Advertisment

କରୋନା ଲଢ଼େଇରେ ଜିତୁଛି ଓଡ଼ିଶା, ସୁସ୍ଥ ହେଲେ ଆହୁରି ୫ ଆକ୍ରାନ୍ତ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡ଼ିଶାରେ ପୁଣି ୫ ଜଣ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି। ଏ ବିଷୟରେ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ବିଭାଗ ପକ୍ଷରୁ ଟ୍ୱିଟରରେ ଦିଆଯାଇଥିବା ସୂଚନା ଅନୁଯାୟୀ ଏହି ୫ ଜଣଙ୍କୁ ଭୁବନେଶ୍ୱରରୁ ଚିହ୍ନଟ କରାଯାଇଥିଲା। It is indeed a pleasure to share that another FIVE Covid patients, all of Bhubaneswar, have recovered and tested negative […]

author-image
Subrat Kumar Nayak
ଅଦ୍ୟତନ ହୋଇଛି
କରୋନା ଲଢ଼େଇରେ ଜିତୁଛି ଓଡ଼ିଶା, ସୁସ୍ଥ ହେଲେ ଆହୁରି ୫ ଆକ୍ରାନ୍ତ

corona-Odisha

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡ଼ିଶାରେ ପୁଣି ୫ ଜଣ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି। ଏ ବିଷୟରେ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ବିଭାଗ ପକ୍ଷରୁ ଟ୍ୱିଟରରେ ଦିଆଯାଇଥିବା ସୂଚନା ଅନୁଯାୟୀ ଏହି ୫ ଜଣଙ୍କୁ ଭୁବନେଶ୍ୱରରୁ ଚିହ୍ନଟ କରାଯାଇଥିଲା।
https://twitter.com/HFWOdisha/status/1249752844460118017?s=20
ଟ୍ୱିଟ୍‌ କରାଯିବା ଅବସରରେ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କୁହାଯାଇଛି, “ଆମେ ଖୁସିର ସହ ଜଣାଇବାକୁ ଚାହୁଁଛୁ ଯେ, ଭୁବନେଶ୍ୱରରୁ ଚିହ୍ନଟ ହୋଇଥିବା ୫ ଜଣ କୋଭିଡ୍‌-୧୯ ରୋଗୀ ଆରୋଗ୍ୟ ଲାଭ କରିଛନ୍ତି ଏବଂ ସେମାନଙ୍କ ନମୁନା ନେଗେଟିଭ୍‌ ଆସିଛି। ସମସ୍ତଙ୍କ ପ୍ରୟାସ କ୍ରମେ ଓଡ଼ିଶା କରୋନା ଲଢ଼େଇ ଜିତୁଛି।”

Advertisment

ଆଜି ବମିଖାଲର ଜଣେ ୩୫ ବର୍ଷର ଯୁବକ ‘କରୋନା’ରେ ଆକ୍ରାନ୍ତ ବୋଲି ଚିହ୍ନଟ ହେବା ପରେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୫୫ ରେ ପହଞ୍ଚିଥିଲା। ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ଘଟିଛି। ଆଜିର ୫ ଜଣ ସୁସ୍ଥଙ୍କୁ ମିଶାଇଲେ ଏଯାଏ ମୋଟ ୧୮ ଜଣ ସୁସ୍ଥ ହେଲେଣି। ଅର୍ଥାତ ୩୬ ଜଣଙ୍କଠାରେ ବର୍ତ୍ତମାନ ମଧ୍ୟ କରୋନା ସକ୍ରିୟ ରହିଛି।