corona-3.5
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କରୋନାରେ ଆଉ ୬ ଜଣଙ୍କ ମୃତ୍ୟୁ ହୋଇଛି। ଫଳରେ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୪୮କୁ ବୃଦ୍ଧି ପାଇଛି। କେନ୍ଦ୍ରାପଡ଼ା ଓ ରାୟଗଡ଼ା ଜିଲ୍ଲାରେ ପ୍ରଥମ କରୋନାଜନିତ ମୃତ୍ୟୁ ହୋଇଛି। ଉଭୟ ଜିଲ୍ଲାରେ ଜଣେ ଲେଖାଏ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।
ଗଞ୍ଜାମରେ ଆଉ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ କେନ୍ଦ୍ରାପଡ଼ା, ଖୋର୍ଦ୍ଧା ଓ ରାୟଗଡ଼ାରେ ଜଣେ ଲେଖାଏ ପ୍ରାଣ ହରାଇଛନ୍ତି। ଖୋର୍ଦ୍ଧା ଜିଲ୍ଲାରେ ଯିଏ ପ୍ରାଣ ହରାଇଛନ୍ତି, ସେ ଭୁବନେଶ୍ୱରର। ଖୋର୍ଦ୍ଧା ଜିଲ୍ଲାରେ ଆଉ ଜଣେ ୫୩ ବର୍ଷୀୟ କରୋନା ଆକ୍ରାନ୍ତଙ୍କର ମଧ୍ୟ ମୃତ୍ୟୁ ଘଟିଛି। ତେବେ ସେ ଏଚ୍ଆଇଭି-ଏଡ୍ସରେ ମରିଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କୁହାଯାଇଛି। ତାଙ୍କର ପୂର୍ବରୁ ଏଚ୍ଆଇଭି ପଜିଟିଭ୍ ବାହାରିଥିଲା।
ଆଉ ୩ ଜଣଙ୍କ ଜୀବନ ଯିବା ପରେ ଗଞ୍ଜାମରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨୭ରେ ପହଞ୍ଚିଥିବା ବେଳେ ଏହା ରାଜ୍ୟରେ ସର୍ବାଧିକ ରହିଛି। ସେହିପରି ଖୋର୍ଦ୍ଧାରେ ମୃତ୍ୟୁ ସଂଖ୍ୟା ୮ରେ ପହଞ୍ଚିଛି।
ଏହାବ୍ୟତୀତ ୪୮ ମୃତକଙ୍କ ମଧ୍ୟରେ କଟକର ୫ ଜଣ ଥିବା ବେଳେ ଅନୁଗୋଳ, ବରଗଡ଼, ଗଜପତି, ଯାଜପୁର, ପୁରୀ ଓ ସୁନ୍ଦରଗଡ଼ରେ ଜଣେ ଲେଖାଏ ଅଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2020/07/corona-3.5-1.jpg)