Advertisment

‘ଭୋକ, ଉପାସ ସହି ହେଲାନି, ସାଇକେଲରେ ୨୪୦୦ କିମି ପଳାଇ ଆସିଲୁ’

ଭଞ୍ଜନଗର(ରାଜେଶ କୁମାର ପଣ୍ଡା): ଗୁଜୁରାଟର ସୁରତରୁ ୨୪୦୦ କିଲୋମିଟର ସାଇକେଲ୍‌ରେ ଯାତ୍ରା କରିବା ପରେ ନିଜ ଜନ୍ମ ମାଟିରେ ପହଞ୍ଚିଛନ୍ତି ୫ ଯୁବକ। ଏହି ଯୁବକମାନଙ୍କ ଘର ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ୍ କୁଲାଙ୍ଗି ପଞ୍ଚାୟତର କୁଡିବନ୍ଧ ଗାଁରେ। ୧୫ ଦିନର ଯାତ୍ରା ପରେ ସେମାନେ ଏପ୍ରିଲ ୩୦ ତାରିଖ ସନ୍ଧ୍ୟାରେ କୁଲାଙ୍ଗିରେ ପହଞ୍ଚିଥିଲେ। ଏହାପରେ ସେମାନଙ୍କୁ ପ୍ରଶାସନ ତରଫରୁ କୁଲାଙ୍ଗିରେ ହୋଇଥିବା କ୍ୱାରେଣ୍ଟାଇନ୍ ସେଣ୍ଟରରେ ରଖାଯାଇଛି। ଏହି ୫ ଜଣଙ୍କ ମଧ୍ୟରୁ ୪ ଜଣ ଗୋଟିଏ […]

author-image
Jyoshna Pradhan
ଅଦ୍ୟତନ ହୋଇଛି
‘ଭୋକ, ଉପାସ ସହି ହେଲାନି, ସାଇକେଲରେ ୨୪୦୦ କିମି ପଳାଇ ଆସିଲୁ’

berhampur

ଭଞ୍ଜନଗର(ରାଜେଶ କୁମାର ପଣ୍ଡା): ଗୁଜୁରାଟର ସୁରତରୁ ୨୪୦୦ କିଲୋମିଟର ସାଇକେଲ୍‌ରେ ଯାତ୍ରା କରିବା ପରେ ନିଜ ଜନ୍ମ ମାଟିରେ ପହଞ୍ଚିଛନ୍ତି ୫ ଯୁବକ। ଏହି ଯୁବକମାନଙ୍କ ଘର ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ୍ କୁଲାଙ୍ଗି ପଞ୍ଚାୟତର କୁଡିବନ୍ଧ ଗାଁରେ। ୧୫ ଦିନର ଯାତ୍ରା ପରେ ସେମାନେ ଏପ୍ରିଲ ୩୦ ତାରିଖ ସନ୍ଧ୍ୟାରେ କୁଲାଙ୍ଗିରେ ପହଞ୍ଚିଥିଲେ। ଏହାପରେ ସେମାନଙ୍କୁ ପ୍ରଶାସନ ତରଫରୁ କୁଲାଙ୍ଗିରେ ହୋଇଥିବା କ୍ୱାରେଣ୍ଟାଇନ୍ ସେଣ୍ଟରରେ ରଖାଯାଇଛି। ଏହି ୫ ଜଣଙ୍କ ମଧ୍ୟରୁ ୪ ଜଣ ଗୋଟିଏ ପରିବାରର ହୋଇଥିବା ବେଳେ ଆଉ ଜଣଙ୍କ ଘର ମଧ୍ୟ ସେହି ଗାଁରେ ବୋଲି ଜଣାଯାଇଛି।

Advertisment

ଏହି ୫ ଜଣ ଯୁବକ ୧୦ ବର୍ଷ ହେବ ସୁରତ କାମ କରୁଥିଲେ। ହେଲେ ଲକ୍‌ଡାଉନ୍‌ ଯୋଗୁ ସେମାନେ କାମ କରୁଥିବା କମ୍ପାନୀ ବନ୍ଦ ହୋଇଯାଇଥିଲା। ତେବେ ପ୍ରଥମ ଲାକ୍‌ଡାଉନ୍‌ ସରିଲା ପରେ ସରକାର ପୁଣି ଦ୍ୱିତୀୟ ପର୍ଯ୍ୟାୟରେ ଲକ୍‌ଡାଉନ୍ ଘୋଷଣା କରିଥିଲେ। ଫଳରେ ସେମାନଙ୍କ ପାଖରେ ଯାହା ଟଙ୍କା ଥିଲା ସବୁ ସରିଗଲା। ଭୋକ ଉପାସରେ ରହିବାରୁ ସେମାନେ ନିଜ ନିଜ ସାଇକେଲ୍‌ରେ ଗାଁକୁ ଫେରିବା ପାଇଁ ବାହାରିଥିଲେ।

ଏନେଇ ସୁରତରୁ ସାଇକେଲରେ ଫେରିଥିବା ଜଣେ ଯୁବକ କହିଛନ୍ତି,“ ଆମେ ୧୦ ବର୍ଷ  ହେଲା ସୁରତ କାମ କରୁଥୁଲୁ। ହେଲେ ଲକ୍‌ଡାଉନ୍‌ ନଉଠିବାରୁ ଆମ ପାଖରେ ଥିବା ପଇସା ସରିଗଲା। ଖାଇବାକୁ ମିଳିଲା ନାହିଁ।   ଏମିତିକି କାମ ମଧ୍ୟ ବନ୍ଦ ହୋଇଯାଇଥିଲା। ମାଲିକଙ୍କ ପାଖକୁ ଫୋନ୍ କଲୁ । ତାଙ୍କ ମୋବାଇଲ୍ ସୁଇଜ୍ ଅଫ୍ ଦେଖାଇଲା। ଭୋକ ଉପାସରେ ଦିନ ପରେ ଦିନ କାଟିଲୁ।   ଏହା ଅସହ୍ୟ ହେବାରୁ ଗାଁକୁ ପଳାଇ ଆସିବା ପାଇଁ ଏପ୍ରିଲ୍‌ ୧୫ ତାରିଖରେ ନିଷ୍ପତ୍ତି ନେଲୁ।

Advertisment