Advertisment

୫୮୦ ନୂଆ କରୋନା ଆକ୍ରାନ୍ତଙ୍କ ମଧ୍ୟରେ ୭୭ ଜଣ ଛୁଆ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ଗତ ୨୪ ଘଣ୍ଟାରେ ୫୮୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୭୭ ଜଣ ୧୮ ବର୍ଷରୁ କମ୍ ବର୍ଗର। ୫୮୦ ଆକ୍ରାନ୍ତଙ୍କ ମଧ୍ୟରୁ ୩୩୬ ଜଣ କ୍ୱାରେଣ୍ଟାଇନ୍‌ରେ ଥିଲେ। ବାକି ୨୪୪ଟି ହେଉଛି ଲୋକାଲ୍ କେସ୍। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୬୧ ଜଣ ଚିହ୍ନଟ ହୋଇଥିବା ବେଳେ କଟକରୁ ୮୭ ଜଣ ଅଛନ୍ତି। ଅନୁଗୋଳ ଜିଲ୍ଲାରୁ ୬ ଜଣ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ୱରରୁ ୧୭, ବରଗଡ଼ରୁ […]

୫୮୦ ନୂଆ କରୋନା ଆକ୍ରାନ୍ତଙ୍କ ମଧ୍ୟରେ ୭୭ ଜଣ ଛୁଆ

Corona.jpg1_

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ଗତ ୨୪ ଘଣ୍ଟାରେ ୫୮୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୭୭ ଜଣ ୧୮ ବର୍ଷରୁ କମ୍ ବର୍ଗର। ୫୮୦ ଆକ୍ରାନ୍ତଙ୍କ ମଧ୍ୟରୁ ୩୩୬ ଜଣ କ୍ୱାରେଣ୍ଟାଇନ୍‌ରେ ଥିଲେ। ବାକି ୨୪୪ଟି ହେଉଛି ଲୋକାଲ୍ କେସ୍। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୬୧ ଜଣ ଚିହ୍ନଟ ହୋଇଥିବା ବେଳେ କଟକରୁ ୮୭ ଜଣ ଅଛନ୍ତି।

Advertisment

ଅନୁଗୋଳ ଜିଲ୍ଲାରୁ ୬ ଜଣ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ୱରରୁ ୧୭, ବରଗଡ଼ରୁ ୮, ଭଦ୍ରକରୁ ୭, ଦେବଗଡ଼ରୁ ୨, ଢେଙ୍କାନାଳରୁ ୯, ଜଗତସିଂହପୁରରୁ ୧୩, ଯାଜପୁରରୁ୨୯, ଝାରସୁଗୁଡ଼ାରୁ୧୧, କେନ୍ଦ୍ରାପଡ଼ାରୁ୧୦, କେନ୍ଦୁଝରରୁ ଜଣେ, କୋରାପୁଟରୁ ୪, ମାଲକାନଗିରିରୁ ଜଣେ, ମୟୂରଭଞ୍ଜରୁ ୭, ନୟାଗଡ଼ରୁ ୭,ରାୟଗଡ଼ା ୬, ସମ୍ବଲପୁରରୁ ୬, ସୋନପୁରରୁ ଜଣେ ଓ ସୁନ୍ଦରଗଡ଼ରୁ ୧୦ ଜଣ ଅଛନ୍ତି। ସେହିଭଳି ଷ୍ଟେଟ୍‌ ପୁଲ୍‌ରୁ ୫୯ ଜଣ ଚିହ୍ନଟ ହୋଇଛନ୍ତି।

ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦,୧୮,୨୯୮ପହଞ୍ଚି ଯାଇଛି। ସେମାନଙ୍କ ମଧ୍ୟରୁ ୧୦,୦୪,୧୬୪ ଜଣ ସୁସ୍ଥ ହୋଇସାରିଛନ୍ତି। ୫,୯୬୩ ଜଣ ଏବେ ଚିକିତ୍ସାଧୀନ ଅଛନ୍ତି। ଅନ୍ୟପକ୍ଷରେ ରାଜ୍ୟରେ କରୋନାରେ ପ୍ରାଣ ହରାଇଥିବା ଆଉ ୪ ଜଣଙ୍କ ସଂପର୍କରେ ତଥ୍ୟ ପ୍ରଦାନ କରିଛନ୍ତି ସରକାର। ଏହା ସହିତ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮,୧୧୮ କୁ ବୃଦ୍ଧି ପାଇଛି। ଏହି ୪ ମୃତକଙ୍କ ମଧ୍ୟରୁ କଟକରୁ ୨ ଜଣ ଥିବା ବେଳେ ଜଗତସିଂହପୁରରୁ ଓ ଯାଜପୁରରୁ ଜଣେ ଲେଖାଏଁ ଅଛନ୍ତି। ଏହା ସହିତ କଟକରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮୨୨ରେ ପହଞ୍ଚିଥିବା ବେଳେ ଜଗତସିଂହପୁରରେ ୨୯୫ ଓ ଯାଜପୁରରେ ୧୬୨କୁ ବୃଦ୍ଧି ପାଇଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe