାରେ ୧ ଲକ୍ଷ ୭୯ ହଜାର ୭୨୩ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହା ସହିତ ଦୈନିକ ପଜିଟିଭିଟି ହାର ୧୩.୨୯ ପ୍ରତିଶତକୁ ବଢ଼ିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe