ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭୁବନେଶ୍ୱରରୁ ୫ ସାଇବର ଠକ ଗିରଫ ହୋଇଛନ୍ତି। ଭରତପୁର ଥାନା ପୁଲିସ୍ ସହାୟତାରେ ହାଇଦ୍ରାବାଦ ପୁଲିସ୍ ସେମାନଙ୍କୁ ଗିରଫ କରିଛି।
ଗିରଫ ଅଭିଯୁକ୍ତମାନେ ହେଉଛନ୍ତି- ଆଦିତ୍ୟ ନାରାୟଣ ମହାପାତ୍ର, ଲକ୍ଷ୍ମୀଧର ମୁର୍ମୁ, ପ୍ରମୋଦ ନାୟକ, ସୌମ୍ୟରଂଜନ ପଟ୍ଟନାୟକ ଓ ଦେବାଶିଷ ଓଝା। ସେମାନଙ୍କ ମଧ୍ୟରୁ ୩ ଜଣ ଘାଟିକିଆର ହୋଇଥିବା ବେଳେ ୨ ଜଣ ବରମୁଣ୍ଡାର ବୋଲି ସୂଚନା ମିଳିଛି।
ଏହି ଅଭିଯୁକ୍ତମାନେ ଦୁଇଟି ଏକାଉଣ୍ଟରୁ ୧୫ ଲକ୍ଷ ଲେଖାଏଁ ଅର୍ଥାତ୍ ମୋଟ ୩୦ ଲକ୍ଷ ଟଙ୍କା ଚଳୁ କରି ଦେଇଥିବା ଅଭିଯୋଗ ହୋଇଛି। ସେମାନଙ୍କ ବିରୋଧରେ ଆଇପିସିର ଧାରା ୪୧୯ ଓ ୪୨୯ ଏବଂ ଆଇଟି ଆକ୍ଟ ୬୬-ସିରେ ମାମଲା ରୁଜୁ ହୋଇଛି। ସେମାନଙ୍କ ଠାରୁ ୫ଟି ମୋବାଇ ଜବତ କରାଯାଇଛି।
ଅଭିଯୁକ୍ତମାନଙ୍କୁ ହାଇଦ୍ରାବାଦ ପୁଲିସ୍ ଆଜି ଏଠାରେ କୋର୍ଟରେ ହାଜର କରାଇବା ପରେ ଟ୍ରାଞ୍ଜିଟ୍ ରିମାଣ୍ଡରେ ନେବ ବୋଲି ଜଣାପଡ଼ିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories

Politics
ବିଜେଡିରେ ବଢ଼ିଲାଣି ବବିଙ୍କ ମାମଲାତି: ଦେବୀ ‘ଶିଶୁପାଳ’, ପ୍ରତାପ‘ସାରଥୀ’, ହଜାରିବାଗରେ ହାଜିରା
ଦେବୀଙ୍କ ଅଜାଣତରେ ତାଙ୍କ ଜିଲ୍ଲା କଟକରେ ଓ ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ ଅଗୋଚରରେ ତାଙ୍କ ଜିଲ୍ଲା ସମ୍ବଲପୁରରେ ସାଂଗଠନିକ ନିର୍ବାଚନ ପାଇଁ ‘ଜିଲ୍ଲା ରିଟର୍ଣ୍ଣିଂ ଅଫିସର’ ନିଯୁକ୍ତି ଦିଆଯିବା ସିଧାସଳଖ ଏହି ନେତାମାନଙ୍କୁ ନିଜ ସଂଗଠନରେ ‘ଶିଶୁପାଳ’ ଭୂମିକାରେ ଅବତୀର୍ଣ୍ଣ କରାଇ ଦେଇଥିବା ଚର୍ଚ୍ଚା ହେଲାଣି ।

Politics
ରାଜା ଚକ୍ର ଗିରଫ: କ୍ରାଇମବ୍ରାଞ୍ଚ ଦେଲା କଳାଚିଠାର ତାଲିକା, ବଢ଼ିଲା ବିଜେଡିର ପ୍ରଭାବଶାଳୀଙ୍କ ଅଡ଼ୁଆ
ରାଜାଙ୍କ ଗିରଫ ପରେ ଘସିପୁରା ବିଧାୟକ ତଥା ରାଜାଙ୍କୁ ରାଜନୀତିକୁ ଆଣିଥିବା ବଦ୍ରିନାରାୟଣ ପାତ୍ରଙ୍କ ବୟାନ ବେଶ୍ ଗୁରୁତ୍ୱ ବହନ କରୁଛି । ବଦ୍ରି କହିଛନ୍ତି ଯେ ରାଜା ଚକ୍ରଙ୍କ କଥାରେ ତତ୍କାଳୀନ ଜିଲ୍ଲାପାଳ ଓ ଏସପି କାମ କରୁଥିଲେ । ସେମାନଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଉ ।

Miscellaneous
ରାଜା ଚକ୍ରଙ୍କ ନାଁରେ ୧୪ ମାମଲା: ତଦନ୍ତରେ କରୁଛନ୍ତି ଅସହଯୋଗ, ଗିରଫ ହୋଇପାରନ୍ତି ପତ୍ନୀଙ୍କ ସମେତ ୪ ସହଯୋଗୀ
ଗିରଫଦାରୀ ଉପରେ ମିଳିଥିବା ଅନ୍ତରୀଣ ସୁରକ୍ଷାକୁ ହାଇକୋର୍ଟ ଆଜି ଉଠାଇ ନେବାପରେ ସେମାନେ ଗିରଫ ହେବା ନିଶ୍ଚିତ ହୋଇଯାଇଛି ।

Miscellaneous
ହୋଲଡିଂ ଟ୍ୟାକ୍ସ କ୍ଲିଅର କଲେ କିଟ୍ ଓ ସୋଆ!
ଖବର ପ୍ରସାରଣ ପରେ ବିଏମସି ତରଫରୁ କୁହାଯାଇଛି, 7 ଦିନ ତଳ ପର୍ଯ୍ୟନ୍ତ ଯେଉଁମାନେ ଖିଲାପକାରୀ ଥିଲେ, ତାଙ୍କ ନାଁ ସାର୍ବଜନୀନ କରାଯାଇଥିଲା।

Miscellaneous
ବାରବାଟୀ କଳଙ୍କ: ଅପ୍ରତ୍ୟାଶିତ ଯାନ୍ତ୍ରିକ ତ୍ରୁଟି କହି ଦୋଷ ଠେଲି ଦେଲା ଓସିଏ: ଜେନେରେଟର ପାଇଁ ଶକ୍ତି ବିଭାଗ ଦେଇଥିଲା କ୍ଲିଅରାନ୍ସ
ମ୍ୟାଚ ପାଇଁ ଷ୍ଟାଡିୟମରେ ଥିବା ଜେନେରରେଟର ବ୍ୟବସ୍ଥାର ତଦାରଖ ଓ ପ୍ରମାଣପତ୍ର ମଧ୍ୟ ରାଜ୍ୟ ଶକ୍ତି ବିଭାଗ ଦେଇଥିଲା ବୋଲି କହି ଓସିଏ ପରୋକ୍ଷରେ ଏହି ବୈଷୟିକ ତ୍ରୁଟି ନିମନ୍ତେ ଶକ୍ତି ବିଭାଗ ଆଡ଼କୁ ଦୋଷ ଠେଲିବାକୁ ପ୍ରୟାସ କରିଛି ।