ରାୟଗଡ଼ା(ମାଉଡ଼ି ବାରିକ): ରଜ ଉତ୍ସବ ପାଳନ ବେଳେ ଆକାଶରୁ ହେଲା ବଜ୍ରପାତ। ଯେଉଁଥିରେ ୬ ଯୁବତୀ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨ ଜଣ ଅବସ୍ଥା ଗୁରୁତର ରହିଛି। ଏପରି ଦୁଃଖଦ ଘଟଣା ରାୟଗଡା ଜିଲ୍ଲା ବିଷମକଟକ ବ୍ଲକ ଅନ୍ତର୍ଗତ ଝିଗିଡ଼ି ପଞ୍ଚାୟତର ଉର୍ଲାଯୋଡି ଗାଁରେ ଘଟିଛି।
ସୂଚନା ମୁତାବକ, ଗାଁର ଏକ ଆମ୍ବତୋଟାରେ ରଜ ଉତ୍ସବ ଚାଲିଥିଲା। ଗାଁର କିଶୋରୀମାନ ଏକାଠି ହୋଇ ଦୋଳି ଖେଳୁଥିଲେ। ଏହି ସମୟରେ ଆକାଶରେ କଳାହାଣ୍ଡିଆ ମେଘ ଘୋଟି ଆସିଥିଲା। ଜୋର ଦଲକା ପବନ ସାଙ୍ଗକୁ ବଜ୍ରପାତ ହୋଇଥିଲା। ସମସ୍ତେ ସ୍ଥାନ ଛାଡ଼ି ଚାଲିଯିବା ପୂର୍ବରୁ ବଜ୍ରପାତରେ ୬ ଯୁବତୀ ଚେତାଶୂନ୍ୟ ହୋଇ ମାଟି କାମୁଡ଼ି ପଡ଼ିଥିଲେ।
ଗାଁ ଲୋକେ ଘଟଣାସ୍ଥଳରେ ପହଞ୍ଚି ସମସ୍ତଙ୍କୁ ଆମ୍ବୁଲାନ୍ସ ଯୋଗେ ବିଷମକଟକ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ସେଠାରେ ସେମାନଙ୍କ ମଧ୍ୟରୁ ୨ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ଡାକ୍ତରଙ୍କ ପରାମର୍ଶ କ୍ରମେ ବିଷମକଟକ ଖ୍ରୀଷ୍ଟିୟାନ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ମନ୍ଦିର ହୁଣ୍ଡି ଭାଙ୍ଗିଲେ, କଳାକନା ବୁଲାଇଦେଲେ ଲୁଟେରା
ମନ୍ଦିରକୁ ବି ଛାଡ଼ୁ ନାହାନ୍ତି ଲୁଟେରା। ହୁଣ୍ଡି ଭାଙ୍ଗି ଲୁଟିବା ସହ ବୁଲାଇ ଦେଉଛନ୍ତି କଳାକନା।
Crime
ବ୍ରାଉନସୁଗର ନା ମୁଲତାନୀ ମାଟି; ଜବତ ସାମଗ୍ରୀକୁ ନେଇ ପ୍ରବଳ ଉତ୍ତେଜନା
ବ୍ରାଉନସୁଗର ନା ମୁଲତାନୀ ମାଟି। ବ୍ରାଉନସୁଗର ଜବତ କରିବାକୁ ଯାଇଥିବା ଅବକାରୀ ଟିମ୍ ପ୍ରବଳ ହଟହଟା ହୋଇଛି। ମିଛ କେସ୍ରେ ଫସା ଯାଉଥିବା ଅଭିଯୋଗରେ ପରିବାର ଲୋକେ ଅବକାରୀ ଟିମ୍ ଗାଡ଼ି ଚାବି ଅଟକ ରଖିଛନ୍ତି।
Crime
ବାପପୁଅ ପାଲଟିଗଲେ ଜହ୍ଲାଦ; ୪ ଯୁବକଙ୍କୁ ଖୁଣ୍ଟରେ ବାନ୍ଧି ନିସ୍ତୁକ ପିଟିଲେ, ଜଣେ ମୃତ
ଚୋରି ସନ୍ଦେହରେ ବାପପୁଅ ପାଲଟିଗଲେ ଜହ୍ଲାଦ । ଘଟାଇଲେ ତାଲବାନୀ ବର୍ବରତା । ଗାଁର କିଛି ଯୁବକଙ୍କୁ ଉଠାଇ ଆଣି ଖୁଣ୍ଟରେ ବାନ୍ଧି ନିଷ୍ଣୁର ପିଟିଲେ। ସେମାନଙ୍କ ଚିତ୍କାର ବି ବାପପୁଅଙ୍କ ମନକୁ ତରଳାଇ ପାରିଲାନି।
Politics
ତାରାଙ୍କ ଚେତାବନୀ- ୨୫ ସୁଦ୍ଧା ମଣ୍ଡିରୁ ଧାନ ନ ଉଠିଲେ ୨୬ରୁ ରାସ୍ତାରୋକ
'ମଣ୍ଡିରୁ ଧାନ ନ ଉଠିଲେ ସ୍ଥିତି ଅସମ୍ଭାଳ ହେବ । ଆସନ୍ତା ୨୫ ତାରିଖ ସୁଦ୍ଧା ସମସ୍ତ ମଣ୍ଡିରୁ ଧାନ ନ ଉଠିଲେ କୋରାପୁଟ ଜିଲ୍ଲା ବନ୍ଦ କରି ଦିଆଯିବ । ଏପରିକି ଆସନ୍ତା ୨୬ରୁ ରାସ୍ତାରୋକ କରିବାକୁ ବି ପଛାଇବୁ ନାହିଁ।’
Crime
ଅଭିନେତ୍ରୀଙ୍କୁ ଠକେଇ ମାମଲାରେ ଯାତ୍ରା ପାର୍ଟି ମାଲିକ ଗିରଫ
ଯାତ୍ରା ପାର୍ଟି ମାଲିକ ଅମରେଶ ଯେ ତାଙ୍କୁ ଠକୁଛନ୍ତି ତାହା ବୁଝିଲା ବେଳକୁ ବହୁ ବିଳମ୍ବ ହୋଇଯାଇଥିଲା।