ଭୁବନେଶ୍ୱର (ଓଡିଶା ରିପୋର୍ଟର): ଗ୍ରାନାଇଟ୍ କମ୍ପାନିକୁ ଦାଦନ ଖଟିବାକୁ ଯାଇ ଆନ୍ଧ୍ର ପ୍ରଦେଶ ଚିତୋର ଜିଲ୍ଲାରେ ଫସି ରହିଛନ୍ତି ୫ ଓଡ଼ିଆ ଶ୍ରମିକା ଏହି ଶ୍ରମିକମାନେ ନୀଳଗିରି, ଭଦ୍ରକ, ଭୁବନେଶ୍ୱର ଓ ଢେଙ୍କାନାଳର ବୋଲି ଜଣାପଡିଛିା କରୋନା ଭାଇରସ୍ ଯୋଗୁ ବସ ଓ ରେଳ ସେବା ବାଧାପ୍ରାପ୍ତ ହେବା ପରେ ଶ୍ରମିକମାନେ ଏକ ଭିଡିଓ ଜାରି କରି ସରକାରଙ୍କୁ ସହାୟତା ମାଗିଛନ୍ତିା
ସୂଚନା ଅନୁସାରେ ଏମାନଙ୍କ ମଧ୍ୟରେ ନୀଳଗିିରି ଢୋଲପୁର ଗ୍ରାମର ପ୍ରଫୁଲ ବାରିକ, ଭଦ୍ରକ ବାସୁଦେବପୁରର ସନ୍ତୋଷ ବେହେରା, ଭୁବନେଶ୍ୱରର ଉମେଶ ଦେହୁରୀ ଓ ଢେଙ୍କାନାଳ କାମାକ୍ଷାନଗରର ଦୁଇ ଜଣ ରହିଛନ୍ତିା ଏହି ୫ ଜଣ ଗ୍ରାନାଇଟ୍ କମ୍ପାନିକୁ କାମ କରିବାକୁ ଯାଇଥିଲୋ । ଏମାନେ କରୋନା ଭୟରେ ଘରକୁ ଆସିବାକୁ କର୍ତ୍ତୃପକ୍ଷଙ୍କୁ ଯୋଗାଯୋଗ କରିଥିଲୋ। ହେଲେ କମ୍ପାନି ମାଲିକ ସେମାନଙ୍କୁ ଦରମା ଓ କାମ ନଦେବା ସହିତ ଘରକୁ ମଧ୍ୟ ଫେରିବାକୁ ଦେଉନଥିବା ଅଭିଯୋଗ ହୋଇଛିା ଏବେ କାମ ମିଳୁନଥିବାରୁ ସେମାନେ ଏକ ରୁମରେ ବନ୍ଦ ହୋଇ ରହିଛନ୍ତି।
ଅନ୍ୟ କୌଣସି ଉପାୟ ନପାଇ ଏକ ଭିଡିଓ ଜାରି କରି ୫ ଜଣ ଶ୍ରମିକ ଘରକୁ ଫେରି ଆସିବା ପାଇଁ ସାହାଯ୍ୟ କରିବାକୁ ସେମାନେ ରାଜ୍ୟ ସରକାରଙ୍କୁ ନିବେଦନ କରିଛନ୍ତିା