Advertisment

ଜେସିବି ବାଜି ଭୁଶୁଡ଼ିଲା କାନ୍ଥ, ୭ ଗୁରୁତର ଆହତ

ଢେଙ୍କାନାଳ(ରାଜଶ୍ରୀ ଶତପଥୀ): ୫୩ ନମ୍ବର ଜାତୀୟ ରାଜପଥ ସମ୍ପ୍ରସାରଣ କାର୍ଯ୍ୟରେ ନିୟୋଜିତ ଜେସିବି ବାଜି କାନ୍ଥ ଭୁଶୁଡ଼ି ପଡ଼ିଲା। ଫଳରେ ୭ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ୫ ଜଣ ଶିଶୁ ଅଛନ୍ତି। ସେମାନଙ୍କୁ ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି। ଆଜି ଏପରି ଅଘଟଣ ଢେଙ୍କାନାଳ ଜିଲ୍ଲାରେ ଘଟିଛି। କାମାକ୍ଷାନଗର ଦେଇଛି ଯାଇଛି ୫୩ ନମ୍ବର ଜାତୀୟ ରାଜପଥ। ଏବେ ଏହି ରାସ୍ତା ସଂପ୍ରସାରଣ ହେଉଛି। ହେଲେ ରାସ୍ତା ପାର୍ଶ୍ୱରେ ଦୀର୍ଘ ବର୍ଷ ଧରି ଘର […]

ଅଦ୍ୟତନ ହୋଇଛି
ଜେସିବି ବାଜି ଭୁଶୁଡ଼ିଲା କାନ୍ଥ, ୭ ଗୁରୁତର ଆହତ

5-children,-2-women-injured-after-a-wall-collapses-during-road-expansion-work-at-Badasuanla-village-in-Dhenkanal-district

Advertisment

ଢେଙ୍କାନାଳ(ରାଜଶ୍ରୀ ଶତପଥୀ): ୫୩ ନମ୍ବର ଜାତୀୟ ରାଜପଥ ସମ୍ପ୍ରସାରଣ କାର୍ଯ୍ୟରେ ନିୟୋଜିତ ଜେସିବି ବାଜି କାନ୍ଥ ଭୁଶୁଡ଼ି ପଡ଼ିଲା। ଫଳରେ ୭ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ୫ ଜଣ ଶିଶୁ ଅଛନ୍ତି। ସେମାନଙ୍କୁ ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି। ଆଜି ଏପରି ଅଘଟଣ ଢେଙ୍କାନାଳ ଜିଲ୍ଲାରେ ଘଟିଛି।

Advertisment

କାମାକ୍ଷାନଗର ଦେଇଛି ଯାଇଛି ୫୩ ନମ୍ବର ଜାତୀୟ ରାଜପଥ। ଏବେ ଏହି ରାସ୍ତା ସଂପ୍ରସାରଣ ହେଉଛି। ହେଲେ ରାସ୍ତା ପାର୍ଶ୍ୱରେ ଦୀର୍ଘ ବର୍ଷ ଧରି ଘର କରି ରହୁଥିବା ଲୋକଙ୍କୁ ଉଚ୍ଛେଦ ନକରି ସମ୍ପ୍ରସାରଣ କାର୍ଯ୍ୟ ଚାଲିଥିଲା। ଯେଉଁଥିପାଇଁ ଆଜି ରାସ୍ତା କାମରେ ନିୟୋଜିତ ଏକ ଜେସିବି ଜଣଙ୍କ କାନ୍ଥରେ ବାଜି ଯାଇଥିଲା। ଫଳରେ କାନ୍ଥଟି ଭୁଶୁଡ଼ି ପଡ଼ିବାରୁ ୭ ଜଣ ଆହତ ହୋଇଛି। ଆହତଙ୍କ ମଧ୍ୟରୁ ୫ ଜଣ ଶିଶୁ ଓ ୨ ଜଣ ମହିଳା ଅଛନ୍ତି। ସମସ୍ତଙ୍କୁ ଉଦ୍ଧାର କରାଯାଇ କାମାକ୍ଷାନଗର ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି।

ଏହି ଖବର ପ୍ରଘଟ ହେବା ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି। ଉତ୍ତ୍ୟକ୍ତ ଲୋକେ ଜେସିବିରେ ନିଆଁ ଲଗାଇ ଦେଇଛନ୍ତି। ଏପରିକି NH ଅବରୋଧ କରିଛନ୍ତି। ତେବେ ଘଟଣାସ୍ଥଳରେ କାମାକ୍ଷାନଗର ଏସ୍‌ଡିପିଓ ଓ ଅତିରିକ୍ତ ତହସିଲଦାର ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଛନ୍ତି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe