Advertisment

ଖଜୁରୀ ତାଡ଼ି ପିଇ ୫ ଗୁରୁତର

ବଣାଇ (ରଣଜିତ ଚୌଧୁରୀ): ସୁନ୍ଦରଗଡ଼ ଜିଲ୍ଲା ବଣାଇ ଥାନା ଅନ୍ତର୍ଗତ ସାତକୁଟା ଗାଁରେ ଖଜୁରୀ ତାଡ଼ି ପିଇ ୫ ଜଣ ଗୁରୁତର ହୋଇଛନ୍ତି। ବଣାଇ ଉପଖଣ୍ଡ ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ସେମାନଙ୍କୁ ରାଉରକେଲା ସ୍ଥାନାନ୍ତର କରାଯାଇଛି। ଗୁରୁତରଙ୍କ ମଧ୍ୟରେ ଜଣେ ଛାତ୍ର ଥିବା ଜଣାପଡ଼ିଛି। ଗତକାଲି ସନ୍ଧ୍ୟାରେ ଏହି ୫ ଜଣ ଖଜୁରୀ ତାଡ଼ି ପିଇଥିଲେ। ଏହାର କିଛି ସମୟ ପରେ ସେମାନେ ସମସ୍ତେ ଅସୁସ୍ଥ ହୋଇପଡ଼ିଥିଲେ। ପରିବାର ଲୋକେ ସେମାନଙ୍କୁ ବଣାଇ ଉପଖଣ୍ଡ ଚିକିତ୍ସାଳୟକୁ […]

ଅଦ୍ୟତନ ହୋଇଛି
ଖଜୁରୀ ତାଡ଼ି ପିଇ ୫ ଗୁରୁତର

bonai

Advertisment

ବଣାଇ (ରଣଜିତ ଚୌଧୁରୀ): ସୁନ୍ଦରଗଡ଼ ଜିଲ୍ଲା ବଣାଇ ଥାନା ଅନ୍ତର୍ଗତ ସାତକୁଟା ଗାଁରେ ଖଜୁରୀ ତାଡ଼ି ପିଇ ୫ ଜଣ ଗୁରୁତର ହୋଇଛନ୍ତି। ବଣାଇ ଉପଖଣ୍ଡ ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ସେମାନଙ୍କୁ ରାଉରକେଲା ସ୍ଥାନାନ୍ତର କରାଯାଇଛି। ଗୁରୁତରଙ୍କ ମଧ୍ୟରେ ଜଣେ ଛାତ୍ର ଥିବା ଜଣାପଡ଼ିଛି।

Advertisment

ଗତକାଲି ସନ୍ଧ୍ୟାରେ ଏହି ୫ ଜଣ ଖଜୁରୀ ତାଡ଼ି ପିଇଥିଲେ। ଏହାର କିଛି ସମୟ ପରେ ସେମାନେ ସମସ୍ତେ ଅସୁସ୍ଥ ହୋଇପଡ଼ିଥିଲେ। ପରିବାର ଲୋକେ ସେମାନଙ୍କୁ ବଣାଇ ଉପଖଣ୍ଡ ଚିକିତ୍ସାଳୟକୁ ନେଇଥିଲେ।

ବାରମ୍ବାର ଅଭିଯୋଗ କରିବା ପରେ ମଧ୍ୟ ଅବକାରୀ ବିଭାଗ ଏପରି ବେଆଇନ ମଦ ଓ ଖଜୁରୀ ତାଡ଼ି କାରବାର ବନ୍ଦ କରୁ ନ ଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଏପରିକି ଅବକାରୀ ବିଭାଗର କିଛି ଅସାଧୁ କର୍ମଚାରୀ ଏହି ବେଆଇନ କାରବାରରେ ଲିପ୍ତ ବ୍ୟକ୍ତିଙ୍କ ପାଖରୁ ଚାନ୍ଦା ନେଇ ଆଖି ବୁଜି ଦେଇଥିବା ଲୋକେ ଅଭିଯୋଗ କରିଛନ୍ତି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe