Advertisment

ଓଡ଼ିଶା ବିଧାନସଭାର ୫ କର୍ମଚାରୀ କରୋନା ପଜିଟିଭ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶା ବିଧାନସଭାର ୫ ଜଣ କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସେମାନଙ୍କ ରିପୋର୍ଟ ପଜିଟିଭ ଆସିଥିବା ବାଚସ୍ପତି ସୂର୍ଯ୍ୟ ପାତ୍ର ସୂଚନା ଦେଇଛନ୍ତି। ସଂପୃକ୍ତ କର୍ମଚାରୀଙ୍କୁ ହୋମ୍ ଆଇସୋଲେସନରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। କିଛି ଦିନ ତଳେ ବିଧାନସଭା କମିଟିର ମିଟିଂ ହୋଇଥିଲା। ମିଟିଂରେ ଯୋଗ ଦେଇଥିବା ଜଣେ ବିଧାୟକଙ୍କର ସ୍ୱାବ୍ ପଜିଟିଭ ଆସିଥିଲା। ବିଧାୟକ କରୋନାରେ ଆକ୍ରାନ୍ତ ହେବା ପରେ ସବୁ କର୍ମଚାରୀଙ୍କୁ ଟେଷ୍ଟ ପାଇଁ କୁହାଯାଇଥିଲା। ୩ ଦିନ ତଳେ ସେମାନଙ୍କର […]

author-image
Jyoshna Pradhan
ଅଦ୍ୟତନ ହୋଇଛି
ଓଡ଼ିଶା ବିଧାନସଭାର ୫ କର୍ମଚାରୀ କରୋନା ପଜିଟିଭ୍‌

corona-8-1

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶା ବିଧାନସଭାର ୫ ଜଣ କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସେମାନଙ୍କ ରିପୋର୍ଟ ପଜିଟିଭ ଆସିଥିବା ବାଚସ୍ପତି ସୂର୍ଯ୍ୟ ପାତ୍ର ସୂଚନା ଦେଇଛନ୍ତି। ସଂପୃକ୍ତ କର୍ମଚାରୀଙ୍କୁ ହୋମ୍ ଆଇସୋଲେସନରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି।

Advertisment

କିଛି ଦିନ ତଳେ ବିଧାନସଭା କମିଟିର ମିଟିଂ ହୋଇଥିଲା। ମିଟିଂରେ ଯୋଗ ଦେଇଥିବା ଜଣେ ବିଧାୟକଙ୍କର ସ୍ୱାବ୍ ପଜିଟିଭ ଆସିଥିଲା।

ବିଧାୟକ କରୋନାରେ ଆକ୍ରାନ୍ତ ହେବା ପରେ ସବୁ କର୍ମଚାରୀଙ୍କୁ ଟେଷ୍ଟ ପାଇଁ କୁହାଯାଇଥିଲା। ୩ ଦିନ ତଳେ ସେମାନଙ୍କର କୋଭିଡ୍‌  ଟେଷ୍ଟ କରାଯାଇଥିଲା। ଏବେ ରିପୋର୍ଟ ପଜିଟିଭ ଆସିଛି। ଏହି କାରଣରୁ ବିଧାନସଭାକୁ ୩୧ ତାରିଖ ଯାଏ ବନ୍ଦ କରିବାକୁ ନିଷ୍ପତ୍ତି ହୋଇଥିବା ବାଚସ୍ପତି ଶ୍ରୀ ପାତ୍ର ସୂଚନା ଦେଇଛନ୍ତି।  ତେବେ ଆସନ୍ତା ମାସ ପହିଲାରୁ ୩ ଦିନ ସରକାରୀ ଛୁଟି ଥିବାକୁ ବିଧାନସଭା ୪ ତାରିଖରେ ଖୋଲିବ । ଏହି ବନ୍ଦ ସମୟରେ ସଂପୂର୍ଣ୍ଣ ପରିସରକୁ ସାନିଟାଇଜ କରାଯିବ।  ଏହାସହ ପଜିଟିଭ କର୍ମଚାରୀଙ୍କ ସଂସ୍ପର୍ଶରେ ଆସିଥିବା ଅନ୍ୟ କର୍ମଚାରୀଙ୍କ ସ୍ୱାବ ଟେଷ୍ଟ କରାଯିବ ।  

Advertisment