Advertisment

ଶ୍ରୀଗଣେଶ ପୂଜାରେ ଚମକିବ ରାଜଧାନୀ, ଶୋଭା ପାଇବ ୫୦ ଫୁଟ ଉଚ୍ଚର ମୂର୍ତ୍ତି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ଆଉ ୩ ଦିନର ଅପେକ୍ଷା। ପୂରପଲ୍ଲୀରେ ଜମିବ ଶ୍ରୀଗଣେଶ ପୂଜା। ଏଥିପାଇଁ ରାଜଧାନୀ ଭୁବନେଶ୍ୱର ବି ଉତ୍ସବ ମୁଖର। ଏଠାରେ ଚଳିତ ଥର ତିଆରି ହେଉଛି ୫୦ ଫୁଟରୁ ଅଧିକ ଉଚ୍ଚର ବିଶାଳ ଗଣେଶ ମୂର୍ତ୍ତି। ୮ ଫୁଟ ଉଚ୍ଚର ମୂଷା। ୫୦ କେଜି ଓଜନର ଲଡ଼ୁ। ରାଜଧାନୀ ଭୁବନେଶ୍ୱରରେ ବିଭିନ୍ନ ପୂଜାମଣ୍ଡପରେ ଶ୍ରୀଗଣେଶ ମୂର୍ତ୍ତି ନିର୍ମାଣ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଯାହାକୁ ନେଇ ରାଜଧାନୀବାସୀ ଯେତିକି ଉତ୍ସାହିତ, ପୂଜା ମଣ୍ଡପ କର୍ମକର୍ତ୍ତା ସେତିକି ତତ୍ପର। […]

ଅଦ୍ୟତନ ହୋଇଛି
ଶ୍ରୀଗଣେଶ ପୂଜାରେ ଚମକିବ ରାଜଧାନୀ, ଶୋଭା ପାଇବ ୫୦ ଫୁଟ ଉଚ୍ଚର ମୂର୍ତ୍ତି

ganes

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ଆଉ ୩ ଦିନର ଅପେକ୍ଷା। ପୂରପଲ୍ଲୀରେ ଜମିବ ଶ୍ରୀଗଣେଶ ପୂଜା। ଏଥିପାଇଁ ରାଜଧାନୀ ଭୁବନେଶ୍ୱର ବି ଉତ୍ସବ ମୁଖର। ଏଠାରେ ଚଳିତ ଥର ତିଆରି ହେଉଛି ୫୦ ଫୁଟରୁ ଅଧିକ ଉଚ୍ଚର ବିଶାଳ ଗଣେଶ ମୂର୍ତ୍ତି। ୮ ଫୁଟ ଉଚ୍ଚର ମୂଷା। ୫୦ କେଜି ଓଜନର ଲଡ଼ୁ। ରାଜଧାନୀ ଭୁବନେଶ୍ୱରରେ ବିଭିନ୍ନ ପୂଜାମଣ୍ଡପରେ ଶ୍ରୀଗଣେଶ ମୂର୍ତ୍ତି ନିର୍ମାଣ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଯାହାକୁ ନେଇ ରାଜଧାନୀବାସୀ ଯେତିକି ଉତ୍ସାହିତ, ପୂଜା ମଣ୍ଡପ କର୍ମକର୍ତ୍ତା ସେତିକି ତତ୍ପର। ସମସ୍ତଙ୍କ ମନରେ ଗୋଟିଏ ଉତ୍କଣ୍ଠା ଅଗ୍ରଗଣ୍ୟ ଶ୍ରୀଗଣେଶଙ୍କ ପୂଜାକୁ ଜାକଜମକରେ ପାଳନ କରାଯିବ। ସେଥିପାଇଁ ମୂର୍ତ୍ତି ତିଆରି ନିମନ୍ତେ ୩ ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ତୋରଣ, ପ୍ରସାଦ, ମେଳା, ସଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ନିମନ୍ତେ ପ୍ରାୟ ୧୦ ଲକ୍ଷ ଟଙ୍କା ଖର୍ଚ୍ଚ ବଜେଟ କରାଯାଇଛି।

Advertisment

କରୋନା କଟକଣା ହଟିଛି। ଦୀର୍ଘ ଦୁଇ ବର୍ଷ ବ୍ୟବଧାନରେ ବିନା କଟକଣାରେ ହେବ ଗଣେଶ ପୂଜା। ଏଥିଲାଗି ଏଥର ପୂଜାକୁ ଆକର୍ଷଣୀୟ କରିବା ଲାଗି ପ୍ରତି ପୂଜା କମିଟି ଜୋରଦାର ପ୍ରସ୍ତୁତି ହେଉଛି। ରାଜଧାନୀରେ ଏଥର ବମ୍ବେ ମଡେଲର ବିଶାଳ ଗଣେଶଙ୍କ ପ୍ରତିମା ପୂଜା ମୁଖ୍ୟ ଆକର୍ଷଣ ହେବ। ଭୁବନେଶ୍ୱରର ୪ଟି ସ୍ଥାନରେ ଗଣପତି ବିଶାଳ ମୂର୍ତ୍ତି ପୂଜା ପାଇବେ। ବରଗଡରେ ବ୍ରାଇଟଷ୍ଟାର କ୍ଲବ ପକ୍ଷରୁ ଏଥର ୫୧ ଫୁଟର ଗଣନାଥଙ୍କ ପ୍ରତିମୂର୍ତ୍ତି  ତିଆରି କରାଯାଉଛି। ତାସହ ଏଠାରେ ୫୧ କେଜିର ବିଶାଳ ଲଡ଼ୁ ଭୋଗ ଲାଗି ହେବ।

ସେହିପରି ନୟାପଲ୍ଲୀ ନୂଆସାହି ଆଖଣ୍ଡଳମଣି କ୍ଲବରେ ଏଥରେ ୫୦ ଫୁଟ୍ ଉଚ୍ଚର ପ୍ରତିମା ପୂଜା ପାଇବେ। ସେହିପରି ସହିଦନଗର ଓ୍ୱିନର କ୍ଲବ୍ ପକ୍ଷରୁ ଏଥର ୪୬ ଫୁଟର ମୃଣ୍ମୟୀ ପ୍ରତିମା କରାଯାଉଛି। ଏଠାରେ ଗଜାନନ ସୂର୍ଯ୍ୟ ରଥରେ ବିରାଜିତ ଥିମରେ ପ୍ରସ୍ତୁତ ହୋଇଛି ମୂର୍ତ୍ତି। ସହିଦ କ୍ଲବ ପକ୍ଷରୁ ଏଥର ମୂର୍ତ୍ତି ସହ ତୋରଣକୁ ବେଶ୍ ଆକର୍ଷଣୀୟ କରାଯାଉଛି। ସେପଟେ ଶୈଳଶ୍ରୀ ବିହାର ଫେଜ ଟୁ ତଳ ପଡିଆ କ୍ଲବ୍ ପକ୍ଷରୁ ୪୦ ଫୁଟ୍ ଉଚ୍ଚର ନିଆରା ବିନାୟକ ପ୍ରତିମୂର୍ତ୍ତି ପ୍ରସ୍ତୁତି କରାଯାଉଛି। ମୂର୍ତ୍ତିର ବିଶେଷତ୍ୱ ହେଲା ଏହାକୁ ମାଟି ବଦଳରେ ସୋଲ ଓ ପ୍ଲାଷ୍ଟର ଅଫ୍ ପ୍ୟାରିସରେ କରାଯାଉଛି।

Advertisment

ସହିଦନଗର ଓ୍ୱିନର ଆସୋସିଏସନ୍ ମୁଖ୍ୟ ଉପଦେଷ୍ଟା ଉମାନାଥ ମିଶ୍ର କହିଛନ୍ତି, ଏଠାରେ ଚଳିତ ଥର ୪୬ ଫୁଟ ଉଚ୍ଚର ମୂର୍ତ୍ତି ହେଉଛି। ସୂର୍ଯ୍ୟଙ୍କ ରଥରେ ଗଣେଶ ମୂର୍ତ୍ତି ଥିମ୍‌ରେ କାମ ଚାଲିଛି। ଗଣେଶଙ୍କ ହାତରେ ୫୦ କେଜିର ଲଢ଼ୁ ରହିବ। ସନ୍ଧ୍ୟାରେ ଭଜନ ସାଙ୍ଗକୁ ଅନ୍ୟାନ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ପ୍ରସାଦ ସେବନ ବ୍ୟବସ୍ଥା ରହିଛି।

ବରଗଡ଼ ବ୍ରାଇଟ ଷ୍ଟାର କ୍ଲବ ସଦସ୍ୟ କୁମାରେଶ ବେଉରା କହିଛନ୍ତି, ଚଳିତ ବର୍ଷ ଏଠାରେ ୫୧ ଫୁଟ ଉଚ୍ଚର ଗଣେଶ ମୂର୍ତ୍ତି ହେଉଛି। ୮ ଫୁଟ ଉଚ୍ଚତାର ମୂଷା ମୂର୍ତ୍ତି କରାଯିବ। ଶ୍ରୀଗଣେଶଙ୍କ ହାତରେ ୫୧ କେଜିର ଏକ ଲଡୁ ଲାଗି କରାଯିବ। ସେହିପରି ପୂଜା ସନ୍ଧ୍ୟାରେ ଅଲିଉଡ୍‌ର ଜଣାଶୁଣା କଳାକାରମାନେ କାର୍ଯ୍ୟକ୍ରମ ପରିବେଷଣ କରିବେ। ୨୦୦ କର୍ମୀମାନେ ମିଶି ଏହି ପୂଜା ପାଳନ କରୁଛନ୍ତି। କରୋନା କଟକଣା ଯୋଗୁ ୨ ବର୍ଷ ହେବ ପୂଜା ବନ୍ଦ ଥିଲା। ତେଣୁ ଖୁବ୍ ଦୁଃଖି ଥିଲୁ। ଠାକୁରଙ୍କ ନିକଟରେ ଏଥର ଆରାଧନା କରାଯିବ ଯେ, ଏଭଳି ମହାମାରୀ ଆଉ ନ ଆସୁ।

ଶୈଳଶ୍ରୀ ବିହାର ତଳପଡିଆ ପୂଜା କମିଟି ସଦସ୍ୟ ସୁକାନ୍ତ ଚନ୍ଦ୍ର ନାୟକ କହିଛନ୍ତି, ଏଠାରେ ୪୦ ଫୁଟ ଉଚ୍ଚର ଗଣେଶ ମୂର୍ତ୍ତି ହେଉଛି। ମୁମ୍ବାଇ ଷ୍ଟାଇଲ୍‌ରେ ପୁଟି ଓ ତାଟି ବ୍ୟବହାର କରାଯାଇଛି। ପ୍ରତିଦିନ ପ୍ରାୟ ୧୫ ହଜାର ଲୋକଙ୍କ ସମାଗମକୁ ଦୃଷ୍ଟିରେ ରଖି ବ୍ୟାପକ ବନ୍ଦୋବସ୍ତ କରାଯାଉଛି। ମୂର୍ତ୍ତି ନିର୍ମାଣରେ ପ୍ରାୟ ୩ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ମେଲୋଡି, ଡ୍ରାମା ଓ ଅନ୍ୟାନ୍ୟ ସଂସ୍କୃତିକ କାର୍ଯ୍ୟକ୍ରମରେ ମୋଟ ପ୍ରାୟ ୧୦ ଲକ୍ଷ ଟଙ୍କା ଖର୍ଚ୍ଚ ବ୍ୟୟ ଅଟକଳ କରାଯାଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe