corona
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଆଉ ୫ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୯ରେ ପହଞ୍ଚି ଯାଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ୱେବସାଇଟ୍ ଜରିଆରେ ତଥ୍ୟ ଦେଇଛି।
ଏହି ୫ ଜଣ ନୂଆ କରୋନା ଆକ୍ରାନ୍ତ ବାଲେଶ୍ୱର ଜିଲ୍ଲାର ବୋଲି ଜଣାପଡ଼ିଛି। ଫଳରେ ଏଠାରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮ରେ ପହଞ୍ଚି ଯାଇଛି। ଗତକାଲି ବାଲେଶ୍ୱର ଜିଲ୍ଲାରେ ୨ ଜଣ କରୋନା ରୋଗୀ ଚିହ୍ନଟ ହୋଇଥିଲେ। ଏମାନଙ୍କ ମଧ୍ୟରେ ଜଣେ ୨ ବର୍ଷର ଶିଶୁ କନ୍ୟା ରହିଥିଲେ।
ଆଜି ଚିହ୍ନଟ ହୋଇଥିବା ୫ ଜଣଙ୍କ ମଧ୍ୟରେ ଦୁଇ ଜଣ ୩୪ ବର୍ଷୀୟ ମହିଳା ରହିଛନ୍ତି। ସେହିପରି ୩୮ ବର୍ଷୀୟ ବ୍ୟକ୍ତି, ୨୬ ବର୍ଷୀୟ ଯୁବକ ଓ ୧୨ ବର୍ଷୀୟ ନାବାଳକ ରହିଛନ୍ତି। ଏମାନେ ସମସ୍ତେ ପୂର୍ବରୁ ଠାବ ହୋଇଥିବା କରୋନା ଆକ୍ରାନ୍ତ ସମ୍ପର୍କୀୟ ବୋଲି ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ୱିଟ କରି କୁହାଯାଇଛି।
ଅନ୍ୟପକ୍ଷରେ ଏବେ ରାଜ୍ୟରେ ମୋଟ ଆକ୍ଟିଭ୍ କେସ୍ ୫୩ ଥିବା ବେଳେ ୨୫ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଗତକାଲି ସୁଦ୍ଧା ଆରୋଗ୍ୟଙ୍କ ସଂଖ୍ୟା ୨୪ ଥିଲା। ଅର୍ଥାତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ଆଉ ଜଣେ କରୋନା ରୋଗୀ ସୁସ୍ଥ ହୋଇଛନ୍ତି। ସେହିପରି ଏଯାଏ ରାଜ୍ୟରେ ଜଣେ ବ୍ୟକ୍ତି କରୋନାରେ ପ୍ରାଣ ହରାଇଛନ୍ତି।
ସୂଚନାଯୋଗ୍ୟ, ଗତକାଲି ଗୋଟିଏ ଦିନରେ ୧୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2020/04/corona-13.jpg)