Advertisment

ଟ୍ରକ୍‌କୁ ପଛରୁ ପିଟିଲା ଅଟୋ; ଜଣେ ମୃତ, ୫ ଆହତ

ଭଦ୍ରକ(ଓଡ଼ିଶା ରିପୋର୍ଟର): ଭଦ୍ରକ ଜିଲ୍ଲା ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ରିଲାୟନ୍ସ ପେଟ୍ରୋଲ ପମ୍ପ ନିକଟରେ ଏକ ଟ୍ରକକୁ ପଛପଟୁ ଅଟୋ ଧକ୍କା ଦେବାରୁ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୬ ଜଣ ଆହତ ହୋଇଛନ୍ତି। ମୃତ ବ୍ୟକ୍ତି ଜଣଙ୍କ ହେଲେ ଏସ.କେ. ପେଣ୍ଟ। ଆହତମାନଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକତ୍ସାଳୟରେ ଭର୍ତ୍ତି କରାଯାଇଛି। ଆଜି ସକାଳେ ପେଟ୍ରୋଲ ପମ୍ପ ନିକଟରେ ଟ୍ରକ୍‌ଟି ରାସ୍ତାକଡ଼ରେ ଠିଆ ହୋଇଥିଲା। ଏହି ସମୟରେ ଯାଜପୁରରୁ ଅଟୋଟି କିଛି ଯାତ୍ରୀଙ୍କୁ ନେଇ ଭଦ୍ରକ […]

ଅଦ୍ୟତନ ହୋଇଛି
ଟ୍ରକ୍‌କୁ ପଛରୁ ପିଟିଲା ଅଟୋ; ଜଣେ ମୃତ, ୫ ଆହତ

accident

Advertisment

ଭଦ୍ରକ(ଓଡ଼ିଶା ରିପୋର୍ଟର): ଭଦ୍ରକ ଜିଲ୍ଲା ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ରିଲାୟନ୍ସ ପେଟ୍ରୋଲ ପମ୍ପ ନିକଟରେ ଏକ ଟ୍ରକକୁ ପଛପଟୁ ଅଟୋ ଧକ୍କା ଦେବାରୁ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୬ ଜଣ ଆହତ ହୋଇଛନ୍ତି। ମୃତ ବ୍ୟକ୍ତି ଜଣଙ୍କ ହେଲେ ଏସ.କେ. ପେଣ୍ଟ। ଆହତମାନଙ୍କୁ ଭଦ୍ରକଜିଲ୍ଲା ମୁଖ୍ୟ ଚିକତ୍ସାଳୟରେ ଭର୍ତ୍ତି କରାଯାଇଛି।

Advertisment

ଆଜି ସକାଳେ ପେଟ୍ରୋଲ ପମ୍ପ ନିକଟରେ ଟ୍ରକ୍‌ଟି ରାସ୍ତାକଡ଼ରେ ଠିଆ ହୋଇଥିଲା। ଏହି ସମୟରେ ଯାଜପୁରରୁ ଅଟୋଟି କିଛି ଯାତ୍ରୀଙ୍କୁ ନେଇ ଭଦ୍ରକ ଆସୁଥିଲା। ପେଟ୍ରୋଲ ପମ୍ପ ନିକଟରେ ଅଟୋଟି ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଠିଆ ହୋଇଥିବା ଟ୍ରକ୍‌କୁ ପଛରୁ ପିଟି ଦେଇଥିଲା। ଆହତମାନଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଭଦ୍ରକ ଜିଲ୍ଲା ହସପିଟାଲରେ ଭର୍ତ୍ତି କରିଥିଲେ। ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେଏସ.କେ ପେଣ୍ଟଙ୍କ ମୃତ୍ୟୁ ଘଟିଥିଲା।

ଟ୍ରକରେ ଥିବା ଡ୍ରାଇଭରର କିଛି ହୋଇନାହିଁ। ଅଟୋରେ ଡ୍ରାଇଭର ସମେତ ୭ ଜଣ ଯାତ୍ରୀ ଥିଲେ। ପୁଲିସ ଅଟୋକୁ ଜବତ କରି ଘଟଣାର ତଦନ୍ତ କରୁଛି।

Advertisment
Accident Roadaccident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe