ଦୋକାନୀଙ୍କ ପାଇଁ କଡ଼ାକଡ଼ି ହେଲା ୫ ନିୟମ

ବ୍ରହ୍ମପୁର (ଅଶୋକ ବ୍ରହ୍ମା ): ଗଞ୍ଜାମ ଜିଲ୍ଲାରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଛି। ଆଉ କରୋନା ଉପରେ ରୋକ ଲଗାଇବା ପାଇଁ ଜିଲ୍ଲା ପ୍ରଶାସନ ବିଭିନ୍ନ ପଦକ୍ଷେପମାନ ହାତକୁ ନେଉଛି। ଏବେ ଗଞ୍ଜାମ ଜିଲ୍ଲାରେ ଦୋକାନୀଙ୍କ ପାଇଁ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ପଞ୍ଚସୂତ୍ରୀ ନିୟମ କଡ଼ାକଡ଼ି କରିଛନ୍ତି। ଦୋକାନ ସାମ୍ନାରେ ଡବଲ ବ୍ୟାରିକେଡ କରିବାକୁ ପରାମର୍ଶ ଦେବା ସହ ଦୋକାନୀମାନେ ନିଜେ ମାସ୍କ ପିନ୍ଧିବେ ଏବଂ ‘ନୋ ମାସ୍କ ନୋ ଗୁଡ୍ସ’ […]

berhampur

Jyoshna Pradhan
  • Published: Monday, 27 July 2020
  • , Updated: 27 July 2020, 08:18 AM IST

ବ୍ରହ୍ମପୁର (ଅଶୋକ ବ୍ରହ୍ମା ): ଗଞ୍ଜାମ ଜିଲ୍ଲାରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଛି। ଆଉ କରୋନା ଉପରେ ରୋକ ଲଗାଇବା ପାଇଁ ଜିଲ୍ଲା ପ୍ରଶାସନ ବିଭିନ୍ନ ପଦକ୍ଷେପମାନ ହାତକୁ ନେଉଛି। ଏବେ ଗଞ୍ଜାମ ଜିଲ୍ଲାରେ ଦୋକାନୀଙ୍କ ପାଇଁ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ପଞ୍ଚସୂତ୍ରୀ ନିୟମ କଡ଼ାକଡ଼ି କରିଛନ୍ତି।

ଦୋକାନ ସାମ୍ନାରେ ଡବଲ ବ୍ୟାରିକେଡ କରିବାକୁ ପରାମର୍ଶ ଦେବା ସହ ଦୋକାନୀମାନେ ନିଜେ ମାସ୍କ ପିନ୍ଧିବେ ଏବଂ ‘ନୋ ମାସ୍କ ନୋ ଗୁଡ୍ସ’ ବୋର୍ଡ ମାରିବେ ବୋଲି ଜିଲ୍ଲାପାଳ କହିଛନ୍ତି। ତା’ସହ ସାମାଜିକ ଦୂରତ୍ୱ ରକ୍ଷା ନିମନ୍ତେ ଗ୍ରାହକଙ୍କ ପାଇଁ ଦୋକାନ ସାମ୍ନାରେ ୨ ମିଟର ଦୂରତାରେ ସର୍କଲ କରିବେ। ସବୁ ଦୋକାନୀ ସାନିଟାଇଜର ଓ ହାତ ଧୋଇବାର ବ୍ୟବସ୍ଥା କରିବେ। ଏଥିସହ ଗ୍ରାହକ ଆସିଲେ ସେମାନଙ୍କ ଠିକଣା ଦୋକାନୀମାନେ ରଖିବେ। ଏହି ନିୟମ ନମାନିଲେ ଜରିମାନା ସହ ସେମାନଙ୍କ ବିରୋଧରେ ଏତଲା ଦିଆଯିବ। ଏମିତିକି ମାସେ ପର୍ଯ୍ୟନ୍ତ ଦୋକାନ ବନ୍ଦ ରହିବ ବୋଲି ଚେତାବନୀ ଦିଆଯାଇଛି।

ଅନ୍ୟପକ୍ଷରେ ସଙ୍ଗରୋଧରେ ନରହି ଯେଉଁମାନେ ତାସ୍‌, କ୍ରିକେଟ୍‌ ଓ ଭଲିବଲ୍‌ ଖେଳୁଥିବେ ସେମାନଙ୍କ ବିରୋଧରେ ମଧ୍ୟ ଏତଲା ହେବ ବୋଲି ଜିଲ୍ଲାପାଳ କହିଛନ୍ତି।


ସୂଚନାଯୋଗ୍ୟ, ଗଞ୍ଜାମ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮,୬୭୮ରେ ପହଞ୍ଚିଛି।  ସେଥିମଧ୍ୟରୁ ୫,୮୩୬ ଜଣ ସୁସ୍ଥ ହୋଇ ସାରିଲେଣି। ଏବେ ବିଭିନ୍ନ କୋଭିଡ୍ ହସପିଟାଲରେ ୨,୭୫୭ ଜଣ ଚିକିତ୍ସିତ ହେଉଛନ୍ତି।

Related story