ବୁଡିଗଲା ଡ଼ଙ୍ଗା, ପହଁରି ପହଁରି କୂଳରେ ଲାଗିଲେ ୬୦ ମତ୍ସଜୀବୀ

ବ୍ରହ୍ମପୁର(ଓଡିଶା ରିପୋର୍ଟର): ସମ୍ଭାବ୍ୟ ବାତ୍ୟା ଅସାନିର ଆଗୁଆ ପ୍ରଭାବ ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲାରେ। ସମୁଦ୍ରର ଆସନ୍ତା ଯୋଗୁଁ ଦୁଇ ଦୁଇଟି ଛାତି ଥରଆ ଦୃଶ୍ୟ ସାମ୍ନାକୁ ଆସିଛି। ବ୍ରହ୍ମପୁର ଗୋପାଳପୁରରେ ମାଛ ଧରି ଫେରୁଥିବା ବେଳେ ବୁଡିଗଲା ଡଙ୍ଗା। ୬ଟି ଡଙ୍ଗାରେ ମତ୍ସଜୀବୀ ମାଛ ମାରିବାକୁ ଯାଇଥିବା ବେଳେ ସମୁଦ୍ର ଅଶାନ୍ତ ଥିବାରୁ ଗୋଟିଏ ଡଙ୍ଗା ବୁଡି ଯାଇଥିବା ବେଳେ ଅନ୍ୟ ୫ଟି ସାମାନ୍ୟ କ୍ଷତିଗ୍ରସ୍ତ ହୋଇଛି। ସାନଆର୍ଯ୍ୟପାଲି, ବଡ଼ ଆର୍ଯ୍ୟପାଲି ଓ ଗୋଳାବନ୍ଧ ଭଳି […]

Boat capsized

Madhupriya Mistry
  • Published: Tuesday, 10 May 2022
  • , Updated: 10 May 2022, 01:20 PM IST

ବ୍ରହ୍ମପୁର(ଓଡିଶା ରିପୋର୍ଟର): ସମ୍ଭାବ୍ୟ ବାତ୍ୟା ଅସାନିର ଆଗୁଆ ପ୍ରଭାବ ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲାରେ। ସମୁଦ୍ରର ଆସନ୍ତା ଯୋଗୁଁ ଦୁଇ ଦୁଇଟି ଛାତି ଥରଆ ଦୃଶ୍ୟ ସାମ୍ନାକୁ ଆସିଛି। ବ୍ରହ୍ମପୁର ଗୋପାଳପୁରରେ ମାଛ ଧରି ଫେରୁଥିବା ବେଳେ ବୁଡିଗଲା ଡଙ୍ଗା। ୬ଟି ଡଙ୍ଗାରେ ମତ୍ସଜୀବୀ ମାଛ ମାରିବାକୁ ଯାଇଥିବା ବେଳେ ସମୁଦ୍ର ଅଶାନ୍ତ ଥିବାରୁ ଗୋଟିଏ ଡଙ୍ଗା ବୁଡି ଯାଇଥିବା ବେଳେ ଅନ୍ୟ ୫ଟି ସାମାନ୍ୟ କ୍ଷତିଗ୍ରସ୍ତ ହୋଇଛି।

ସାନଆର୍ଯ୍ୟପାଲି, ବଡ଼ ଆର୍ଯ୍ୟପାଲି ଓ ଗୋଳାବନ୍ଧ ଭଳି ଅଞ୍ଚଳର ୬୦ ଜଣ ମତ୍ସଜୀବୀ ୬ଟି ଡଙ୍ଗାରେ ସମୁଦ୍ରକୁ ମାଛ ମାରିବାକୁ ଯାଇଥିଲେ। ଫେରିବା ବେଳେ ସମ୍ଭାବ୍ୟ ବାତ୍ୟା ପାଇଁ ସମୁଦ୍ର ଅଶାନ୍ତ ଥିବାରୁ ସେମାନଙ୍କ ଡଙ୍ଗା ଓଲଟି ପଡ଼ିଥିଲା। ତେବେ ପ୍ରାୟ ଏକ ଘଣ୍ଟାର ସଙ୍ଘର୍ଷ ପରେ ସମସ୍ତ ମତ୍ସଜୀବୀ ପହଁରି ପହଁରି ସୁରକ୍ଷିତ ଭାବେ କୂଳରେ ପହଞ୍ଚିଥିଲେ।

ଏମାନଙ୍କ ମାଛ, ଡଙ୍ଗା ଓ ଜାଲ ସବୁକିଛି ଭାସି ଯାଇଛି। ସେହିପରି ଦୁଇରୁ ତିନି ଜଣ ମତ୍ସ୍ୟଜୀବୀ ସାମାନ୍ୟ ଆହତ ହୋଇଛନ୍ତି । ସେମାନେ ଚିକିତ୍ସିତ ହୋଇ ନିଜ ନିଜ ଘରକୁ ଫେରିଛନ୍ତି । ମତ୍ସଜୀବୀ ମାନେ ଲକ୍ଷାଧିକ ଟଙ୍କାର ମାଛ ମାରି ସାଥିରେ ନେଇ ଆସୁଥିବା ବେଳେ ସେଗୁଡିକ ନଷ୍ଟ ହୋଇଯାଇଛି ।

ସେହିପରି  ଗଞ୍ଜାମ ଜିଲ୍ଲା ସୋନପୁର ନିକଟସ୍ଥ ଗହୀର ସମୁଦ୍ରରେ ସମାନ ଦୃଶ୍ୟ ଦେଖିବାକୁ ମିଳିଛି। ଆନ୍ଧ୍ରପ୍ରଦେଶରୁ ଆସିଥିବା ଏକ ମତ୍ସଜୀବୀଙ୍କ ଡଙ୍ଗା ବୁଡି ଯାଇଛି। ଏଥିରେ ୧୧ ଜଣ ମତ୍ସଜୀବୀ ଥିଲେ। ଏୟାରଲିଫ୍ଟ ମାଧ୍ୟମରେ ସମସ୍ତ ୧୧ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି।

Related story