Advertisment

ବିଷାକ୍ତ ଛତୁ ଖାଇ ୫ ଗୁରୁତର

ଉଦଳା (ମାନସ ପାଣି): ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ବ୍ଲକ୍‌ ଅଧୀନ ଗଭେଇ ଗାଁରେ ବିଷାକ୍ତ ଛତୁ ଖାଇ ଗୋଟିଏ ପରିବାରର ୫ ଜଣ ଗୁରୁତର ହୋଇଛନ୍ତି। ଗୁରୁତରଙ୍କ ମଧ୍ୟରେ ଦୁଇ ଜଣ ଗର୍ଭବତୀ ଅଛନ୍ତି।  ଗୁରୁତର ମାନେ ହେଲେ- ବୁଦ୍ଧୁ ସିଂ, ଦିଲ୍ଲୀପ ସିଂ, ନିନି ସିଂ, ଶୁକୁରୁମଣୀ ସିଂ ଓ ସବିତା ସିଂ। ଗତକାଲି ଗାଁର ଦିଲୀପ ସିଂଙ୍କ ପରିବାର ଲୋକେ ତାଙ୍କ ବାଡ଼ିରେ ହୋଇଥିବା ଛତୁ ତୋଳି ତରକାରି କରିଥିଲେ। ଏହି ତରକାରିକୁ ରାତିରେ […]

author-image
Jyoshna Pradhan
ଅଦ୍ୟତନ ହୋଇଛି
ବିଷାକ୍ତ ଛତୁ ଖାଇ ୫ ଗୁରୁତର

udala

ଉଦଳା (ମାନସ ପାଣି): ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ବ୍ଲକ୍‌ ଅଧୀନ ଗଭେଇ ଗାଁରେ ବିଷାକ୍ତ ଛତୁ ଖାଇ ଗୋଟିଏ ପରିବାରର ୫ ଜଣ ଗୁରୁତର ହୋଇଛନ୍ତି। ଗୁରୁତରଙ୍କ ମଧ୍ୟରେ ଦୁଇ ଜଣ ଗର୍ଭବତୀ ଅଛନ୍ତି।  ଗୁରୁତର ମାନେ ହେଲେ- ବୁଦ୍ଧୁ ସିଂ, ଦିଲ୍ଲୀପ ସିଂ, ନିନି ସିଂ, ଶୁକୁରୁମଣୀ ସିଂ ଓ ସବିତା ସିଂ।

Advertisment

ଗତକାଲି ଗାଁର ଦିଲୀପ ସିଂଙ୍କ ପରିବାର ଲୋକେ ତାଙ୍କ ବାଡ଼ିରେ ହୋଇଥିବା ଛତୁ ତୋଳି ତରକାରି କରିଥିଲେ। ଏହି ତରକାରିକୁ ରାତିରେ ପରିବାରର ଏହି ୫ ଜଣ ସଦସ୍ୟ ଖାଇଥିଲେ। ଏହାପରେ ସମସ୍ତଙ୍କ ମୁଣ୍ଡ ବୁଲାଇବା ସହିତ ବାନ୍ତି  ଓ ଝାଡ଼ା ହୋଇଥିଲା। ତେଣୁ ସମସ୍ତଙ୍କୁ ଖୁଣ୍ଟା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ହେଲେ ସେମାନଙ୍କ ମଧ୍ୟରୁ ଦୁଇ ଜଣଙ୍କ ଅବସ୍ଥାରେ ସଙ୍କଟାପନ୍ନ ହେବାରୁ ଉଦଳା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏଥିସହ ଦୁଇ ଗର୍ଭବତୀଙ୍କ ଅବସ୍ଥା ମଧ୍ୟ ସଙ୍କଟାପନ୍ନ ହେବାରୁ ସେମାନଙ୍କୁ ବାରିପଦା ମେଡିକାଲକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି।