Advertisment

ଗୁଣି ସନ୍ଦେହରେ ଏପରି କାମ କରି ଗିରଫ ହେଲେ ୫ ଭାଇ

ଉମରକୋଟ(କାର୍ତ୍ତିକ ମଲ୍ଲିକ): ଗୁଣି ସନ୍ଦେହରେ ବିଷ୍ଠା ଖୁଆଇବା ଉଦ୍ୟମରେ ଗୋଟିଏ ପରିବାରର ୫ ଭାଇ ଗିରଫ ହୋଇଛନ୍ତି। ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ଜମାଦାରପଡା ଗାଁରେ। ସେମାନେ ହେଲେ ଅମରୁ ହାତି, ରଥ ହାତି, ଡମ୍ବରୁ ହାତି, ବଳଦେବ ହାତି  ଓ ଗୋବର୍ଦ୍ଧନ ହାତି। ଥାନାରେ ହୋଇଥିବା ଅଭିଯୋଗ ଅନୁସାରେ, ଜାମାଦାରପଡା ଗାଁର ଯୁବକ ଦେବିସିଂ ହାତିଙ୍କୁ (୨୬) ଗତ ୪ ତାରିଖରେ ସାପ କାମୁଡ଼ିଥିଲା। ତେଣୁ  ପରିବାର ଲୋକେ ତାଙ୍କୁ ସ୍ଥାନୀୟ […]

author-image
Jyoshna Pradhan
ଗୁଣି ସନ୍ଦେହରେ ଏପରି କାମ କରି ଗିରଫ ହେଲେ ୫ ଭାଇ

umercourt

ଉମରକୋଟ(କାର୍ତ୍ତିକ ମଲ୍ଲିକ): ଗୁଣି ସନ୍ଦେହରେ ବିଷ୍ଠା ଖୁଆଇବା ଉଦ୍ୟମରେ ଗୋଟିଏ ପରିବାରର ୫ ଭାଇ ଗିରଫ ହୋଇଛନ୍ତି। ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ଜମାଦାରପଡା ଗାଁରେ। ସେମାନେ ହେଲେ ଅମରୁ ହାତି, ରଥ ହାତି, ଡମ୍ବରୁ ହାତି, ବଳଦେବ ହାତି  ଓ ଗୋବର୍ଦ୍ଧନ ହାତି।

Advertisment

ଥାନାରେ ହୋଇଥିବା ଅଭିଯୋଗ ଅନୁସାରେ, ଜାମାଦାରପଡା ଗାଁର ଯୁବକ ଦେବିସିଂ ହାତିଙ୍କୁ (୨୬) ଗତ ୪ ତାରିଖରେ ସାପ କାମୁଡ଼ିଥିଲା। ତେଣୁ  ପରିବାର ଲୋକେ ତାଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା। ଏହାପରେ ତାଙ୍କ ପରିବାର ଲୋକେ ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ଗୁଣିଆର ସହଯୋଗ ଲୋଡିଥିଲେ।  ଛତିଶଗଡର ଜଣେ ଗୁଣିଆକୁ ଡାକି ଘରେ ପୂଜା ପାଠ କରିଥିଲେ। ଆଉ ସେହି ଗାଁର ହିରାସିଂ ଦଳେଇ ନାମକ ବ୍ୟକ୍ତି ଗୁଣି କରି ସାପ ଦ୍ୱାରା ଦେବିସିଂଙ୍କୁ ହତ୍ୟା କରିଥିବା ଗୁଣିଆ କହିଥିଲା।

ଗୁଣିଆ କଥାରେ ବିଶ୍ୱାସ କରି ମୃତକଙ୍କ ପରିବାର ଲୋକେ ଗାଁରେ ଗତ ୨୦ ତାରିଖରେ ବୈଠକ ଡକାଇଥିଲେ। ଆଉ ବୈଠକରେ ଗାଁ ଦାଣ୍ଡରେ ମୃତକଙ୍କ ସମ୍ପର୍କୀୟ ୫ ଭାଇ  ହିରାସିଂଙ୍କୁ ମାଡ ମାରିବା ସହ ଗାଳି ଗୁଲଜ ମଧ୍ୟ କରିଥିଲେ। ଏହାପରେ ବିଷ୍ଠା ଖୁଆଇବା ପାଇଁ ଉଦ୍ୟମ କରିଥିଲେ। ଏନେଇ ସେ  ଗତ ୨୧ ତାରିଖ ଦିନ ଚନ୍ଦାହାଣ୍ଡି ଥାନାରେ ଏତଲା ଦେଇଥିଲେ। ଏତଲାକୁ ଆଧାର କରି ଚନ୍ଦାହାଣ୍ଡି ଥାନା ଅଧିକାରୀ ତଦନ୍ତ ପରେ ଗତକାଲି ୫ ଭାଇଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିବା ସୂଚନା ମିଳିଛି ।

Advertisment