Advertisment

ତୀର୍ଥଯାତ୍ରା ନେଲା ଜୀବନ, ଦୁର୍ଘଟଣାରେ ୫ ଜଣଙ୍କ ମୃତ୍ୟୁ

ବିଶାଖାପାଟଣା /ଗଜପତି/ ବ୍ରହ୍ମପୁର : ତୀର୍ଥଯାତ୍ରା ପାଲଟିଲା ମହାଯାତ୍ରା । ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଛାରଖାର ହୋଇଗଲା ଦୁଇ ଦୁଇଟି ପରିବାର। ଆଜି ସକାଳେ ଆନ୍ଧ୍ରପ୍ରଦେଶର ମଞ୍ଜୁସାରେ ଘଟିଥିବା ଭୟଙ୍କର କାର ଦୁର୍ଘଟଣାରେ ଭୁବନେଶ୍ୱରରେ ରହୁଥିବା ଦୁଇଟି ପରିବାରର ୫ ଜଣଙ୍କ ଜୀବନ ଯାଇଛି। ପୁଅର ମୁଣ୍ଡନ ସାରି ସୀମାଞ୍ଚଳମ୍‌ରୁ ଫେରୁଥିବା ବେଳେ ଡ୍ରାଇଭରଙ୍କ ଆଖି ଲାଗି ଯିବାରୁ ଏ ଦୁର୍ଘଟଣା ଘଟିଥିବା ଅନୁମାନ କରାଯାଉଛି। ତେବେ ଦୁର୍ଘଟଣାରେ ଆଶ୍ଚର୍ଯ୍ୟଜନକ ଭାବେ ବଞ୍ଚି ଯାଇଛନ୍ତି ଜଣେ ମାତ୍ର […]

ତୀର୍ଥଯାତ୍ରା ନେଲା ଜୀବନ, ଦୁର୍ଘଟଣାରେ ୫ ଜଣଙ୍କ ମୃତ୍ୟୁ

accident555

Advertisment

ବିଶାଖାପାଟଣା /ଗଜପତି/ ବ୍ରହ୍ମପୁର : ତୀର୍ଥଯାତ୍ରା ପାଲଟିଲା ମହାଯାତ୍ରା । ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଛାରଖାର ହୋଇଗଲା ଦୁଇ ଦୁଇଟି ପରିବାର। ଆଜି ସକାଳେ ଆନ୍ଧ୍ରପ୍ରଦେଶର ମଞ୍ଜୁସାରେ ଘଟିଥିବା ଭୟଙ୍କର କାର ଦୁର୍ଘଟଣାରେ ଭୁବନେଶ୍ୱରରେ ରହୁଥିବା ଦୁଇଟି ପରିବାରର ୫ ଜଣଙ୍କ ଜୀବନ ଯାଇଛି।

Advertisment

ପୁଅର ମୁଣ୍ଡନ ସାରି ସୀମାଞ୍ଚଳମ୍‌ରୁ ଫେରୁଥିବା ବେଳେ ଡ୍ରାଇଭରଙ୍କ ଆଖି ଲାଗି ଯିବାରୁ ଏ ଦୁର୍ଘଟଣା ଘଟିଥିବା ଅନୁମାନ କରାଯାଉଛି। ତେବେ ଦୁର୍ଘଟଣାରେ ଆଶ୍ଚର୍ଯ୍ୟଜନକ ଭାବେ ବଞ୍ଚି ଯାଇଛନ୍ତି ଜଣେ ମାତ୍ର ବ୍ୟକ୍ତି।

ମର୍ମନ୍ତୁଦ ସଡ଼କ ଦୁର୍ଘଟଣାର ଛାତିଥରା ଦୃଶ୍ୟ ଏମିତି ଥିଲା ଯେ ନା ଦେଖି ହେବ ନା ଦେଖେଇ ହେବ। ଦୁଇ ଦୁଇଟି ପରିବାରର ପାଞ୍ଚ ପାଞ୍ଚ ଜଣଙ୍କ ଜୀବନରେ ଆକସ୍ମିକ ପୂର୍ଣ୍ଣଚ୍ଛେଦ। ଆଜି ସକାଳେ ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମ୍ ଜିଲ୍ଲା ମଞ୍ଜୁସା କୋତାପାଲି ନିକଟରେ ଘଟିଥିବା ଏ ଭୟଙ୍କର ଦୁର୍ଘଟଣା ୨ଟି ପରିବାରର ଭାଗ୍ୟ, ଭବିଷ୍ୟତକୁ ଧୂଳିସାତ୍ କରିଦେଇଛି।

Advertisment

ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି ଭୁବନେଶ୍ୱର ସୁନ୍ଦରପଦା ହାଇଟେକ୍ ପ୍ଲାଜାରେ ରହୁଥିବା ଡି. ପ୍ରତାପ, ପତ୍ନୀ ରିତୁରାଣୀ, ଶାଳୀ ଜିତାରାଣୀ ଓ ଡି. ପ୍ରତାପଙ୍କ ପଡୋଶୀ ତ୍ରିଲୋଚନ ଜେନାଙ୍କ ପତ୍ନୀ ଓ ୩ ବର୍ଷର ପୁଅ । ହେଲେ ସୌଭାଗ୍ୟକୁ ଏତେବଡ଼ ବିପତ୍ତିରୁ କିନ୍ତୁ ଆଶ୍ଚର୍ଯ୍ୟଜନକ ଭାବେ ବଞ୍ଚି ଯାଇଛନ୍ତି ତ୍ରିଲୋଚନ।

ଭୁବନେଶ୍ୱର ସୁନ୍ଦରପଦା ଅଞ୍ଚଳରେ ରହୁଥିବା ଗଞ୍ଜାମ ଜିଲ୍ଲାର ମୂଳ ନିବାସୀ ଭଭୟ ଡି. ପ୍ରତାପ ଓ ତ୍ରିଲୋଚନ ଜେନାଙ୍କ ମଧ୍ୟରେ ଥିଲା ଘନିଷ୍ଠ ପାରିବାରିକ ସମ୍ପର୍କ। ତ୍ରିଲୋଚନଙ୍କ ୩ ବର୍ଷର ପୁଅ ଆଦର୍ଶର ମୁଣ୍ଡନ ଲାଗି ଉଭୟ ପରିବାର ବେଶ୍ ହସଖୁସିରେ ଆନ୍ଧ୍ରର ସୀମାଞ୍ଚଳମ୍ ସ୍ଥିତ ନୃଂସିହନାଥ ମନ୍ଦିର ଯିବାକୁ ନିଷ୍ପତ୍ତି ନେଇଥିଲେ। ଗଲା ୨ ତାରିଖ ରାତିରେ ଏଇ କାରରେ ଉଭୟ ପରିବାରର ୬ ଜଣ ସଦସ୍ୟ ସୀମାଞ୍ଚଳମ୍ ଯାଇ ମୁଣ୍ଡନ ସାରି ଆଜି ଘରକୁ ଫେରୁଥିଲା ବେଳେ ଘଟିଥିଲା ଏ ଭୟାନକ ଦୁର୍ଘଟଣା।

ଭୋର୍ ସମୟରେ ୧୬ ନମ୍ବର ଜାତୀୟ ରାଜପଥର କୋତପାଲି ନିକଟରେ ଏକ ବ୍ରିଜରେ ପିଟି ହୋଇ ରାସ୍ତା କଡ଼ରେ ଥିବା ଏକ ଖାତକୁ ଖସିପଡ଼ିଥିଲା ଏଇ କାର୍ ।

ଖବର ପାଇ ମଞ୍ଜୁସା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆହତ ତ୍ରିଲୋଚନଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ପଠାଇଥିଲେ । ଏପଟେ ଗା଼ଡ଼ି ଭିତରେ ଥିବା ୫ଟି ମୃତଦେହ କାଢ଼ିବାକୁ ନାକେଦମ୍ ହୋଇଥିଲା ପୁଲିସ। ଦୁର୍ଘଟଣା ଖବର ପ୍ରଚାରିତ ହେବା ପରେ ସୋମପେଟା ମେଡିକାଲରେ ପହଞ୍ଚିଥିଲେ ଉଭୟଙ୍କ ସମ୍ପର୍କୀୟ । ଆଉ ବନ୍ଧୁ ପରିଜନଙ୍କ କାନ୍ଦ ବୋବାଳିରେ ଫାଟି ପଡ଼ିଥିଲା ପୁରା ସୋମପେଟା ମେଡିକାଲ ପରିସର।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe