Advertisment

କୋଟାରୁ ଆସି ରାଉରକେଲାରେ ପହଞ୍ଚିଲେ ୧୧୪ ଛାତ୍ରଛାତ୍ରୀ

ରାଉରକେଲା (ପବନ ତିୱାରୀ): ଲକ୍‌ଡାଉନ୍‌ ଯୋଗୁ ରାଜସ୍ଥାନର କୋଟାରେ ଫସିଥିବା ୧୧୪ ଛାତ୍ରଛାତ୍ରୀ ଆଜି ରାଉରକେଲାରେ ପହଞ୍ଚିଛନ୍ତି। ଚାରୋଟି ବସ୍‌ରେ ସେମାନେ ଆସି ଏଠାରେ ପହଞ୍ଚିଛନ୍ତି। ଆଜି ସକାଳେ ଦୁଇଟି ବସ୍‌ରେ‌ ପ୍ରଥମେ ୫୦ ଜଣ ଛାତ୍ରଛାତ୍ରୀ ଆସିଥିଲେ। ଏହା ପରେ ପ୍ରାୟ ୧୨ଟା ବେଳେ ଆଉ ଦୁଇଟି ବସ୍‌ରେ ୫୪ ଜଣ ଛାତ୍ରଛାତ୍ରୀ ଆସିଥିଲେ। ରାଉରକେଲାରେ ପହଞ୍ଚିଥିବା ପରେ ଏହି ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ଆରମ୍ଭ ହୋଇଛି। କରୋନା ଲକ୍ଷଣ ନଥିଲେ ସେମାନେ ହୋମ୍ କ୍ୱାରେଣ୍ଟାଇନ୍‌ରେ […]

author-image
Jyoshna Pradhan
ଅଦ୍ୟତନ ହୋଇଛି
କୋଟାରୁ ଆସି ରାଉରକେଲାରେ ପହଞ୍ଚିଲେ ୧୧୪ ଛାତ୍ରଛାତ୍ରୀ

rkl

ରାଉରକେଲା (ପବନ ତିୱାରୀ): ଲକ୍‌ଡାଉନ୍‌ ଯୋଗୁ ରାଜସ୍ଥାନର କୋଟାରେ ଫସିଥିବା ୧୧୪ ଛାତ୍ରଛାତ୍ରୀ ଆଜି ରାଉରକେଲାରେ ପହଞ୍ଚିଛନ୍ତି। ଚାରୋଟି ବସ୍‌ରେ ସେମାନେ ଆସି ଏଠାରେ ପହଞ୍ଚିଛନ୍ତି। ଆଜି ସକାଳେ ଦୁଇଟି ବସ୍‌ରେ‌ ପ୍ରଥମେ ୫୦ ଜଣ ଛାତ୍ରଛାତ୍ରୀ ଆସିଥିଲେ। ଏହା ପରେ ପ୍ରାୟ ୧୨ଟା ବେଳେ ଆଉ ଦୁଇଟି ବସ୍‌ରେ ୫୪ ଜଣ ଛାତ୍ରଛାତ୍ରୀ ଆସିଥିଲେ।

Advertisment

ରାଉରକେଲାରେ ପହଞ୍ଚିଥିବା ପରେ ଏହି ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ଆରମ୍ଭ ହୋଇଛି। କରୋନା ଲକ୍ଷଣ ନଥିଲେ ସେମାନେ ହୋମ୍ କ୍ୱାରେଣ୍ଟାଇନ୍‌ରେ ରହିବେ। ଆଉ ଯଦି ଲକ୍ଷଣ ଥିବ, ତା’ହେଲେ କୋଭିଡ୍‌ ହସ୍ପିଟାଲକୁ ନିଆଯିବ।publive-image

ରାଉରକେଲାର ଏହି ୧୧୪ ଜଣ ଛାତ୍ରଛାତ୍ରୀ ମେଡିକାଲ୍ କୋଚିଂ ନେବାକୁ କୋଟା ଯାଇଥିଲେ। ହେଲେ ଲକ୍‌ଡାଉନ୍‌ ଯୋଗୁ ସେମାନେ ସେଠାରେ ଅଟକି ଯାଇଥିଲେ।

Advertisment

ସୂଚନାଯୋଗ୍ୟ, ଏପ୍ରିଲ୍ ୩୦ ତାରିଖ ଦିନ ୪ଟି ବସ୍‌ରେ ଏହି ଛାତ୍ରଛାତ୍ରୀମାନେ କୋଟାରୁ ରାଉରକେଲା ଅଭିମୁଖେ ବାହାରିଥିଲେ। ସେମାନେ ଜଣ ପିଛା ୪ ହଜାର ଟଙ୍କା ଲେଖାଏ ଦେଇ ବସ୍ ଭଡ଼ା କରିଥିଲେ। ଏହି ଛାତ୍ରଛାତ୍ରୀଙ୍କୁ ଫେରାଇ ଆଣିବାକୁ କେତେକ ଅଭିଭାବକ ଏଡିଏମ୍‌ ଅବୋଲି ସୁନୀଲ ନର୍ବାନେଙ୍କୁ ଭେଟି ମଧ୍ୟ ଅନୁରୋଧ କରିଥିଲେ।