Advertisment

ଓଡ଼ିଶାରେ ପଞ୍ଚମ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ଆଜି ରାଜଧାନୀ ଭୁବନେଶ୍ୱରରେ ଆଉ ଜଣେ କରୋନ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ଏଥିସହିତ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫ ଛୁଇଁଛି। ଭୁବନେଶ୍ୱରସ୍ଥିତ ଏମ୍ସଠାରେ ଜଣେ ୬୦ ବର୍ଷ ବୟସ୍କଙ୍କ ନମୁନା ପଜିଟିଭ୍‌ ଆସିଥିବା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଟ୍ୱିଟ୍‌ କରି କୁହାଯାଇଛି। A 60 year old person of Surya Nagar Bhubaneswar with multiple co-morbid conditions admitted at AIIMS Bhubaneswar tests positive for COVID. This […]

author-image
Subrat Kumar Nayak
ଅଦ୍ୟତନ ହୋଇଛି
ଓଡ଼ିଶାରେ ପଞ୍ଚମ କରୋନା ଆକ୍ରାନ୍ତ ଚିହ୍ନଟ

aims

ଭୁବନେଶ୍ୱର: ଆଜି ରାଜଧାନୀ ଭୁବନେଶ୍ୱରରେ ଆଉ ଜଣେ କରୋନ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ଏଥିସହିତ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫ ଛୁଇଁଛି। ଭୁବନେଶ୍ୱରସ୍ଥିତ ଏମ୍ସଠାରେ ଜଣେ ୬୦ ବର୍ଷ ବୟସ୍କଙ୍କ ନମୁନା ପଜିଟିଭ୍‌ ଆସିଥିବା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଟ୍ୱିଟ୍‌ କରି କୁହାଯାଇଛି।
https://twitter.com/HFWOdisha/status/1245409739195834369?s=20
ଏହି ବ୍ୟକ୍ତି ଭୁବନେଶ୍ୱରର ସୂର୍ଯ୍ୟନଗର ବାସିନ୍ଦା ବୋଲି ଏହି ଟ୍ୱିଟ୍‌ରୁ ଜଣାପଡ଼ିଛି। ଏଥିରେ କୁହାଯାଇଛି ସେ ବିଭିନ୍ନ ସ୍ୱାସ୍ଥ୍ୟଗତ ସମସ୍ୟା ଦେଇ ଗତି କରୁଛନ୍ତି। ସେ ଏମ୍ସରେ ଭର୍ତ୍ତି ହୋଇ ଚିକିତ୍ସାଧୀନ ଅଛନ୍ତି।
https://twitter.com/HFWOdisha/status/1245410171309838336?s=20

Advertisment

ଏହା ପୂର୍ବରୁ ରାଜ୍ୟର ଦ୍ୱିତୀୟ କରୋନା ଆକ୍ରାନ୍ତ ହସ୍ପିଟାଲରୁ ଡିସ୍‌ଚାର୍ଜ ହୋଇଥିଲେ। ଭୁବନେଶ୍ୱର AIIMSରୁ ଡିସ୍‌ଚାର୍ଜ ହୋଇଥିଲେ ସମ୍ପୃକ୍ତ କରୋନା ଆକ୍ରାନ୍ତ। ତାଙ୍କ ବୟସ ୨୦। ସେ ସମ୍ପୂର୍ଣ୍ଣ ସୁସ୍ଥ ଓ କରୋନା ଟେଷ୍ଟ ନେଗେଟିଭ୍ ଆସିଥିବା ସୂଚନା ମିଳିଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ୍‌ ଯୋଗେ ସୂଚନା ମିଳିଥିଲା।

ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଅନ୍ୟ ଏକ ଟ୍ୱିଟ୍‌ରେ କୁହାଯାଇଛି ମଙ୍ଗଳବାର ସୁଦ୍ଧା ୬୧୦ ନମୁନା ପରୀକ୍ଷା କରାଯାଇଥିଲା। ଏହାପରେ ବୁଧବାର ୨୯୦ ନମୁନା ପରୀକ୍ଷା କରାଯାଇଛି। ଏମଧ୍ୟରୁ ଆରଏମ୍‌ଆରସିରେ ୨୨୬ ନମୁନାରୁ ସମସ୍ତ ନମୁନା ନେଗେଟିଭ୍‌ ଆସିଛି। ସେହିଭଳି ଏମ୍ସର ୫୩ ନମୁନାରୁ ଗୋଟିଏ ପଜିଟିଭ୍‌ ଆସିଛି। ଏନ୍ୟପକ୍ଷରେ ଏସ୍‌ସିବିର ସମସ୍ତ ୧୧ ନମୁନା ନେଗେଟିଭ୍‌ ଆସିଛି।

Advertisment

ରାଜ୍ୟରେ ଗତ ମାର୍ଚ୍ଚ ମାସ ୧୫ ତାରିଖରେ ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ କରାଯାଇଥିଲା । ଏହାପରେ ମାର୍ଚ୍ଚ ମାସ୧୯ ତାରିଖରେ ଦ୍ୱିତୀୟ ଏବଂ ୨୬ ତାରିଖରେ ତୃତୀୟ ଆକ୍ରାନ୍ତଙ୍କ ନମୁନା ପଜିଟିଭ୍‌ ଚିହ୍ନଟ କରାଯାଇଥିଲା। ମଙ୍ଗଳବାର ଓଡ଼ିଶାର ଚତୁର୍ଥ ଆକ୍ରାନ୍ତ ଭଦ୍ରକରୁ ଚିହ୍ନଟ ହୋଇଥିଲେ।