Advertisment

ଥମୁନି କରୋନା ମୃତ୍ୟୁର ତାଣ୍ଡବ, ରାଜ୍ୟରେ ଆଖି ବୁଜିଲେ ୫୯ ଆକ୍ରାନ୍ତ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଥମିବା ନାଁ ଧରୁନି କରୋନା ମୃତ୍ୟୁର ତାଣ୍ଡବ। ରାଜ୍ୟରେ ସଂକ୍ରମଣ ତଳମୁହାଁ ଥିବା ବେଳେ ଉପରମୁହାଁ ରହିଛି ସଂକ୍ରମଣଜନିତ ମୃତ୍ୟୁର ଗ୍ରାଫ। ଦିନକୁ ଦିନ ନୂଆ ନୂଆ ରେକର୍ଡ କରୁଛି କରୋନା ମୃତ୍ୟୁ। ଗତକାଲି ପ୍ରକାଶିତ ରିପୋର୍ଟରେ ରାଜ୍ୟରେ ୫୧ କରୋନା ସଂକ୍ରମିତଙ୍କ ମୃତ୍ୟୁ ହୋଇଥିବା ବେଳେ ଆଜି ଏହି ସଂଖ୍ୟା ୫୯ରେ ପହଞ୍ଚିଛି। ଏହାକୁ ମିଶାଇ  ରାଜ୍ୟରେ ସମୁଦାୟ କରୋନାଜନିତ ମୃତ୍ୟୁ ସଂଖ୍ୟା ୪୩୫୮ରେ ପହଞ୍ଚିଛି। ଅନୁଗୁଳରେ ଜଣେ ଆକ୍ରାନ୍ତଙ୍କ  ମୃତ୍ୟୁ ହୋଇଥିବା […]

ଅଦ୍ୟତନ ହୋଇଛି
ଥମୁନି କରୋନା ମୃତ୍ୟୁର ତାଣ୍ଡବ, ରାଜ୍ୟରେ ଆଖି ବୁଜିଲେ ୫୯ ଆକ୍ରାନ୍ତ

Corona

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଥମିବା ନାଁ ଧରୁନି କରୋନା ମୃତ୍ୟୁର ତାଣ୍ଡବ। ରାଜ୍ୟରେ ସଂକ୍ରମଣ ତଳମୁହାଁ ଥିବା ବେଳେ ଉପରମୁହାଁ ରହିଛି ସଂକ୍ରମଣଜନିତ ମୃତ୍ୟୁର ଗ୍ରାଫ। ଦିନକୁ ଦିନ ନୂଆ ନୂଆ ରେକର୍ଡ କରୁଛି କରୋନା ମୃତ୍ୟୁ। ଗତକାଲି ପ୍ରକାଶିତ ରିପୋର୍ଟରେ ରାଜ୍ୟରେ ୫୧ କରୋନା ସଂକ୍ରମିତଙ୍କ ମୃତ୍ୟୁ ହୋଇଥିବା ବେଳେ ଆଜି ଏହି ସଂଖ୍ୟା ୫୯ରେ ପହଞ୍ଚିଛି। ଏହାକୁ ମିଶାଇ  ରାଜ୍ୟରେ ସମୁଦାୟ କରୋନାଜନିତ ମୃତ୍ୟୁ ସଂଖ୍ୟା ୪୩୫୮ରେ ପହଞ୍ଚିଛି।

Advertisment

ଅନୁଗୁଳରେ ଜଣେ ଆକ୍ରାନ୍ତଙ୍କ  ମୃତ୍ୟୁ ହୋଇଥିବା ବେଳେ ବରଗଡ଼ରେ ୫, କଟକରେ ୨, ଢେଙ୍କାନାଳରେ ୫, ଗଞ୍ଜାମରେ ୪, ଜଗତସିଂହପୁରରେ ୧ , ଯାଜପୁରରେ ୨, କଳାହାଣ୍ଡିରେ ୩, କେନ୍ଦ୍ରାପଡ଼ାରେ ୩, ଖୋର୍ଦ୍ଧାରେ ୧୦, କୋରାପୁଟରେ ୧, ମୟୂରଭଞ୍ଜରେ ୨, ନବରଙ୍ଗପୁରରେ ୩, ନୟାଗଡ଼ରେ ୪, ପୁରୀରେ ୫, ରାୟଗଡ଼ାରେ ୪ ଓ ସୁନ୍ଦରଗଡ଼ରେ ୪ ଜଣ କରୋନା ଆକ୍ରାନ୍ତ ଆଖି ବୁଜିଛନ୍ତି।

୧୦ ମୃତକଙ୍କୁ ମିଶାଇ ଖୋର୍ଦ୍ଧାଜିଲ୍ଲାରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୭୧୦ରେ ପହଞ୍ଚିଲା।  ଅନୁଗୋଳରେ ଏହି ସଂଖ୍ୟା ୧୮୩ରେ ପହଞ୍ଚିଥିବା ବେଳେ ବରଗଡ଼ରେ ୧୬୭, କଟକରେ ୩୦୨,ଢେଙ୍କାନାଳରେ ୮୫, ଗଞ୍ଜାମରେ ୩୫୯ ଛୁଇଁଛି କରୋନା ମୃତ୍ୟୁ ସଂଖ୍ୟା।

Advertisment

ଏହାବାଦ ଜଗତସିଂହପୁରରେ ସମୁଦାୟ ୮୦ ଜଣ କରୋନାରେ ପ୍ରାଣ ହରାଇ ସାରିଥିବା ବେଳେ , ଯାଜପୁରରେ ୪୯, କଳାହାଣ୍ଡିରେ ୧୮୨, କେନ୍ଦ୍ରାପଡ଼ାରେ ୯୩,  କୋରାପୁଟରେ ୬୩,  ମୟୂରଭଞ୍ଜରେ ୧୪୦, ନଗରଙ୍ଗପୁରରେ ୪୯, ନୟାଗଡ଼ରେ ୧୧୫, ପୁରୀରେ ୨୫୫, ରାୟଗଡ଼ାରେ ୧୪୮ ଓ ସୁନ୍ଦରଗଡ଼ରେ ୩୭୯ରେ ପହଞ୍ଚିଛି ଏହି ସଂଖ୍ୟା ।

Corona Cases In Odisha Corona Death In Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe