Advertisment

୬ ଦୁଷ୍କର୍ମକାରୀଙ୍କୁ ୨୦ ବର୍ଷ ଲେଖାଏଁ ଜେଲ୍‌, ଜୋରିମାନା

କେନ୍ଦୁଝର(ପ୍ରଣୟ ପାଣି): ୬ ଦୁଷ୍କର୍ମକାରୀଙ୍କୁ ୨୦ ବର୍ଷ ଲେଖାଏଁ ଜେଲ୍‌ ଦଣ୍ଡାଦେଶ। ଏଥିସହ ୫୦ ହଜାର ଟଙ୍କା ଲେଖାଏଁ ଜୋରିମାନା କରିଛନ୍ତି କେନ୍ଦୁଝର ଏଡିଜେ କୋର୍ଟ। ଜୋରିମାନା ଅର୍ଥ ଅନାଦେୟ ହେଲେ ଅଧିକ ବର୍ଷେ ଜେଲ୍‌ ଦଣ୍ଡ ଭୋଗିବାକୁ ପଡ଼ିବ ବୋଲି ବିଚାରପତି ତାଙ୍କ ରାୟରେ ଶୁଣାଇଛନ୍ତି। ୨୦୧୫ ବଡ଼ବିଲ ଥାନା ଅଞ୍ଚଳରେ ଜଣେ ନାବାଳିକା ହାଟରୁ ଘରକୁ ଚାଲି ଚାଲି ଅସୁଥିଲେ। ଏହି ସମୟରେ ୬ ଅଭିଯୁକ୍ତ ତାକୁ ଉଠାଇ ନେଇ ନିକଟସ୍ଥ ଜଙ୍ଗଲରେ ଜଣେ […]

ଅଦ୍ୟତନ ହୋଇଛି
୬ ଦୁଷ୍କର୍ମକାରୀଙ୍କୁ ୨୦ ବର୍ଷ ଲେଖାଏଁ ଜେଲ୍‌, ଜୋରିମାନା

rape1

Advertisment

କେନ୍ଦୁଝର(ପ୍ରଣୟ ପାଣି): ୬ ଦୁଷ୍କର୍ମକାରୀଙ୍କୁ ୨୦ ବର୍ଷ ଲେଖାଏଁ ଜେଲ୍‌ ଦଣ୍ଡାଦେଶ। ଏଥିସହ ୫୦ ହଜାର ଟଙ୍କା ଲେଖାଏଁ ଜୋରିମାନା କରିଛନ୍ତି କେନ୍ଦୁଝର ଏଡିଜେ କୋର୍ଟ। ଜୋରିମାନା ଅର୍ଥ ଅନାଦେୟ ହେଲେ ଅଧିକ ବର୍ଷେ ଜେଲ୍‌ ଦଣ୍ଡ ଭୋଗିବାକୁ ପଡ଼ିବ ବୋଲି ବିଚାରପତି ତାଙ୍କ ରାୟରେ ଶୁଣାଇଛନ୍ତି।

Advertisment

୨୦୧୫ ବଡ଼ବିଲ ଥାନା ଅଞ୍ଚଳରେ ଜଣେ ନାବାଳିକା ହାଟରୁ ଘରକୁ ଚାଲି ଚାଲି ଅସୁଥିଲେ। ଏହି ସମୟରେ ୬ ଅଭିଯୁକ୍ତ ତାକୁ ଉଠାଇ ନେଇ ନିକଟସ୍ଥ ଜଙ୍ଗଲରେ ଜଣେ ପରେ ଜଣେ ଦୁଷ୍କର୍ମ କରିଥିଲେ। ପରେ ସେହି ଜଙ୍ଗଲରେ ନାବାଳିକାକୁ ଛାଡ଼ି ଅଭିଯୁକ୍ତମାନେ ପଳାଇ ଯାଇଥିଲେ। ନାବାଳିକା ଜଣକ ସଂଜ୍ଞା ହରାଇ ପଡ଼ିଥିବା ଦେଖି ସ୍ଥାନୀୟ ଲୋକେ ପରିବାର ଲୋକଙ୍କୁ ଖବର ଦେଇଥିଲା। ପରିବାର ଲୋକେ ନାବାଳିକାକୁ ଉଦ୍ଧାର କରି ମେଡ଼ିକାଲ୍‌ରେ ଭର୍ତ୍ତି କରିବା ସହିତ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ପୋକ୍ସୋ ଆକ୍ଟରେ ମାମଲା ରୁଜୁ ୬ ଅଭିଯୁକ୍ତଙ୍କୁ ଗିରଫ କରିଥିଲା।

ଆଜି ଏହି ମାମଲାରେ ରାୟ ପ୍ରକାଶ ପାଇଛି। କେନ୍ଦୁଝର ଏଡିଜେ ମାମଲାକୁ ବିଚାର କରି ଅଭିଯୁକ୍ତ ଭରତ ହେସା, ମନୋଜ ନାଏକ, ବୁଲୁ ପାତ୍ର, ସୋନି ମହାକୁଡ, ଶ୍ରୀରାମ ଓରାମ ଓ ଝାଣ୍ଡୁ ମୁଣ୍ଡାଙ୍କୁ ଉପରୋକ୍ତ ଦଣ୍ଡ ବିଧାନ କରିଛନ୍ତି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe