Advertisment

ଓଡ଼ିଶାରେ ଚତୁର୍ଥ କରୋନା ରୋଗୀ ଚିହ୍ନଟ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡ଼ିଶାରେ ଚତୁର୍ଥ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ତାଙ୍କ ଘର ଭଦ୍ରକରେ। ବୟସ ୨୯ ବର୍ଷ।ଯୁବକ ଜଣଙ୍କ ଦୁବାଇରୁ ଫେରିଥିବା ବେଳେ ତାଙ୍କ ସ୍ୱାବ ପରୀକ୍ଷାରୁ ସେ କରୋନା ପଜିଟିଭ ଥିବା ଜଣାପଡ଼ିଛି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ପକ୍ଷରୁ ଟ୍ୱିଟ୍‌ କରି ଏହି ସୂଚନା ଦିଆଯାଇଛି । ମହାମାରୀ କରୋନା ଭାଇରସରେ ଭାରତରେ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି। ଆଜି ଗୋଟିଏ ଦିନରେ ୨ଶହରୁ ଅଧିକ ଲୋକ […]

ଅଦ୍ୟତନ ହୋଇଛି
ଓଡ଼ିଶାରେ ଚତୁର୍ଥ କରୋନା ରୋଗୀ ଚିହ୍ନଟ

ec-6 (1)

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡ଼ିଶାରେ ଚତୁର୍ଥ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ତାଙ୍କ ଘର ଭଦ୍ରକରେ। ବୟସ ୨୯ ବର୍ଷ।ଯୁବକ ଜଣଙ୍କ ଦୁବାଇରୁ ଫେରିଥିବା ବେଳେ ତାଙ୍କ ସ୍ୱାବ ପରୀକ୍ଷାରୁ ସେ କରୋନା ପଜିଟିଭ ଥିବା ଜଣାପଡ଼ିଛି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ପକ୍ଷରୁ ଟ୍ୱିଟ୍‌ କରି ଏହି ସୂଚନା ଦିଆଯାଇଛି ।

Advertisment

ମହାମାରୀ କରୋନା ଭାଇରସରେ ଭାରତରେ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି। ଆଜି ଗୋଟିଏ ଦିନରେ ୨ଶହରୁ ଅଧିକ ଲୋକ କୋଭିଡ୍‌-୧୯ ଭୂତାଣରୁରେ ଆକ୍ରାନ୍ତ ହୋଇଥିବା ପରୀକ୍ଷାରୁ ଜଣାପଡ଼ିଛି। ବିଶେଷ କରି ଦିଲ୍ଲୀର ନିଜାମୁଦ୍ଦିନ ମସଜିଦରେ ଯୋଗଦେଇଥିବା ଲୋକମାନେ ଏହି ଭାଇରସରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି।

ବେସରକାରୀ ଭାବେ ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୫୬୮ରେ ପହଞ୍ଚିଥିବା ବେଳେ ମୃତ୍ୟୁସଂଖ୍ୟା ୪୧ ରହିଛି। ସେହିପରି ୧୪୮ ଜଣ କରୋନା ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଜାରି ହୋଇଥିବା ରିପୋର୍ଟରେ କୁହାଯାଇଛି ଯେ ଏଯାଏ ଦେଶରେ ୧୩୯୭ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ୧୨୪ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୩୫ ଜଣଙ୍କ ମୃତ୍ୟୁ ଘଟିଛି।
ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁଯାୟୀ, ଆଜି ମହାରାଷ୍ଟ୍ରରରେ ସର୍ବାଧିକ ୫୯ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଫଳରେ ଏଠାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୦୨ରେ ପହଞ୍ଚି ଯାଇଛି। ସେହିପରି ଆଜି ଆସାମରେ ପ୍ରଥମ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ତାମିଲନାଡୁରେ ୫୭ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ତେଲେଙ୍ଗାନରେ ଆଜି ୧୫ ଜଣଙ୍କ ଶରୀରରେ କରୋନା ଭୂତାଣୁ ଠାବ ହୋଇଛି।ପଞ୍ଜାବ ଓ ପଶ୍ଚିମବଙ୍ଗରେ ଦୁଇ ଜଣ କରୋନା ଯୋଗୁ ପ୍ରାଣ ହରାଇଛନ୍ତି। ଗତକାଲି ରାତିରେ ତେଲେଙ୍ଗାନରେ କରୋନା ଯୋଗୁ ୬ ଜଣଙ୍କ ମୃତ୍ୟୁ ଘଟିଥିଲା। ଏହି ୬ ଜଣ ଯାକ ଦିଲ୍ଲୀର ନିଜାମୁଦ୍ଦିନ ସ୍ଥିତ ମସଜିଦରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ।
ମହାରାଷ୍ଟ୍ରରରେ ୩୦୨ କରୋନା ରୋଗୀ ଚିହ୍ନଟ ହୋଇଥିବା ବେଳେ ୧୦ ଜଣଙ୍କ ମୃତ୍ୟୁ ଘଟିଛି। କେରଳରେ ୨୪୧ ରୋଗୀ ଓ ୨ ଜଣଙ୍କ ମୃତ୍ୟୁ ଘଟିଛି। ତାମିଲନାଡୁରେ ୧୨୪, କର୍ଣ୍ଣାଟକାରେ ୧୦୧, ଉତ୍ତର ପ୍ରଦେଶରେ ୧୦୧, ଦିଲ୍ଲୀରେ ୯୮, ରାଜସ୍ଥାନରେ ୯୩, ତେଲେଙ୍ଗାନାରେ ୭୭, ମଧ୍ୟପ୍ରଦେଶରେ ୬୬, ଜମ୍ମୁ-କଶ୍ମୀରରେ ୫୫, ପଞ୍ଜାବରେ ୪୧, ଆନ୍ଧ୍ର ପ୍ରଦେଶରେ ୪୦, ହରିଆଣାରେ ୪୦, ଚଣ୍ଡିଗଡ଼ରେ ୧୩, ଲଦାଖରେ ୧୩, ଆଣ୍ଡାମାନ ନିକୋବରରେ ୧୦, ଛତିଶଗଡ଼ରେ ୮, ଉତ୍ତରାଖଣ୍ଡରେ ୭, ଗୋଆରେ ୫, ଓଡ଼ିଶାରେ ୩, ହିମାଚଳ ପ୍ରଦେଶରେ ୩, ପୁଡୁଚେରୀରେ ୧, ମଣିପୁରରେ ଝାରଖଣ୍ଡରେ ୧, ଆସାମରେ ୧ ଓ ମିଜୋରାମରେ ଜଣେ ବ୍ୟକ୍ତି କରୋନାରେ ଆକ୍ରାନ୍ତ ହୋଇଛନ୍ତି।
Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe