Advertisment

Missing People: ଓଡ଼ିଶା ପୁଲିସର ଅପରେସନ ଅନ୍ଵେଷଣ-୨; ୫୪୫୧ ନିଖୋଜ ସୁରକ୍ଷିତ ଉଦ୍ଧାର

ଏହି ଅଭିଯାନରେ ରାଜ୍ୟର ସମସ୍ତ ଜିଲ୍ଲା ଓ ସହରାଞ୍ଚଳ ପୁଲିସ ସକ୍ରିୟ ଭାବେ ସାମିଲ ହୋଇ ରେକର୍ଡ ସଂଖ୍ୟକ ୫୪୫୧ ଜଣ ନିଖୋଜ ବ୍ୟକ୍ତିଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିବାରେ ସଫଳ ହୋଇଛନ୍ତି। ସେଥିମଧ୍ୟରେ ୭୭ ଜଣ ନାବାଳକ, ୭୦୯ ଜଣ ନାବାଳିକା ଓ ୪୬୬୫ ଜଣ ମହିଳା ଅଛନ୍ତି।

000
Advertisment

ପରିବାରଠାରୁ ବିଚ୍ଛିନ୍ନ ହୋଇଯାଇଥିବା ନିଖୋଜ ଶିଶୁ ଓ ମହିଳାମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରି ଘରେ ପହଞ୍ଚାଇବାରେ ବଡ଼ ଉପଲବ୍ଧି ହାସଲ କରିଛି ଓଡ଼ିଶା ପୁଲିସ। ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ (ଡିଜିପି) ଯୋଗେଶ ବାହାଦୁର ଖୁରାନିଆଙ୍କ ନିର୍ଦ୍ଦେଶକ୍ରମେ ଗତ ୨୧.୦୧.୨୦୨୬ ରୁ ୩୦.୦୧.୨୦୨୬ ପର୍ଯ୍ୟନ୍ତ ଓଡ଼ିଶା ପୁଲିସ ପକ୍ଷରୁ ରାଜ୍ୟବ୍ୟାପୀ ‘ଅପରେସନ୍ ଅନ୍ୱେଷଣ–୨’ ଅଭିଯାନ କରାଯାଇଥିଲା। 

Advertisment

ଏହି ଅଭିଯାନରେ ରାଜ୍ୟର ସମସ୍ତ ଜିଲ୍ଲା ଓ ସହରାଞ୍ଚଳ ପୁଲିସ ସକ୍ରିୟ ଭାବେ ସାମିଲ ହୋଇ ରେକର୍ଡ ସଂଖ୍ୟକ ୫୪୫୧ ଜଣ ନିଖୋଜ ବ୍ୟକ୍ତିଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିବାରେ ସଫଳ ହୋଇଛନ୍ତି। ସେଥିମଧ୍ୟରେ ୭୭ ଜଣ ନାବାଳକ, ୭୦୯ ଜଣ ନାବାଳିକା ଓ ୪୬୬୫ ଜଣ ମହିଳା ଅଛନ୍ତି।

ପୁରୀ ଜିଲ୍ଲା ପୁଲିସ ସର୍ବାଧିକ ୬୧୩ ଜଣ ନିଖୋଜ ବ୍ୟକ୍ତିଙ୍କୁ ଉଦ୍ଧାର କରିଥିବା ବେଳେ କଟକ ଜିଲ୍ଲା ୫୦୧ ଜଣ ଓ ଭଦ୍ରକ ଜିଲ୍ଲା ପୁଲିସ ୪୨୯ ଜଣଙ୍କୁ ଉଦ୍ଧାର କରିଛନ୍ତି । ସେହିପରି ଗଞ୍ଜାମ ଜିଲ୍ଲା ପୁଲିସ ୪୧୩ ଜଣ, କେନ୍ଦ୍ରାପଡ଼ା ୩୪୬ ଜଣ, ଯାଜପୁର ୨୭୧ ଜଣ, ବରଗଡ଼ ୨୩୬ ଜଣ, ଅନୁଗୁଳ ୨୧୦ ଜଣ, ଢେଙ୍କାନାଳ ୨୦୬ ଜଣ, ଜଗତସିଂପୁର ୧୭୭ ଜଣ, ନୂଆପଡ଼ା ୧୭୩ ଜଣ, ବ୍ରହ୍ମପୁର ୧୭୦ ଜଣ, କେଉଁଝର ୧୬୧ ଜଣ, ସୁନ୍ଦରଗଡ ୧୩୫ ଜଣ, କଟକ ସହରାଞ୍ଚଳ ୧୩୪, କଳାହାଣ୍ଡି ୧୩୩ ଜଣ, ନୟାଗଡ ୧୨୭ ଜଣ, ବାଲେଶ୍ଵର ୧୨୫ ଜଣ ଓ ମୟୂରଭଞ୍ଜ ଜିଲ୍ଲା ପୁଲିସ ୧୧୯ ଜଣ ନିଖୋଜ ବ୍ୟକ୍ତିଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଛି।

Advertisment

ନିଖୋଜ ଶିଶୁ ଓ ମହିଳାମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରି ସେମାନଙ୍କୁ ପରିବାର ସହ ପୁନଃମିଳନ କରାଇବା ସହ ଆବଶ୍ୟକ ସୁବିଧା ସୁଯୋଗ ନିଶ୍ଚିତ କରିବା ଏହି ଅଭିଯାନର ପ୍ରମୁଖ ଉଦ୍ଦେଶ୍ୟ। ଜିଲ୍ଲା ପୁଲିସ, ରେଳବାଇ ପୁଲିସ ଓ ସହରାଞ୍ଚଳ ପୁଲିସର ମିଳିତ ପ୍ରୟାସରେ ଏହି ସଫଳି ମିଳିଛି। 

ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ ଓଡ଼ିଶା ପୁଲିସର ଏହି ସଫଳତା ପାଇଁ ସମସ୍ତ ସଂପୃକ୍ତ ଅଧିକାରୀ ଓ କର୍ମଚାରୀଙ୍କୁ ପ୍ରଶଂସା କରିଥିବା ସହ ଆଗାମୀ ଦିନରେ ମଧ୍ୟ ନିଖୋଜ ଶିଶୁ ଓ ମହିଳାଙ୍କ ସୁରକ୍ଷା ଏବଂ ଉଦ୍ଧାର ପାଇଁ ଏପରି ଅଭିଯାନକୁ ଆହୁରି ଜୋରଦାର କରାଯିବ ବୋଲି ସୂଚନା ଦେଇଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe