Advertisment

Country Liquor: ୫୨୦ ଲିଟର ଦେଶୀ ମଦ ଜବତ

କଟକ ଜିଲ୍ଲା ଆଠଗଡ଼ର ଚାନ୍ଦବାଲି ଛକରୁ ଶନିବାର ସନ୍ଧ୍ୟାରେ ଏକ କାରରୁ ଅବକାରୀ ବିଭାଗ ଅଧିକାରୀମାନେ ୫୨୦ ଲିଟର ଦେଶୀ ମଦ ଜବତ କରିଛନ୍ତି। ମଦ ସହିତ କାରଟିକୁ ଜବତ କରାଯାଇଥିବା ବେଳେ ଜଣଙ୍କୁ ଗିରଫ କରାଯାଇଛି।

Arrest
Advertisment

କଟକ ଜିଲ୍ଲା ଆଠଗଡ଼ର ଚାନ୍ଦବାଲି ଛକରୁ ଶନିବାର ସନ୍ଧ୍ୟାରେ ଏକ କାରରୁ ଅବକାରୀ ବିଭାଗ ଅଧିକାରୀମାନେ ୫୨୦ ଲିଟର ଦେଶୀ ମଦ ଜବତ କରିଛନ୍ତି। ମଦ ସହିତ କାରଟିକୁ ଜବତ କରାଯାଇଥିବା ବେଳେ ଜଣଙ୍କୁ ଗିରଫ କରାଯାଇଛି।

Advertisment

ଗିରଫ ବ୍ୟକ୍ତିଙ୍କ ନାଁ ସୌମ୍ୟକାନ୍ତ ଜେନା (୨୫)। ତାଙ୍କ ଘର ଆଠଗଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦ ହେମମାଳପୁରରେ। 

ଗତକାଲି ସନ୍ଧ୍ୟାରେ ଆଠଗଡ଼ ଅବକାରୀ ବିଭାଗ ପକ୍ଷରୁ ପାଟ୍ରୋଲିଂ କରାଯାଉଥିବା ବେଳେ ଏକ କାରରେ ଦେଶୀ ମଦ ଚାଲାଣ ହେଉଥିବା ନେଇ ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇଥିଲା। କାରଟି ଶଙ୍କରପୁରରୁ ଆଠଗଡ଼ ଅଭିମୁଖେ ଆସୁଥିବା ସେମାନେ ସୂଚନା ପାଇଥିଲେ। 

Advertisment

ଏହା ପରେ ଚାନ୍ଦବାଲି ଛକରେ ବିଭାଗୀୟ ଅଧିକାରୀ ଓ କର୍ମଚାରୀମାନେ ସାଦା ପୋଷାକରେ ରହି ଉକ୍ତ ଗାଡ଼ିକୁ ଅଟକାଇଥିଲେ। ଅଭିଯୁକ୍ତ ଅବକାରୀ ଅଧିକାରୀ ଓ କର୍ମଚାରୀମାନଙ୍କୁ ଆକ୍ରମଣ କରିବାକୁ ଉଦ୍ୟମ କରିଥିଲେ। ତେବେ ତାଙ୍କ କାବୁ କରିବାରେ ସଫଳ ହୋଇଥିଲେ ଅବକାରୀ ଅଧିକାରୀ ଓ କର୍ମଚାରୀ।

ଅବକାରୀ ନିରୀକ୍ଷକ ରବି ନାରାୟଣ ପ୍ରଧାନ କହିଛନ୍ତି ଯେ ଘଟଣାର ତଦନ୍ତ କରାଯାଉଛି। ଏଥିରେ ଆଉ କେଉଁମାନଙ୍କ ସଂପୃକ୍ତି ରହିଛି, ସେ ନେଇ ତଦନ୍ତ ଜାରି ରହିଛି। 

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe