Advertisment

ବୟସ ସାଜିନି ପ୍ରତିବନ୍ଧକ: ପୁଅ ଝିଅଙ୍କଠାରୁ ପାଠ ପଢ଼ି ମା’ ଦେଉଛି ମାଟ୍ରିକ୍‌ ପରୀକ୍ଷା

ଯାଜପୁର(ଗୁଲାମ ଗସ୍‌): କୁହାଯାଏ  ଜୀବନରେ ଶିକ୍ଷାର କେବେ ଅନ୍ତ ନାହିଁ । ଆଉ ଯାହାଙ୍କ ପାଖରେ ଇଚ୍ଛାଶକ୍ତି ପ୍ରବଳ ଥିବ ସେଠି ବୟସ ବା କେମିତି ପ୍ରତିବନ୍ଧକ ସାଜିବ ? ଯାହାର ଉଦାହରଣ ହେଉଛନ୍ତି ଅର୍ଚ୍ଚନା  ବୟସ ୫୮ ହେଲାଣି । ହେଲେ ଲକ୍ଷ୍ୟ ଦଶମ ଶ୍ରେଣୀ ଭଲ ନମ୍ୱର ରଖି ପାସ୍ କରିବା। ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ୍ ବଡ଼ମଙ୍ଗଳପୁର ଗାଁର ଆଶାକର୍ମୀ ଅର୍ଚ୍ଚନା ଦାଶ। ପିଲାବେଳୁ ପାଠ ପଢ଼ିବା ପାଇଁ ଇଚ୍ଛା ରଖିଥିଲେ ବି […]

ଅଦ୍ୟତନ ହୋଇଛି
ବୟସ ସାଜିନି ପ୍ରତିବନ୍ଧକ: ପୁଅ ଝିଅଙ୍କଠାରୁ ପାଠ ପଢ଼ି ମା’ ଦେଉଛି ମାଟ୍ରିକ୍‌ ପରୀକ୍ଷା

a222

Advertisment

ଯାଜପୁର(ଗୁଲାମ ଗସ୍‌): କୁହାଯାଏ  ଜୀବନରେ ଶିକ୍ଷାର କେବେ ଅନ୍ତ ନାହିଁ । ଆଉ ଯାହାଙ୍କ ପାଖରେ ଇଚ୍ଛାଶକ୍ତି ପ୍ରବଳ ଥିବ ସେଠି ବୟସ ବା କେମିତି ପ୍ରତିବନ୍ଧକ ସାଜିବ ? ଯାହାର ଉଦାହରଣ ହେଉଛନ୍ତି ଅର୍ଚ୍ଚନା  ବୟସ ୫୮ ହେଲାଣି । ହେଲେ ଲକ୍ଷ୍ୟ ଦଶମ ଶ୍ରେଣୀ ଭଲ ନମ୍ୱର ରଖି ପାସ୍ କରିବା।

Advertisment

ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ୍ ବଡ଼ମଙ୍ଗଳପୁର ଗାଁର ଆଶାକର୍ମୀ ଅର୍ଚ୍ଚନା ଦାଶ। ପିଲାବେଳୁ ପାଠ ପଢ଼ିବା ପାଇଁ ଇଚ୍ଛା ରଖିଥିଲେ ବି କମ୍ ବୟସରୁ ବିବାହ ହୋଇଥିବାରୁ ସେ ଦଶମ ଶ୍ରେଣୀ ପରୀକ୍ଷା ଦେଇପାରିନଥିଲେ। ପରେ ପିଲାଛୁଆ ସଂସାରରେ ପାଠ ପଢ଼ିବା କଷ୍ଟକର ହୋଇ ପଡ଼ିଥିଲା।

ପରିବାରରେ ଅନ୍ୟ ସମସ୍ତେ ପାଠପଢୁଆ ହୋଇଥିବାରୁ ଅର୍ଚ୍ଚନାଙ୍କ ମନରେ କ୍ଷୋଭ ରହିଥିଲା। ତେଣୁ ସେ ଘରଲୋକଙ୍କ ଆଗରେ ତାଙ୍କର ପାଠ ପଢ଼ିବାର ଇଚ୍ଛାକୁ ଜାହିର କରିଥିଲେ। ପାଠପଢ଼ା ପ୍ରତି ଅର୍ଚ୍ଚନାଙ୍କ ଇଚ୍ଛାଶକ୍ତି ଦେଖି ପରିବାର ଲୋକ ବି ସାହାଯ୍ୟ କରିବା ପାଇଁ ଆଗେଇ ଆସିଥିଲେ।

Advertisment

ଏବେ ପୁଅଝିଅଙ୍କ ସାହାଯ୍ୟରେ ମାଟ୍ରିକ୍ ପରୀକ୍ଷା  ଦେଉଛନ୍ତି ମା’ ଅର୍ଚ୍ଚନା। ପରୀକ୍ଷା ପାଇଁ ସେ ଦୈନିକ ୪ରୁ ୫ ଘଣ୍ଟା ପରିଶ୍ରମ କରୁଥିଲେ। ଗତକାଲି ମାତୃଭାଷା ପରୀକ୍ଷା ମଧ୍ୟ ଭଲ ହୋଇଛି ବୋଲି ଅର୍ଚ୍ଚନା କହିଛନ୍ତି।  ଆଗାମୀ ଦିନରେ ସମସ୍ତ ବିଷୟ ଭଲ ହେବ ବୋଲି ସେ ଦୃଢ଼ ଆଶାବାଦୀ ମଧ୍ୟ ଅଛନ୍ତି।

ଗତକାଲି ଆରମ୍ଭ ହୋଇଥିବା ଦଶମ ଶ୍ରେଣୀ ପରୀକ୍ଷାରେ ରାଜ୍ୟରୁ ପ୍ରାୟ ୫ଲକ୍ଷ ୬୦ ହଜାର ପରୀକ୍ଷାର୍ଥୀ ପରୀକ୍ଷା ଦେଇଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe