ଜାତୀୟ ମୂଲ୍ୟାଙ୍କନ ଓ ସ୍ୱୀକୃତି ପରିଷଦ(NAAC)ର ଗୋଟିଏ ଟିମ୍ ଶୁକ୍ରବାର ଉତ୍କଳ ବିଶ୍ୱବିଦ୍ୟାଳୟର ନୃତତ୍ତ୍ୱବିଜ୍ଞାନ ବିଭାଗ ବୁଲି ଦେଖିଛନ୍ତି। ନାକ୍ର ୫ ଜଣିଆ ଟିମ ବିଭାଗର ଗୁଣବତ୍ତା ଓ ମାନକ ଜାଣିବା ସରଜମିନ ଯାଞ୍ଚ କରିଥିଲେ। ସେମାନେ ସାଂସ୍କୃତିକ ସଂଗ୍ରହାଳୟ ବୁଲିବା ସହ ବାୟୋଲୋଜିକାଲ ଲ୍ୟାବ ଓ ପ୍ରତ୍ନତତ୍ତ୍ୱ ଲ୍ୟାବ ମଧ୍ୟ ବୁଲି ଦେଖିଛନ୍ତି।
ବିଭାଗରେ ଚାଲିଥିବା ବିଭିନ୍ନ ଅନୁସନ୍ଧାନ ମୂଳକ ପ୍ରୟାସ ଓ ଭବିଷ୍ୟତର ଯୋଜନାଗୁଡ଼ିକ ସମ୍ପର୍କରେ ବିଭାଗର ମୁଖ୍ୟ ଡ. କାହ୍ନୁ ଚରଣ ଶତପଥୀଙ୍କ ଦ୍ୱାରା ପ୍ରସ୍ତୁତ ଗୋଟିଏ ଡକ୍ୟୁମେଣ୍ଟାରୀ ମଧ୍ୟ ସେମାନଙ୍କ ଆଗରେ ଉପସ୍ଥାପନା କରାଯାଇଥିଲା।
ଉତ୍କଳ ବିଶ୍ୱବିଦ୍ୟାଳୟର ନୃତତ୍ତ୍ୱବିଜ୍ଞାନ ବିଭାଗ ନାକ୍ ଟିମରର ପରିଦର୍ଶନ ସମୟରେ ଏହାର ସଫଳତା ଓ ସୁବିଧା ପ୍ରଦର୍ଶନ କରି ଅତ୍ୟନ୍ତ ଗର୍ବିତ। ଅନେକ ଖବରକାଗଜର ପ୍ରବନ୍ଧ ପ୍ରକାଶନରେ ବିଭାଗର ଅଂଶଗ୍ରହଣରେ ନାକ ଟିମ୍ ଖୁସି ଅନୁଭବ କରିଥିଲା। ମୋଟାମୋଟି ଭାବରେ ନୃତତ୍ତ୍ୱବିଜ୍ଞାନ ବିଭାଗର ଉଦ୍ୟମ ଅତ୍ୟନ୍ତ ଉଲ୍ଲେଖନୀୟ ଓ ନାକ ଟିମର ସଫଳ ଗସ୍ତରେ ସହାୟକ ହୋଇଥିଲ।
ଏହି ୫ ଜଣିଆ ନାକ ଟିମ ଏପ୍ରିଲ ୧୯ ତାରିଖରୁ ଉତ୍କଳ ବିଶ୍ୱବିଦ୍ୟାଳୟ ବୁଲି ଦେଖୁଛନ୍ତି। ୩ ଦିନ ଧରି ଟିମର ସଦସ୍ୟମାନେ ବିଶ୍ୱବିଦ୍ୟାଳୟରେ ଶୈକ୍ଷିକ ବାତାବରଣ ସମ୍ପର୍କରେ ସବୁ କଥା ବୁଝିଛନ୍ତି। ପ୍ରଥମ ଦିନରେ ନାକ ଟିମ ବିଭିନ୍ନ ବିଭାଗ ବୁଲି ଦେଖିଥିଲେ।
କେଉଁ କ୍ଷେତ୍ରରେ ବିଶ୍ୱବିଦ୍ୟାଳୟ କେତେ ଆଗୁଆ ରହିଛି, ତା’କୁ ନେଇ ଆଲୋଚନା ଓ ପର୍ଯ୍ୟାଲୋଚନା ହୋଇଛି। ବିଶ୍ୱବିଦ୍ୟାଳ ଏ++ ଶ୍ରେଣୀରେ ସାମିଲ ହେବା ଦୌଡ଼ରେ ନିଜକୁ ସାମିଲ କରିଥିବାରୁ ନାକ ଟିମ ସ୍ଥିତି ପରଖିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।