corona-7
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱରରେ ଆଉ ୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି) ପକ୍ଷରୁ ଟ୍ୱିଟ୍ କରି ଏହି ସୂଚନା ଦିଆଯାଇଛି। ଏହା ସହିତ ଭୁବନେଶ୍ୱରରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨୭ରେ ପହଞ୍ଚିଛି। ୭୧ ଜଣ ସୁସ୍ଥ ହୋଇଥିବା ବେଳେ ୫୨ ଜଣ ଚିକିତ୍ସାଧୀନ ଅଛନ୍ତି। ଆଉ ୩ ଜଣଙ୍କ ମୃତ୍ୟୁ ଘଟିଛି।
ଏହି ୫ ଜଣଙ୍କ ମଧ୍ୟରୁ ୩ ଜଣ ହୋମ୍ କ୍ୱାରେଣ୍ଟାଇନ୍ରେ ଥିଲେ। ଆଉ ଦୁଇଟି ଲୋକାଲ କେସ୍।
ଦୁଇଟି ଲୋକାଲ୍ କେସ୍ ଥିବା ବେଳେ ଉଭୟ ଆକ୍ରାନ୍ତ ମହିଳା। ଜଣେ ନୂଆପଲ୍ଲୀ ବେହେରା ସାହିର ହୋଇଥିବା ବେଳେ ଅନ୍ୟ ଜଣେ ଏକ ଘରୋଇ ହସ୍ପିଟାଲର କର୍ମଚାରୀ। ସେହିପରି ହୋମ୍ କ୍ୱାରେଣ୍ଟାଇନ୍ରେ ଥିବା ୩ ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ମହିଳା ଅଛନ୍ତି। ସେ ଖଣ୍ଡଗିରି କୋଳଥିଆ ଅଞ୍ଚଳର। ଏହି ୧୬ ବର୍ଷୀୟା ମହିଳାଙ୍କ ଟ୍ରାଭେଲ ହିଷ୍ଟ୍ରି ଅଛି। ସେ ପଶ୍ଚିମବଙ୍ଗରୁ ଫେରିଥିଲେ। ଆଉ ୨ ପୁରୁଷ ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ଚିନ୍ତାମଣିଶ୍ୱର ଅଞ୍ଚଳର ହୋଇଥିବା ବେଳେ ଅନ୍ୟ ଜଣେ ପଟିଆ ଅଞ୍ଚଳର। ଉଭୟଙ୍କ ଘର ଟ୍ରାଭେଲ ହିଷ୍ଟ୍ରି ରହିଛି। ଚିନ୍ତାମଣିଶ୍ୱରରୁ ଚିହ୍ନଟ ୩୧ ବର୍ଷୀୟ ଯୁବକ ଦିଲ୍ଲୀରୁ ଫେରିଥିଲେ। ଅନ୍ୟ ବ୍ୟକ୍ତି ଜଣଙ୍କ ସାଉଦି ଆରବରୁ ଫେରିଥିଲେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2020/06/corona-7.jpg)