Advertisment

ଭୁଶୁଡ଼ି ପଡ଼ିଲା ୫ଟି ରୂପାନ୍ତରିତ ସ୍କୁଲ ପାଚେରୀ

ଆନନ୍ଦପୁର (ମୁନା ସିଂହ): ରୂପାନ୍ତରିତ କାମ ସରିବା ୨ ମାସ ପୂରିନି। ହେଲେ ରାଜ୍ୟ ସରକାରଙ୍କ ୫ଟି ଅନ୍ତର୍ଗତ ରୂପାନ୍ତରିକରଣ ହୋଇଥିବା ସ୍କୁଲର ପାଚେରୀ ଭୁଶୁଡ଼ି ପଡ଼ିଛି। ସାମାନ୍ୟ ବର୍ଷାରେ ପାଚେରୀ ଭୁଶୁଡ଼ି ପଡ଼ିବା ପରେ ରୂପାନ୍ତରିକରଣ କାର୍ଯ୍ୟ ନିମ୍ନମାନର ହୋଇଥିବା ଅଭିଯୋଗ ହୋଇଛି। ତେଣେ ସୌଭାଗ୍ୟକୁ ଆଜି ସକାଳେ ସ୍କୁଲ ବନ୍ଦ ଥିବା ବେଳେ ଏହି ଘଟଣା ଘଟିଥିବାରୁ କୌଣସି ଛାତ୍ରଛାତ୍ରୀ ଆହତ ହୋଇନାହାନ୍ତି। ଆନନ୍ଦପୁର ଉପଖଣ୍ଡ ପୁରୁଣା ବାନ୍ଧଗୋଡ଼ା ଗାଁର ବଳରାମଧୀର ସରକାରୀ ଉଚ୍ଚ […]

ଅଦ୍ୟତନ ହୋଇଛି
ଭୁଶୁଡ଼ି ପଡ଼ିଲା ୫ଟି ରୂପାନ୍ତରିତ ସ୍କୁଲ ପାଚେରୀ

School

Advertisment

ଆନନ୍ଦପୁର (ମୁନା ସିଂହ): ରୂପାନ୍ତରିତ କାମ ସରିବା ୨ ମାସ ପୂରିନି। ହେଲେ ରାଜ୍ୟ ସରକାରଙ୍କ ୫ଟି ଅନ୍ତର୍ଗତ ରୂପାନ୍ତରିକରଣ ହୋଇଥିବା ସ୍କୁଲର ପାଚେରୀ ଭୁଶୁଡ଼ି ପଡ଼ିଛି। ସାମାନ୍ୟ ବର୍ଷାରେ ପାଚେରୀ ଭୁଶୁଡ଼ି ପଡ଼ିବା ପରେ ରୂପାନ୍ତରିକରଣ କାର୍ଯ୍ୟ ନିମ୍ନମାନର ହୋଇଥିବା ଅଭିଯୋଗ ହୋଇଛି। ତେଣେ ସୌଭାଗ୍ୟକୁ ଆଜି ସକାଳେ ସ୍କୁଲ ବନ୍ଦ ଥିବା ବେଳେ ଏହି ଘଟଣା ଘଟିଥିବାରୁ କୌଣସି ଛାତ୍ରଛାତ୍ରୀ ଆହତ ହୋଇନାହାନ୍ତି। ଆନନ୍ଦପୁର ଉପଖଣ୍ଡ ପୁରୁଣା ବାନ୍ଧଗୋଡ଼ା ଗାଁର ବଳରାମଧୀର ସରକାରୀ ଉଚ୍ଚ ବିଦ୍ୟାଳୟରେ ଏହି ଘଟଣା ଘଟିଛି। ଯାହାକୁ ନେଇ ଅସନ୍ତୋଷ ଦେଖିବାକୁ ମିଳିଛି। ପାଚେରୀ ଭୁଶୁଡ଼ି ପଡ଼ିବା ପରେ ଜଙ୍ଗଲ ଭିତରେ ଥିବା ଏହି ସ୍କୁଲର ଛାତ୍ରଛାତ୍ରୀଙ୍କ ସୁରକ୍ଷା ଉପରେ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

Advertisment

ଗ୍ରାମବାସୀ ବୁଧେଶ୍ୱର ପଟ୍ଟନାୟକ ଅଭିଯୋଗ କରିଛନ୍ତି, ସ୍କୁଲର ରୂପାନ୍ତରିକରଣ କାମ ମାସେ ତଳେ ସରିଥିଲା। ଖୁବ୍ ଜାକଜମକରେ ଉଦ୍‌ଘାଟନ ଉତ୍ସବ ପାଳନ ହୋଇଥିଲା। କିନ୍ତୁ ରୂପାନ୍ତରିକରଣ କାମ ବେଳେ ପାଚେରୀକୁ ମଜଭୁତ କରିବାକୁ ପଦକ୍ଷେପ ନିଆଗଲାନାହିଁ। ଏହା ଉପରେ କେବଳ ରଙ୍ଗ ଚଢ଼ାଇ ଦିଆଗଲା। ତେଣୁ ସାମାନ୍ୟ ବର୍ଷାରେ ପାଚେରୀ ଭୁଶୁଡ଼ି ପଡ଼ିଛି। ଏହି ପାଚେରୀ କାମରେ କେତେଟଙ୍କା ଖର୍ଚ୍ଚ ହୋଇଛି ଓ ନିର୍ମାଣ କାମ ନିମ୍ନମାନର ହୋଇଛି କି ନାହିଁ, ତାହାର ତଦନ୍ତ କରାଯାଉ। ଏହି ସ୍କୁଲ ଜଙ୍ଗଲ କଡ଼ରେ ଥିବାରୁ ପାଚେରୀ ଭୁଶୁଡ଼ିବା ପରେ ଜଙ୍ଗଲି ଜନ୍ତୁ ପଶି ଯିବାର ଭୟ ରହିଛି। ଯେହେତୁ ଦିନବେଳେ ଗାଁ ଭିତରକୁ ଭାଲୁ ଚାଲି ଆସି ଆତଙ୍କ ଖେଳାଉଛନ୍ତି, ତେଣୁ ପାଚେରୀ ଭାଙ୍ଗି ଯାଇଥିବାରୁ ସ୍କୁଲ ଭିତରେ ପଶିଯିବା ଆଶଙ୍କା ରହିଛି। ଏହା ଛାତ୍ରଛାତ୍ରୀଙ୍କ ପ୍ରତି ବିପଦ ସୃଷ୍ଟି କରିଛି। ତେଣୁ ତୁରନ୍ତ ନୂଆ ପାଚେରୀ ନିର୍ମାଣ କରାଯାଉ। ଦୁର୍ଭାଗ୍ୟକୁ ଏହି ପାଚେରୀ ଯଦି କୌଣସି ଛାତ୍ରଛାତ୍ରୀଙ୍କ ଉପରେ ପଡ଼ିଥାନ୍ତା, ତେବେ ପରିସ୍ଥିତି କ’ଣ ହୋଇଥା’ନ୍ତା ଏବଂ ଏଥିପାଇଁ କିଏ ଦାୟୀ ରହିଥା’ନ୍ତା ତାହାର ଉତ୍ତର ପ୍ରଶାସନ ରଖୁ ବୋଲି ସେ ପ୍ରଶ୍ନ କରିଛନ୍ତି।

ପ୍ରଧାନ ଶିକ୍ଷକ ବଳଭଦ୍ର ବେହେରା କହିଛନ୍ତି, ଲଗାଣ ବର୍ଷା ଯୋଗୁ ଏହି ପାଚେରୀ ଭୁଶୁଡ଼ି ପଡ଼ିଛି। ଏହା ପୁରୁଣା ପାଚେରୀ। ଏହା ଉପରେ କେବଳ ରଙ୍ଗ ମରାଯାଇଥିଲା। ୫ଟି ରୂପାନ୍ତରିକରଣ କାମରେ କେବଳ ସ୍କୁଲ ଆଗପଟ ପାଚେରୀ ନିର୍ମାଣ ହୋଇଥିଲା। ପଛ ପାଚେରୀ ପୁରୁଣା ଥିଲା। ୨୦୧୧-୧୨ ମସିହାରେ ଏହା ନିର୍ମାଣ ହୋଇଥିଲା। ଯେହେତୁ ଭୁଶୁଡ଼ି ପଡ଼ିଥିବା ପାଚେରୀ ପାର୍ଶ୍ୱରେ ଜଙ୍ଗଲ ରହିଛି, ତୁରନ୍ତ ଏହାର ମରାମତି ହେବା ଉଚିତ।

Advertisment

ସୂଚନା ଥାଉକି, ଏହି ସ୍କୁଲ ସ୍ଥାନୀୟ ଅଞ୍ଚଳର ବହୁ ପୁରୁଣା ସ୍କୁଲ। ଏଠାରେ ଷଷ୍ଠରୁ ୧୦ମ ଶ୍ରେଣୀ ପର୍ଯ୍ୟନ୍ତ ପ୍ରାୟ ୧୫୧ ଜଣ ପିଲା ପାଠପଢ଼ନ୍ତି। ୫ଟି ଅନ୍ତର୍ଗତ ଏହି ସ୍କୁଲ ରୂପାନ୍ତରିକରଣ କାମ ସରିବା ପରେ ଗତ ମାସ ୫ ତାରିଖରେ ଉଦ୍‌ଘାଟନ ହୋଇଥିଲା।

[caption id="attachment_751710" align="aligncenter" width="650"]publive-image ପାଚେରି ଭୁଶୁଡ଼ି ପଡ଼ିଛି।[/caption]

ରାଜ୍ୟର ବିଭିନ୍ନ ସ୍କୁଲରେ ରୂପାନ୍ତରିକରଣ କାମ ନିମ୍ନମାନର ହେଉଥିବା ଅଭିଯୋଗ ଆସୁଥିବା ବେଳେ ଏହି ସ୍କୁଲର ପାଚେରୀ ଭୁଶୁଡ଼ିବା ଘଟଣା ଏହାର ଜ୍ୱଳନ୍ତ ଛବି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe