Advertisment

ପୁରୀରେ ଲଜ୍ଜା: ୫ ବର୍ଷୀୟା ନାବାଳିକାକୁ ଦୁଷ୍କର୍ମ

ପୁରୀ(ଓଡ଼ିଶା ରିପୋର୍ଟର): ବିଶ୍ୱ ପ୍ରସିଦ୍ଧ ପୁରୀରେ ଘଟିଛି ଅତ୍ୟନ୍ତ ଲଜ୍ଜାଜନକ ଘଟଣା। ପୁରୀ ଟାଉନ୍‌ ଥାନା ଅଞ୍ଚଳରେ ଗତକାଲି ଜଣେ ୫ ବର୍ଷୀୟା ନାବାଳିକା ଦୁଷ୍କର୍ମର ଶିକାର ହୋଇଥିବା ଅଭିଯୋଗ ହୋଇଛି। ଅଭିଯୁକ୍ତ ମହେଶ ମହାନ୍ତି ଜଣେ ଡ୍ରାଇଭର ହୋଇଥିବା ବେଳେ ସେ ଫେରାର  ଥିବା ଜଣାଯାଇଛି। ପୁରୀ ପୁଲିସ୍‌ ଏହି ଘଟଣାକୁ ଗୁରୁତର ସହ ନେଇ ଅଭିଯୁକ୍ତଙ୍କୁ ଖୋଜିବାକୁ ୫ଟି ଟିମ୍‌ ଗଠନ କରିଛି। ଅପରପକ୍ଷେ, ଦୁଷ୍କର୍ମର ଶିକାର ହୋଇଥିବା ନାବାଳିକାଙ୍କ ଅବସ୍ଥା ଗୁରୁତର ଥିବାରୁ […]

ଅଦ୍ୟତନ ହୋଇଛି
ପୁରୀରେ ଲଜ୍ଜା: ୫ ବର୍ଷୀୟା ନାବାଳିକାକୁ ଦୁଷ୍କର୍ମ

rape victim

Advertisment

ପୁରୀ(ଓଡ଼ିଶା ରିପୋର୍ଟର): ବିଶ୍ୱ ପ୍ରସିଦ୍ଧ ପୁରୀରେ ଘଟିଛି ଅତ୍ୟନ୍ତ ଲଜ୍ଜାଜନକ ଘଟଣା। ପୁରୀ ଟାଉନ୍‌ ଥାନା ଅଞ୍ଚଳରେ ଗତକାଲି ଜଣେ ୫ ବର୍ଷୀୟା ନାବାଳିକା ଦୁଷ୍କର୍ମର ଶିକାର ହୋଇଥିବା ଅଭିଯୋଗ ହୋଇଛି। ଅଭିଯୁକ୍ତ ମହେଶ ମହାନ୍ତି ଜଣେ ଡ୍ରାଇଭର ହୋଇଥିବା ବେଳେ ସେ ଫେରାର  ଥିବା ଜଣାଯାଇଛି।

Advertisment

ପୁରୀ ପୁଲିସ୍‌ ଏହି ଘଟଣାକୁ ଗୁରୁତର ସହ ନେଇ ଅଭିଯୁକ୍ତଙ୍କୁ ଖୋଜିବାକୁ ୫ଟି ଟିମ୍‌ ଗଠନ କରିଛି। ଅପରପକ୍ଷେ, ଦୁଷ୍କର୍ମର ଶିକାର ହୋଇଥିବା ନାବାଳିକାଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ପ୍ରଥମେ ପୁରୀ ଓ ପରେ କଟକ ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଛି।

ସୂଚନା ଅନୁଯାୟୀ,  ପୁରୀ ଟାଉନ୍ ଥାନା ଅଞ୍ଚଳରେ ୫ ବର୍ଷର ଶିଶୁକନ୍ୟା ନିଜ ପରିବାର ସହ ରୁହନ୍ତି। ତାଙ୍କ ବାପା ଜଣେ ରାଜମିସ୍ତ୍ରୀ। ଅଭିଯୁକ୍ତ ମହେଶ ମହାନ୍ତିଙ୍କ ଘର ଜଗତସିଂହପୁରରେ ହୋଇଥିବା ବେଳେ ସେ ଜଣେ ଡ୍ରାଇଭର ଭାବେ କାମ କରନ୍ତି। ମହେଶଙ୍କର  ପୁରୀରେ ଏକ ଘର ଥିବା ବେଳେ ତାହାର ମରାମତି କାମ ଚାଲୁଥିବାରୁ ସେ ସେଠାରେ ଭଡ଼ାରେ ରହୁଥିଲେ। ହେଲେ ମରାମତି ସରିବା ପରେ କିଛି ଦିନ ପୂର୍ବରୁ ସେ ନିଜ ଘରକୁ ଚାଲି ଯାଇଥିଲେ।

Advertisment

ମାତ୍ର ଗତକାଲି ପ୍ରାୟ ୧୧ଟା ସମୟରେ ସେ ଭଡ଼ା ସ୍ଥାନକୁ ଆସିଥିବା ବେଳେ ସେଠାରେ ନାବାଳିକାଜଣକ ଏକୁଟିଆ ଖେଳୁଥିବା ଦେଖିବାକୁ ପାଇଥିଲେ। ଏହାପରେ ନାବାଳିକାକୁ ଛାତକୁ ଟେକି ନେଇ ଦୁଷ୍କର୍ମ କରିଥିଲେ। ନାବାଳିକାଜଣକ ଚିତ୍କାର କରିବାରୁ ତାଙ୍କ ମା’ ଛାତକୁ ଯାଇଥିଲେ। ଏହାଦେଖି ମହେଶ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ।

ପରିବାର ଲୋକେ ତୁରନ୍ତ ଶିଶୁ କନ୍ୟାକୁ ପୁରୀମେଡିକାଲ ନେଇଥିବା ବେଳେ ଏ ନେଇ ଟାଉନ୍‌ ଥାନାରେ ଅଭିଯୋଗ କରିଥିଲେ। ପୁରୀ ମେଡିକାଲରେ ପ୍ରାଥମିକ ଚିକିତ୍ସା ପରେ ନାବାଳିକାକୁ କଟକ ରେଫର କରି ଦିଆଯାଇଛି। ନାବାଳିକାଜଣକ ଏବେ କଟକରେ ଚିକିତ୍ସାଧୀନ ଥିବା ବେଳେ ତା’ ଅବସ୍ଥା ସ୍ଥିର ଥିବା ଜଣାଯାଇଛି।

ଖବର ପାଇ ପୁଲିସ୍‌ ତୁରନ୍ତ ପୁରୀ ମେଡିକାଲରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲା। ଏଥିସହ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ କରିଛି। ଅଭିଯୁକ୍ତକୁ ଧରିବାକୁ ୫ଟି ଟିମ୍‌ ଗଠନ କରାଯାଇଛି।

ଅଭିଯୁକ୍ତଙ୍କର  ନିଜ ଘର ଜଗତସିଂହପୁରରେ ହୋଇଥିବା ବେଳେ ଗୋଟିଏ ଟିମ୍‌ ସେଠାକୁ ଯାଇଛି। ଚନ୍ଦନପୁରରେ ତାଙ୍କର ୫ ଭଉଣୀ ବିବାହ କରିଥିବାରୁ ସେଠାକୁ ଗୋଟିଏ ଟିମ୍‌  ଓ ଗୋପ ଅଞ୍ଚଳରେ ଗୋଟିଏ ଟିମ୍‌ ତଲାସୀ କରୁଛି। ଏହାବାଦ ପୁରୀରେ ୨ଟି ଟିମ୍‌ ଯାଞ୍ଚ କରୁଛି। ପକ୍ସୋ ଆଇନ ଅନୁଯାୟୀ ପୁଲିସ୍‌ ଏକ ମାମଲା ରୁଜୁ ଅଭିଯୁକ୍ତଙ୍କୁ ଧରିବାକୁ ବିଭିନ୍ନ ସ୍ଥାନରେ ଖାନ ତଲାସୀକୁ ଜୋରଦାର କରିଛି।

Minor Raped
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe