Advertisment

୩ଟି ଦୁର୍ଘଟଣାରେ ଚାଲିଗଲା ୫ ଜୀବନ

ବାରିପଦା (ମାଣିକ ଲାଲ୍ ପାଣି): ମୟୂରଭଞ୍ଜ ଜିଲ୍ଲାର ବେତନଟୀ ଅଞ୍ଚଳରେ ୩ଟି ଦୁର୍ଘଟଣା ଘଟି ୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ଦୁର୍ଘଟଣା ୩ଟି ଗତରାତିରୁ ଆଜି ଭୋର ମଧ୍ୟରେ ଘଟିଛି। ଗତରାତି ପ୍ରାୟ ୧୨ଟା ସମୟରେ ଦୋହିକୋଟୀ ଛକରେ ଦୁର୍ଘଟଣା ଘଟି ଏକ ପଲସର୍‌ ବାଇକ୍‌ରେ ବସିଥିବା ୩ଜଣଙ୍କ ମୃତ୍ୟୁ ଘଟିଛି। ମୃତକମାନେ ହେଲେ ବୈଶିଙ୍ଗା ଥାନା ଅନ୍ତର୍ଗତ ବରହମପୁର ଏବଂ ବିଶ୍ରାମପୁର ଅଞ୍ଚଳର ବିଶ୍ୱଜିତ୍ ପଣ୍ଡା, ବାଙ୍କୁ ପାତ୍ର […]

ଅଦ୍ୟତନ ହୋଇଛି
୩ଟି ଦୁର୍ଘଟଣାରେ ଚାଲିଗଲା ୫ ଜୀବନ

accident

Advertisment

ବାରିପଦା (ମାଣିକ ଲାଲ୍ ପାଣି): ମୟୂରଭଞ୍ଜ ଜିଲ୍ଲାର ବେତନଟୀ ଅଞ୍ଚଳରେ ୩ଟି ଦୁର୍ଘଟଣା ଘଟି ୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ଦୁର୍ଘଟଣା ୩ଟି ଗତରାତିରୁ ଆଜି ଭୋର ମଧ୍ୟରେ ଘଟିଛି।

Advertisment

ଗତରାତି ପ୍ରାୟ ୧୨ଟା ସମୟରେ ଦୋହିକୋଟୀ ଛକରେ ଦୁର୍ଘଟଣା ଘଟି ଏକ ପଲସର୍‌ ବାଇକ୍‌ରେ ବସିଥିବା ୩ଜଣଙ୍କ ମୃତ୍ୟୁ ଘଟିଛି। ମୃତକମାନେ ହେଲେ ବୈଶିଙ୍ଗା ଥାନା ଅନ୍ତର୍ଗତ ବରହମପୁର ଏବଂ ବିଶ୍ରାମପୁର ଅଞ୍ଚଳର ବିଶ୍ୱଜିତ୍ ପଣ୍ଡା, ବାଙ୍କୁ ପାତ୍ର ଏବଂ ସୁଧିର ଦାଶ। ସେମାନେ ସମସ୍ତେ ରୋଷେୟା ଭାବେ କାର୍ଯ୍ୟ କରନ୍ତି। ସେମାନେ ଏକ ବିବାହ ଭୋଜିରେ କାମ ସାରି ଫେରୁଥିବା ବେଳେ କୌଣସି ଅଜଣା ଗାଡି ଧକ୍କାରେ ପ୍ରାଣ ହରାଇଛନ୍ତି।

ସେହିପରି ଏକ ବାଇକ୍‌ ଡେଲିଭରୀ କରିବାକୁ ବାଲେଶ୍ୱର ଫୁଲାଡ଼ି ଅଞ୍ଚଳରୁ ଆସିଥିବା ଜଣେ ବ୍ୟକ୍ତିଙ୍କ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଦୁର୍ଘଟଣାରେ ପ୍ରଭାତ ସେଣ୍ଡ ନାମକ ଜଣେ ବ୍ୟକ୍ତି ଆହତ ହୋଇଛନ୍ତି। ପ୍ରଭାତଙ୍କ କହିବା ଅନୁସାରେ ସେମାନେ ଏକ ସ୍କୁଟିରେ ଫେରୁଥିବା ବେଳେ ସମ୍ମୁଖରୁ ଏକ ଟ୍ରକ୍‌ ଆସି ଧକ୍କା ଦେଇ ଚାଲି ଯାଇଥିଲା। ମୃତକଙ୍କ ପରିଚୟ ମିଳିପାରିନାହିଁ।

Advertisment

ବେତନଟୀ ଅଞ୍ଚଳର ତାରାକୋଟୀ ଛକରେ ଏକ ଦୁର୍ଘଟଣା ଘଟି ଜଣେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ଘଟିଛି। ଭୋରୁ ବାଇକ୍‌ ଆରୋହୀ ଜଣଙ୍କ ପଡ଼ିଥିବା ଦେଖି ସ୍ଥାନୀୟ ଲୋକେ ପୁଲିସ୍‌କୁ ଖବର ଦେଇଥିଲେ। ପୁଲିସ୍‌ ଆସି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଆରମ୍ଭ କରିଛି। ମୃତକ ଜଣଙ୍କ ହେଲେ ବାରିପଦା ବାଶ୍ୱସାରୀ ଅଞ୍ଚଳର ଅମୂଲ୍ୟ ବେହେରା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe